ମୁମ୍ବାଇ: ରିଲିଜ ହେବା ପର ଠାରୁ ବିବାଦରେ ଛନ୍ଦି ହୋଇଛି ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ' । ଫିଲ୍ମର ସଂଳାପ ଏବଂ VFXକୁ ନେଇ ସବୁଠି ବିରୋଧ ସହ କଡା ସମାଲୋଚନା କରାଯାଉଛି । ଏହି କାରଣରୁ ପ୍ରଥମେ ନେପାଳ ଏହି ବିବାଦୀୟ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ବର୍ତ୍ତମାନ ଦେଶରେ ଏହି ଚଳଚ୍ଚିତ୍ର ଉପରେ ବ୍ୟାନ କରିବାକୁ ଦାବି ହୋଇଛି । ଏହି ପରିପ୍ରେକ୍ଷୀରେ ଅଲ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ ପିଏମ ମୋଦିଙ୍କୁ ଏକ ଚିଠି ଲେଖି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏହା ସହିତ ଆସୋସିଏସନ ଫିଲ୍ମର ନିର୍ଦ୍ଦେଶକ ଓମ ରାଉତ ଏବଂ ସଂଳାପ ଲେଖକ ମନୋଜ ମୁନ୍ତାଶିର ଶୁକ୍ଲାଙ୍କ ବିରୋଧରେ ଏତଲା ଦେବ ବୋଲି କହିଛି ।
-
All India Cine Workers Association write to Prime Minister Narendra Modi, requesting him to "stop screening the movie and immediately order a ban of #Adipurush screening in the theatres and OTT platforms in the future.
— ANI (@ANI) June 20, 2023 " class="align-text-top noRightClick twitterSection" data="
"We need FIR against Director Om Raut, dialogue writer… pic.twitter.com/jYq3yfv05c
">All India Cine Workers Association write to Prime Minister Narendra Modi, requesting him to "stop screening the movie and immediately order a ban of #Adipurush screening in the theatres and OTT platforms in the future.
— ANI (@ANI) June 20, 2023
"We need FIR against Director Om Raut, dialogue writer… pic.twitter.com/jYq3yfv05cAll India Cine Workers Association write to Prime Minister Narendra Modi, requesting him to "stop screening the movie and immediately order a ban of #Adipurush screening in the theatres and OTT platforms in the future.
— ANI (@ANI) June 20, 2023
"We need FIR against Director Om Raut, dialogue writer… pic.twitter.com/jYq3yfv05c
ଆଦିପୁରୁଷ ଫିଲ୍ମରେ ସଂଳାପ ଏବଂ VFX ପାଇଁ ବିରୋଧର ସମ୍ମୁଖୀନ ହୋଇଛି । ଏହା ଦ୍ବାରା ଫିଲ୍ମ ଦର୍ଶକଙ୍କ ଧାର୍ମିକ ଭାବନାକୁ ମଧ୍ୟ ଆଘାତ ଦେଉଛି । ଏହି ସବୁ ବିବାଦ ଯୋଗୁଁ ସୋସିଆଲ ମିଡିଆରେ ମଧ୍ୟ ଏହି ଚଳଚ୍ଚିତ୍ର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗିଛି । ତେବେ ଏବେ AICWA ଫିଲ୍ମ ବ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ନିବେଦନ କରିଛି ଏବଂ କହିଛି ଯେ ଏହି ଚଳଚ୍ଚିତ୍ର ଆଗାମୀ ଦିନରେ ଟିଭି ଏବଂ OTT ପ୍ଲାଟଫର୍ମରେ ପ୍ରସାରିତ ହେବା ଉଚିତ ନୁହେଁ, ଏହା ପିଲାମାନଙ୍କ ମଧ୍ୟରେ ରାମାୟଣକୁ ନେଇ ଭୁଲ ଭାବନା ଦେବ।
ଚିଠିରେ ଉଲ୍ଲେଖ ଅଛି ଯେ, ଏହି ଚଳଚ୍ଚିତ୍ର ପ୍ରଭୁ ରାମ ଏବଂ ହନୁମାନଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିଛି । ଆଦିପୁରୁଷ ହିନ୍ଦୁ ସନାତନ ଧର୍ମର ଭାବନା ଏବଂ ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇଛି । ରାମ ହେଉଛନ୍ତି ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କ ଭଗବାନ । କେଉଁ ଧର୍ମରୁ କିଏ ଆସନ୍ତୁ ନା କାହିଁକି, ଏହି ଫିଲ୍ମଟି ରାମ ଏବଂ ରାବଣଙ୍କ ଚରିତ୍ରକୁ (ଯାହା ଭିଡିଓ ଗେମ୍ ଚରିତ୍ର ପରି ଦେଖାଯାଉଛି) ଭଲଭାବେ ପ୍ରଦର୍ଶିତ କରିନାହିଁ । ଏହା ଦେଶ ତଥା ବିଦେଶରେ ହିନ୍ଦୁମାନଙ୍କୁ ଆଘାତ ଦେଇଛି ଅଭିନେତା ପ୍ରଭାସ, କ୍ରିତି ସାନନ୍ ଏବଂ ସୈଫ ଅଲି ଖାନ୍ ଭାରତୀୟ ସିନେମା ଇତିହାସରେ ଏହି ଅସମ୍ମାନ ଚଳଚ୍ଚିତ୍ରର ଅଂଶ ହେବା କଥା ନୁହଁ । ଆଦିପୁରୁଷ ଆମର ରାମାୟଣ ଏବଂ ରାମଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିଦେଇଛି ।'
ସୂଚନା ଥାଉ କି, ଉତ୍ତରପ୍ରଦେଶକ ଧାର୍ମିକ ସହର ବାରାଣାସୀରେ ଫିଲ୍ମ ଉପରେ କ୍ରୋଧ ଚରମ ସୀମାରେ ପହଞ୍ଚିଛି । ଏଠାରେ ଲୋକମାନେ ଏହି ଚଳଚ୍ଚିତ୍ରକୁ ବିରୋଧ କରି ଏକ ଶୋଭାଯାତ୍ରା କରୁଛନ୍ତି ଏବଂ ଜୁନ୍ 19ରେ ହିନ୍ଦୁ ମହାସଭା ଲକ୍ଷ୍ନୌ ପୋଲିସ୍ ଷ୍ଟେସନରେ ଆଦିପୁରୁଷ ନିର୍ମାତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଛନ୍ତି । ଏଥି ସହ ସମାଜବାଦୀ ପାର୍ଟି ମଧ୍ୟ ଏହି ଚଳଚ୍ଚିତ୍ରକୁ ରାମଙ୍କ ଆସ୍ଥା ଉପରେ ଆକ୍ରମଣ କରାଯାଇଛି ବୋଲି କହିଛି ।