ETV Bharat / entertainment

'ଆନିମଲ'ର ଫ୍ୟାନ୍ ହେଲେ ଅଲ୍ଲୁ, ରଣବୀର-ବବିଙ୍କ କଲେ ପ୍ରଶଂସା

author img

By ETV Bharat Odisha Team

Published : Dec 8, 2023, 5:28 PM IST

Allu Arjun Reaction On Animal: ବକ୍ସ ଅଫିସରେ ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ଆନିମଲ' ଭଲ ପ୍ରଦର୍ଶନ ସହ ପ୍ରଶଂସା ସାଉଁଟୁଛି । ପୂର୍ବରୁ ଅନେକ ସେଲିବ୍ରିଟି ଫିଲ୍ମ ଉପରେ ଫିଦା ହୋଇଥିବା ବେଳେ ବର୍ତ୍ତମାନ ଏହି ଚଳଚ୍ଚିତ୍ରକୁ ନେଇ ଫ୍ୟାନ ହୋଇଛନ୍ତି ଅଲ୍ଲୁ ଅର୍ଜୁନ । ଅଧିକ ପଢନ୍ତୁ

'ଆନିମଲ' ର ଫ୍ୟାନ୍ ହେଲେ ଅଲ୍ଲୁ ଅର୍ଜୁନ, ରଣବୀର-ବବିଙ୍କ କଲେ ପ୍ରଶଂସା

ହାଇଦ୍ରାବାଦ: 'ଆନିମଲ' ବକ୍ସ ଅଫିସରେ ଧୂଆଁଧାର ପ୍ରଦର୍ଶନ କରୁଛି । ଦର୍ଶକମାନେ ଫିଲ୍ମରେ ପ୍ରତ୍ୟେକ ଚରିତ୍ରର ଅଭିନୟକୁ ପ୍ରଶଂସା କରୁଛନ୍ତି । କିଛି ଲୋକ ରଣବୀରଙ୍କ ଅଭିନୟକୁ ପସନ୍ଦ କରୁଥିବାବେଳେ ଆଉ କିଛି ବବି ଦେଓଲଙ୍କ ଅଭିନୟକୁ ଦେଖି ଦିୱାନା ହୋଇଛନ୍ତି । କେବଳ ଦର୍ଶକ ନୁହଁନ୍ତି, ଅନେକ ତାରକା ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଫିଲ୍ମକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହି କ୍ରମରେ ବର୍ତ୍ତମାନ ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ ମଧ୍ୟ 'ଆନିମଲ' ଦେଖି ଫିଦା ହୋଇଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

  • #Animal . Just mind blowing. Blown away by the cinematic brilliance. Congratulations! #RanbirKapoor ji just took Indian cinema performances to a whole new level. Very Inspiring . I am truly in loss of words to explain the magic you’ve created . My deep Respects to the highest…

    — Allu Arjun (@alluarjun) December 8, 2023 " class="align-text-top noRightClick twitterSection" data=" ">

ଏକ୍ସରେ ଅଲ୍ଲୁ ଅର୍ଜୁନ ଏକ ପୋଷ୍ଟ କରି ଫିଲ୍ମର ସମସ୍ତ କାଷ୍ଟଙ୍କ ଖୁବ ପ୍ରଶଂସା କରିଛନ୍ତି । ରଣବୀର କପୁରଙ୍କୁ ପ୍ରଶଂସା କରି ଅଲ୍ଲୁ ଅର୍ଜୁନ ଲେଖିଛନ୍ତି, 'ରଣବୀର କପୁର ଭାରତୀୟ ସିନେମାର ଅଭିନୟକୁ ଏକ ନୂତନ ସ୍ତରକୁ ନେଇଛନ୍ତି । ଏହା ପ୍ରେରଣାଦାୟକ । ତୁମେ ସୃଷ୍ଟି କରିଥିବା ଯାଦୁକୁ ବ୍ୟାଖ୍ୟା କରିବାକୁ ମୋ ପାଖରେ ବାସ୍ତବରେ ଶବ୍ଦ ନାହିଁ । ଏଥିପାଇଁ ମୁଁ ହୃଦୟରୁ ସମ୍ମାନ ଜଣାଉଛି ।

