ETV Bharat / entertainment

PM Modi Biopic: ପ୍ରଧାନମନ୍ତ୍ରୀ ମୋଦି ହେବେ ଅମିତାଭ ବଚ୍ଚନ, ଜାଣନ୍ତୁ ଫିଲ୍ମର କାହାଣୀ ?

author img

By

Published : Jul 21, 2023, 4:00 PM IST

2024 ବର୍ଷର ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ-ବଲିଉଡ କରିଡର ସହ ଜଡିତ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବାୟୋପିକ ନେଇ ପ୍ରସ୍ତୁତି ଚାଲିଛି, ଯେଉଁଥିରେ ଅମିତାଭ ବଚ୍ଚନ ପିଏମ ମୋଦି ଙ୍କ ଚରିତ୍ରରେ ନଜର ଆସିବେ । ଅଧିକ ପଢ଼ନ୍ତୁ

ପିଏମ ମୋଦୀ ହେବେ ଅମିତାଭ ବଚ୍ଚନ, ଜାଣନ୍ତୁ କିଭଳି ହେବ ଫିଲ୍ମର କାହାଣୀ?

ମୁମ୍ବାଇ: 'ଏକ ପ୍ରେମ କଥା' ଏବଂ 'ପରୀ' ଭଳି ଚଳଚ୍ଚିତ୍ରର ନିର୍ମାତା ପ୍ରେରଣା ଆରୋରା ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବାୟୋପିକ୍ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ରିପୋର୍ଟ ଅନୁଯାୟୀ, ପ୍ରେରଣା ପିଏମ ମୋଦୀଙ୍କ ଉପରେ ଏକ ଫିଲ୍ମ କରିବାକୁ ଚାହୁଁଛନ୍ତି କାରଣ ସେ ଭାରତର ସବୁଠାରୁ ଡାଇନାମିକ, ସୁନ୍ଦର ଏବଂ ଦକ୍ଷ ବ୍ୟକ୍ତି । ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ୱରେ ସେ ଅତ୍ୟନ୍ତ ପ୍ରଭାବିତ । ଏଣୁ ସେ ତାଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହୁଁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ପାଇଁ ଜଣାଶୁଣା ଫିଲ୍ମ ନିର୍ମାତା ପ୍ରେରଣା ଆରୋରା ଏକ ବଡ଼ ଯୋଜନା ପ୍ରସ୍ତୁତ କରୁଥିବା ରିପୋର୍ଟ ଆସୁଛି । ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସେ ମୋଦିଙ୍କ ଏହି ବାୟୋପିକରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମୋଦୀଙ୍କ ଚରିତ୍ରରେ ଉପସ୍ଥାପନ କରିବାକୁ ଯୋଜନା ହେଉଛି । ନିର୍ମାତା କହିଛନ୍ତି ଯେ, ଅମିତାଭ ବଚ୍ଚନଙ୍କ ଅପେକ୍ଷା ମୋଦି ଙ୍କ ଭୂମିକାକୁ ଆଉ କେହି ଭଲ କରିପାରିବେ ନାହିଁ।

ସୂଚନା ଅନୁସାରେ, ସେ ମୋଦିଙ୍କ ବାୟୋପିକ ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ଜୀବନ ସହ ଜଡିତ ଅନେକ ଦିଗ ଦର୍ଶାଇବେ । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ତାଙ୍କର ରାଜନୈତିକ କ୍ୟାରିଅର, ତାଙ୍କର ବୈଦେଶିକ ନୀତି ଏବଂ ଅର୍ଥନୈତିକ ବିକାଶ ମଧ୍ୟ ଦେଖାଯିବ । କେବଳ ଏତିକି ନୁହେଁ, କୋଭିଡ-19 କାଳରେ ଦେଶ ତଥା ବିଶ୍ୱରେ ଲକ୍‌ଡାଉନ ସମୟରେ ତାଙ୍କର ଭୂମିକା ଲୋକଙ୍କୁ ଦର୍ଶାଯିବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଥ୍ରୋବ୍ୟାକ୍ ଫଟୋ ସେୟାର କରି ପୁରୁଣା ଦିନକୁ ମନେ ପକାଇଲେ ବିଗ୍ ବି

ସୂଚନା ଥାଉ କି, ମୋଦିଙ୍କର ଏକ ବାୟୋପିକ୍ ପ୍ରସ୍ତୁତ ହୋଇସାରିଛି, ଯେଉଁଥିରେ ପିଏମ ମୋଦିଙ୍କ ଭୂମିକାରେ ଅଭିନୟ କରିଥିଲେ ବିବେକ ଓବରାୟ । ତେବେ ଏନେଇ ଯେତେବେଳେ ପ୍ରେରଣାଙ୍କୁ ପିଏମ ମୋଦିଙ୍କ ଭୂମିକାରେ ବିବେକ ଓବରୋଇଙ୍କ ଫିଲ୍ମ ନେଇ ପଚରାଗଲା । ସେତେବେଳେ ପ୍ରେରଣା କହିଛନ୍ତି ଯେ, ସେ ଏହି ଫିଲ୍ମ ଦେଖି ନାହାଁନ୍ତି । କିନ୍ତୁ ସେ ତାଙ୍କ ଫିଲ୍ମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାବମୂର୍ତ୍ତିକୁ ସମ୍ପୂର୍ଣ୍ଣ ନ୍ୟାୟ ପ୍ରଦାନ କରିବ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ।

ଅମିତାଭ ବଚ୍ଚନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ବିଗ ବି' ପରବର୍ତ୍ତୀ ସମୟରେ ସେ 'କଲ୍‌କି 2898AD'ରେ ନଜର ଆସିବେ। ପୂର୍ବରୁ ଫିଲ୍ମର ନାଁ ପ୍ରୋଜେକ୍ଟ କେ' ରହିଥିଲା । ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ କରି ନିର୍ମାତା ଫିଲ୍ମର ଅସଲି ନାଁ ଘୋଷଣା କରିଛନ୍ତି । ତେବେ ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସ, ବଳିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ କମଲ ହାସନଙ୍କ ସହ ମହାନାୟକ ଅମିତାଭ ସ୍କ୍ରିନ୍ ସ୍ପେସ୍ ସେୟାର୍ କରିବେ । ଫିଲ୍ମ 2024 ଜାନୁଆରୀ 12ରେ ସିନେମା ହଲରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.