ETV Bharat / entertainment

ମୋଟ ଅଙ୍କର ଫି' ଚାର୍ଜ କରିଛନ୍ତି 'ଆନିମଲ' ତାରକା, ଜାଣିଲେ ଉଡିଯିବ ହୋସ୍

Animal Cast Fees: 'ଆନିମଲ' ଫିଲ୍ମର ଆୟ ଦିନକୁ ଦିନ ବଢିବା ସହ ନେଇ ଲୋକଙ୍କ ମଧ୍ୟରେ ବି ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଏଥିସହ ସମସ୍ତ ଷ୍ଟାରକାଷ୍ଟଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଉଛି । ଏହି ଫିଲ୍ମ ପାଇଁ ସମସ୍ତ ତାରକା ମୋଟା ଅଙ୍କର ଫି' ନେଇଛନ୍ତି । ତେବେ କିଏ କେତେ ଟଙ୍କା ଚାର୍ଜ କରିଛନ୍ତି ? ଜାଣନ୍ତୁ

author img

By ETV Bharat Odisha Team

Published : Dec 14, 2023, 4:13 PM IST

ମୋଟ ଅଙ୍କର ଫି' ଚାର୍ଜ କରିଛନ୍ତି 'ଆନିମଲ' ତାରକା, ଜାଣିଲେ ଉଡିଯିବ ହୋସ୍
ମୋଟ ଅଙ୍କର ଫି' ଚାର୍ଜ କରିଛନ୍ତି 'ଆନିମଲ' ତାରକା, ଜାଣିଲେ ଉଡିଯିବ ହୋସ୍

ହାଇଦ୍ରାବାଦ: ସଞ୍ଜୀବ ଭଙ୍ଗା ରେଡ୍ଡୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆନିମଲ' ବକ୍ସ ଅଫିସରେ ଧୂଆଁଧାର ପ୍ରଦର୍ଶନ କରୁଛି । ଫିଲ୍ମକୁ ଲୋକଙ୍କୁ ବେଶ ପସନ୍ଦ ଆସୁଛି । ଏହି ଫିଲ୍ମରେ ରଣବୀର କପୁର, ବବି ଦେଓଲ, ରଶ୍ମିକା ମନ୍ଦାନା, ଅନୀଲ କପୁର ଏବଂ ତ୍ରିପ୍ତୀ ଡିମ୍ରିଙ୍କ ସମେତ ଏନେକ ତାରକା ନଜର ଆସିଛନ୍ତି । ଫିଲ୍ମରେ ତାରକାଙ୍କ ଲୁକ, ଆକ୍ସନ ସମେତ ଚରିତ୍ର ପାଇଁ ବେଶ ପ୍ରଶଂସା ସାଉଁଟୁଛନ୍ତି । ଏହି ଫିଲ୍ମ ବର୍ତ୍ତମାନ ବିଶ୍ବରେ ୭୦୦ କୋଟିରୁ ଅଧିକ ଆୟ କରି ବେଶ ସଫଳତା ସହ ଲୋକପ୍ରିୟତା ହାସଲ କରୁଛି । ଏହାରି ମଧ୍ୟରେ ଫିଲ୍ମରେ ଅଭିନୟ କରିଥିବା ତାରକାମାନେ ମୋଟ ଅଙ୍କର ଟଙ୍କା ଚାର୍ଜ କରିଛନ୍ତି ।