ରଶ୍ମିକା ମନ୍ଦାନାଙ୍କ ବିଷୟରେ ଅଲ୍ଲୁ ଲେଖିଛନ୍ତି, 'ରଶ୍ମିକା ମନ୍ଦାନା, ସାନଦାର ଏବଂ ମ୍ୟାଗ୍ନେଟିକ । ଆଜି ପର୍ଯ୍ୟନ୍ତ ଏହା ତୁମର ଶ୍ରେଷ୍ଠ ପ୍ରଦର୍ଶନ ଏବଂ ଆହୁରି ଅନେକ କିଛି ଅଛି । ସୁପରଷ୍ଟାର ବବି ଦେଓଲଙ୍କ ବିଷୟରେ ସେ ଲେଖିଛନ୍ତି, 'ତୁମର ପ୍ରଭାବଶାଳୀ ପ୍ରଦର୍ଶନ ଆମକୁ ମୁହଁ ବନ୍ଦ କରିଦେଉଛି । ତୁମର ଚମତ୍କାର ଅଭିନୟ ସତରେ ସମ୍ମାନ ଯୋଗ୍ୟ । ଏହା ବ୍ୟତୀତ ସେ ଅନିଲ କପୁର ଏବଂ ତ୍ରିପ୍ତୀ ଡିମ୍ରିଙ୍କ ମଧ୍ୟ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମନ ଜିତୁଛି ରଣବୀରଙ୍କ ଫିଲ୍ମ, ପ୍ରଥମ ସପ୍ତାହରେ ତ୍ରିପଲ ସେଞ୍ଚୁରୀ କଲା 'ଆନିମଲ'

ଅନିଲ କପୁର ଜୀଙ୍କର ପ୍ରଦର୍ଶନ ତୀବ୍ର ଏବଂ ଦମଦାର, ଆପଣଙ୍କ ଅନୁଭବ କହୁଛି ସାର୍ । ଏହା ପରେ ଅଲୁ ଅର୍ଜୁନ 'ଭାବୀ ୨' ତ୍ରିପ୍ତୀ ଡିମ୍ରିଙ୍କ କାର୍ଯ୍ୟକୁ ପ୍ରଶଂସା କରି ଲେଖିଛନ୍ତି, ୟଙ୍ଗ ଲେଡି ତ୍ରିପ୍ତୀ ଡିମ୍ରି ହୃଦୟ ଭାଙ୍ଗୁଛନ୍ତି, ମୁଁ ଆଶା କରୁଛି ଆଗକୁ ମଧ୍ୟ ଏହା ଜାରି ରହୁ । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ବିଷୟରେ ଅଲ୍ଲୁ ଅର୍ଜୁନ କହିଛନ୍ତି, 'ନିର୍ଦ୍ଦେଶକ, ଦ ମ୍ୟାନ ଇମୱାଙ୍ଗା ସନ୍ଦୀପ ଗାରୁ । ମାଇଣ୍ଡ ବ୍ଲୋଇଂ । ତୁମେ ସମସ୍ତ ସିନେମାଟିକ୍ ସୀମା ଅତିକ୍ରମ କରିଛ । ଯାହାର କୌଣସି ତୁଳନା ନାହିଁ । ତୁମେ ପୁଣି ଥରେ ଆମ ସମସ୍ତଙ୍କୁ ଗର୍ବିତ କରିଛ । ମୁଁ ସ୍ପଷ୍ଟ ଭାବରେ ଦେଖିପାରୁଛି କି ତୁମର ଚଳଚ୍ଚିତ୍ର ବର୍ତ୍ତମାନ ଏବଂ ଭବିଷ୍ୟତରେ କିପରି ଭାରତୀୟ ସିନେମାର ଚେହେରା ବଦଳାଇବାକୁ ଯାଉଛ । ଭାରତୀୟ ସିନେମାର କ୍ଲାସିକ ତାଲିକାରେ 'ଆନିମଲ' ସାମିଲ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.