ETV Bharat / entertainment

400 ମିଟର ଦୌଡରେ ସ୍ବର୍ଣ୍ଣ ଜିତିଲେ ଅଙ୍ଗଦ ବେଦୀ, ବାପା ବିଶନ ସିଂଙ୍କୁ କଲେ ସମର୍ପିତ

author img

By ETV Bharat Odisha Team

Published : Oct 30, 2023, 5:13 PM IST

ବଲିଉଡ ଅଭିନେତା ଅଗନ୍ଦ ବେଦୀ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏବଂ ଏଥିରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ତେବେ ଏହି ସଫଳତାର ଶ୍ରେୟ ନିଜ ସ୍ବର୍ଗତ ବାପା ବିଶନ ସିଂଙ୍କୁ ଉତ୍ସର୍ଗ କରିଛନ୍ତି । ଅଧିକ ପଢନ୍ତୁ

400 ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାତେଇଲେ ଅଙ୍ଗଦ ବେଦୀ, ସ୍ବର୍ଗତ ବାପା ବିଶନ ସିଂଙ୍କୁ କଲେ ସମର୍ପିତ

ହାଇଦ୍ରାବାଦ: ବଲିଉଡ ଅଭିନେତା ଅଗନ୍ଦ ବେଦୀଙ୍କ ବାପା ତଥା ପୂର୍ବତନ କ୍ରିକେଟର ବିଶନ ସିଂଙ୍କ ଅକ୍ଟୋବର ୨୩ରେ ପରଲୋକ ହୋଇଥିଲା । ତାଙ୍କ ବିୟୋଗରେ ରାଜନେତାଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିଥିଲେ । ଏନେଇ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ଏହାରି ମଧ୍ୟରେ ଅଙ୍ଗଦ ଦୁବାଇରେ ଆୟୋଜିତ ଏକ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସୋସିଆଲ ମିଡିଆରେ ନିଜ ମେଡାଲର ଏକ ଫଟୋ ସେୟାର କରି ନିଜ ସ୍ବର୍ଗତ ବାପାଙ୍କୁ ଏହା ଉତ୍ସର୍ଗ କରିଥିବା କହିଛନ୍ତି ।

ଅଙ୍ଗଦ ଦୁବାଇରେ ଆୟୋଜିତ Open International Masters 2023 Athletics Championshipର ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏବଂ ଗୋଲ୍ଡ ମେଡାଲ ନିଜ ନାଁରେ କରିଛନ୍ତି । ଅଭିନେତା ନିଜ ଇନଷ୍ଟାଗ୍ରାମରେ ନିଜ ସଫଳତା ନେଇ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ସେ ମେଡାଲର ଏକ ଭିଡିଓ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି, 'ନା ମନରେ ଇଚ୍ଛା ଥିଲା ନା ସାହାସ । ଏହି ସମୟ ମୋ ପାଇଁ ଭଲ ନାହିଁ । ହେଲେ ଉପରୁ ମୋତେ ଏକ ଶକ୍ତି ଆଗକୁ ବଢିବାକୁ ପ୍ରେରିତ କରୁଥିଲା । ମୁଁ ଏହି ପ୍ରତିଯୋଗିତାରେ ସାମିଲ ହେଲି ଏବଂ ଗୋଲ୍ଡ ମେଡାଲ ଜିତିଲି । ଏହି ମେଡାଲ ମୋ ପାଇଁ ସବୁବେଳେ ଖାସ୍ ହୋଇ ରହିବ । ବାପା ମୋ ସାଥିରେ ସବୁବେଳେ ଥିବାରୁ ହୃଦୟରୁ ଧନ୍ୟବାଦ ଦେଉଛି । ମୁଁ ଆପଣଙ୍କୁ ବହୁତ ମନେ ପକାଉଛି । ଏହି ମେଡାଲ ମୁଁ ଆପଣଙ୍କୁ ସମର୍ପିତ କରୁଛି ।'

ଏହା ମଧ୍ୟ ପଢନ୍ତୁ: ଜିମରେ ନେହାଙ୍କୁ ଦେଖି ପ୍ରେମରେ ପଡିଥିଲେ ଅଙ୍ଗଦ, ବିବାହ ପାଇଁ ଏମିତି କଲେ ରାଜି

ଏଥିସହ ଅଙ୍ଗଦ ନିଜ କୋଚ ଏବଂ ପତ୍ନୀ ତଥା ଅଭିନେତ୍ରୀ ନେହା ଧୁପିଆଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଅଙ୍ଗଦ ନିଜ କୋଟ ମିରିଣ୍ଡା ବ୍ରିଷ୍ଟୋନ ପାଇଁ ଲେଖିଛନ୍ତି, ଏପରି ସମୟରେ ମୋ ସାଥ ଦେବା ପାଇଁ ଧନ୍ୟବାଦ ସାର୍ । ଭଲ ଦିନ ଅପେକ୍ଷା ଖରାପ ଦିନ ଅଧିକା ରହିଛି। ହେଲେ ଆପଣ ସବୁ ସମୟରେ ସବୁବେଳେ ସାଥିରେ ରହିଛନ୍ତି । ପରେ ଡା. ପ୍ରାଚୀ ଶାହଙ୍କୁ ଧନ୍ୟବାଦ ଦେଇ ଲେଖିଛନ୍ତି, ଆପଣ ଯାହା ମଧ୍ୟ କରିଛନ୍ତି, ଆଗକୁ ମଧ୍ୟ ଜାରି ରଖିବେ । ସେପଟେ ନେହା ଧୁପିଆଙ୍କ ପାଇଁ ଲେଖିଛନ୍ତି, ମୋତେ ସହିବା ପାଇଁ ଧନ୍ୟବାଦ । ଉଭୟ ପିଲା ମେହରୁନିସା ଏବଂ ଗୁରିଖଙ୍କୁ ମଧ୍ୟ ସେ କହିଛନ୍ତି, ମୋର ସ୍ବପ୍ନ ଅଛି ତୁମେ ବଡ ହେଲେ ତୁମ ସହ ଦୌଡିବାକୁ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.