  • " class="align-text-top noRightClick twitterSection" data="">

ରିପୋର୍ଟ ଅନୁସାରେ, ଆନିମଲରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ଅଭିନେତା ବବି ଦେଓଲ ୪-୫ କୋଟି ଟଙ୍କା ଚାର୍ଜ କରିଛନ୍ତି । ସେହିପରି ଅଭିନେତ୍ରୀ ରଶ୍ମିକା ମନ୍ଦାନା ଫିଲ୍ମ ପାଇଁ ୪ କୋଟି ଟଙ୍କା ନେଇଛନ୍ତି । ଅନୀଲ କପୁର ୨ କୋଟି ଟଙ୍କା ଚାର୍ଜ କରିଥିବା ବେଳେ ଇଣ୍ଟିମେଟ ସିନ ଦେଇ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ତ୍ରିପ୍ତୀ ଡିମ୍ରି ୪୦ ଲକ୍ଷ ଏବଂ ଶକ୍ତି କପୁର ୩୦ ଲକ୍ଷ ଟଙ୍କା ନେଇଛନ୍ତି । ତେବେ ଏହି ସମସ୍ତ ତାରକାଙ୍କ ୩୫ ଗୁଣ ଅଧିକା ଚାର୍ଜ କରିଛନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ରଣବୀର କପୁର । ଅଭିନେତା ଆନିମଲ ଫି' ବାବଦକୁ ୭୦ କୋଟି ଟଙ୍କା ଚାର୍ଜ କରିଛନ୍ତି ।

ଆନିମଲ ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ବାପା ପୁଅର ସମ୍ପର୍କ ଉପରେ ଆଧାରିତ ଫିଲ୍ମ । ଯେଉଁଥିରେ ଅନୀଲ କପୁର ବାପା ଭୂମିକାରେ ଅଭିନୟ କରିଥିବା ବେଳେ ରଣବୀର କପୁର ତାଙ୍କ ପୁଅ ହୋଇଛନ୍ତି । ବବି ଦେଓଲ ରଣବୀରଙ୍କ ଶତ୍ରୁ ଭାବେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ସେହିପରି ରଶ୍ମିକା ମନ୍ଦାନା ରଣବୀରଙ୍କ ସ୍ତ୍ରୀ ହୋଇଥିବା ବେଳେ ତିପ୍ତୀ ରଣବୀରଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଦର୍ଶାଯାଇଛି । ଫିଲ୍ମରେ ରଣବୀର ବବିଙ୍କ ଲୁକ ଏବଂ ତିପ୍ତୀଙ୍କ ଇଣ୍ଟିମେଟ ସିନ ଲୋକଙ୍କ ବେଶ ଦୃଷ୍ଟି ଆକର୍ଷଣ କରିଛି ।

ଏହା ମଧ୍ୟ ପଢନ୍ତୁ: ପ୍ଲବିକ ଡିମାଣ୍ଡରେ ରିଲିଜ ହେଲା 'ଜମାଲ କୁଡୁ' ଗୀତର ଭିଡିଓ, ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ 'ଆନିମଲ'

ସେପଟେ ବର୍ତ୍ତମାନ ପରଦାରେ ଧମାକା ପରେ ଖୁବଶୀଘ୍ର ଓଟିଟିରେ ରିଲିଜ ହେବାକୁ ଯାଉଛି ଆନିମଲ । ଫିଲ୍ମ ରିଲିଜ ପୂର୍ବରୁ ସେନ୍ସର ବୋର୍ଡ 'ଏ' ସାର୍ଟିଫିକେଟ ଦେହା ସହ ଅନେକ ସିନ ହଟାଇଦେଇଥିଲେ । ବର୍ତ୍ତମାନ ନିର୍ମାତା ବିନା କୌଣସି ସିନ କାଟି ସମସ୍ତ ସିନ ସହ ଓଟିଟିରେ ଫିଲ୍ମ ରିଲିଜ କରିବେ ବୋଲି କହିଛନ୍ତି । ଫିଲ୍ମରେ ବବି ଏବଂ ରଣବୀରଙ୍କ କିସ ସିନ ମଧ୍ୟ ରହିଛି। ଯାହାକୁ ଅନ୍ତିମ ରିଲିଜ୍ ପୂର୍ବରୁ ହଟାଇ ଦିଆଯାଇଛି । ଏନେଇ ବବି ଦେଓଲ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ । ବର୍ତ୍ତମାନ ତାହା ମଧ୍ୟ ଓଟିଟି ରିଲିଜ ସମୟରେ ଫିଲ୍ମରେ ପ୍ରଦର୍ଶିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.