ETV Bharat / entertainment

୫୦ ବର୍ଷ ବୟସରେ ଆଖି ବୁଜିଲେ ହଲିଉଡ ଅଭିନେତା ଆଲେକ ମୁସର

author img

By ETV Bharat Odisha Team

Published : Jan 14, 2024, 1:03 PM IST

Alec Musser Passes Away: ହଲିଉଡ ଅଭିନେତା ଆଲେକ ମୁସରଙ୍କ ପରଲୋକ । ୫୦ ବର୍ଷ ବୟସରେ ଅଭିନେତା ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଅଭିନେତାଙ୍କ ବିୟୋଗରେ ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

୫୦ ବର୍ଷ ବୟସରେ ଆଖି ବୁଜିଲେ ହଲିଉଡ ଅଭିନେତା ଆଲେକ ମୁସର
୫୦ ବର୍ଷ ବୟସରେ ଆଖି ବୁଜିଲେ ହଲିଉଡ ଅଭିନେତା ଆଲେକ ମୁସର

ହାଇଦ୍ରାବାଦ: ଦୁନିଆକୁ ଅଲବିଦା କହିଲେ ହଲିଉଡ ଅଭିନେତା ଆଲେକ ମୁସର । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା । ଆଲେକଙ୍କ ମୃତ୍ୟୁ ନେଇ ତାଙ୍କ ଭାବିପତ୍ନୀ ପେଗେ ପ୍ରେସ ସୂଚନା ଦେଇଛନ୍ତି । ମୃତ୍ୟୁର କାରଣ ଜଣାପଡିନାହିଁ । ତେବେ ତାଙ୍କ ବିୟୋଗରେ ପରିବାର ଏବଂ ଇଣ୍ଡଷ୍ଟ୍ରି ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ପେଗେ ପ୍ରେସ ତାଙ୍କ ଦେହାନ୍ତ ଖବର ସୂଚନା ଦେଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅଭିନେତାଙ୍କ ଅନେକ ଫଟୋ ସେୟାର କରିବା ସହ ଏକ ନୋଟ୍ ଲେଖିଛନ୍ତି । ସେ ଲେଖିଛନ୍ତି, 'ଆଜି ମୋ ପାଇଁ ସବୁଠାରୁ ବଡ ଖରାପ ଦିନ । ଏହି ଦୁଃଖଦ ଖବର ଶୁଣି ମୋ ହୃଦୟ ଭାଙ୍ଗିଯାଇଛି । ମୁଁ ତୁମକୁ ଭଲପାଇବା କେବେ କମ କରିବି ନାହିଁ ସେ ଆଉ ଏକ ପୋଷ୍ଟରେ ଲେଖିଛନ୍ତି, ତୁମେ ସବୁଠାରୁ ଭଲ ଭାବି ସ୍ବାମୀ ଥିଲ । ମୁଁ ତୁମ ସହ ଯେତେବେଳେ ଯାହା ମଧ୍ୟ କହିପାରୁଥିଲି । ଏହା ମୋତେ ବହୁତ ଦୁଃଖ ଦେଇଛି ।' ତେବେ ଅଭିନେତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଆଲେକଙ୍କ ମୃତ୍ୟୁ ଖବର ଶୁଣି ସାଙ୍ଗ ଏବଂ ଫ୍ୟାନ୍ସ ଦୁଃଖରେ ଭାଙ୍ଗିପଡିଛନ୍ତି । ସୋସିଆଲ ମିଡିଆ ଜରିଆରେ ସମସ୍ତେ ଅଭିନେତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଜଣେ ସାଙ୍ଗ କ୍ରେଗ ରୋମେରୋ ଲେଖିଛନ୍ତି, ଆଲେକଙ୍କ ମୃତ୍ୟୁ ଖବର ମୋତେ ଆଶ୍ଚର୍ଯ୍ୟ କରିଛି । ତୁମେ ମୋର ଭଲ ବନ୍ଧୁ ଥିଲ ଏବଂ ସର୍ବଦା ସ୍ମରଣୀୟ ହୋଇରହିବ । ଆଉ ଜଣେ ସାଙ୍ଗ ଜୋନ ୱାଟକିନ ଆଲେକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି, ତୁମ ଆତ୍ମାକୁ ଶାନ୍ତି ମିଳୁ । ଜଣେ ଫ୍ୟାନ ଲେଖିଛନ୍ତି, ଆଲେକଙ୍କୁ ହରାଇବା ପେଜ ତୁମ ପାଇଁ ଏବଂ ସମସ୍ତଙ୍କ ପାଇଁ ଦୁଃଖଦ ଘଟଣା । ଭଗବାନ ତୁମ ଆତ୍ମାକୁ ସଦଗତି ଦିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ: ହଲିଉଡ ଅଭିନେତା ଆଦନ କାଣ୍ଟୋଙ୍କ ପରଲୋକ

ଅଲ ମାଇଁ ଚିଲ୍ଡେନ ଧାରାବାହିକ ପାଇଁ ଆଲେକ ବେଶ ଜଣାଶୁଣା । ଏହି ଫିଲ୍ମ ସେ ୨୦୦୫ରେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ସେ ଏଦି ଦିନିକିଆ ଟେଲିଭିଜନ ଶୋ'ର ମୋଟ ୪୩ଟି ଏପିସୋଡରେ ଅଭିନୟ କରିଥିଲେ । ଏହି ସିରିଜରେ ତାଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଥିଲା । ଏଥିସହ ସେ ଗ୍ରାଉନ ଅପ୍ସ, ରୋଡ ଟୁ ଦ ଅଲଟର ଏବଂ ରୀଟା ରୋକ୍ସରେ ମଧ୍ୟ ଅଭିନୟ କରିଥିଲେ । ଏଥିସହ ସେ ପୁରୁଷ ସ୍ବାସ୍ଥ୍ୟ ଏବଂ ପୁରୁଷ ୱାର୍କଆଉଟ୍ ପରି ପୁରୁଷ ପତ୍ରିକାର କଭର ପେଜରେ ମଧ୍ୟ ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.