ETV Bharat / entertainment

ବି-ଟାଉନର ହିରୋଇନଙ୍କ ପ୍ରଥମ ମଦର୍ସ ଡେ ସେଲିବ୍ରେସନ, ଲିଷ୍ଟ୍‌ରେ ଅଛି ଏମାନଙ୍କ ନାଁ - ଗହର ଖାଁ

ପ୍ରଥମ ମଦର୍ସ ଡେ ପାଳୁଛନ୍ତ ବି-ଟାଉନ ହିରୋଇନ । ବଲିଉଡର ହିରୋଇନମାନେ ଏହିଭଳି ଭାବେ ପାଳିଛନ୍ତି ମଦର୍ସ ଡେ' । ଅଧିକ ପଢ଼ନ୍ତୁ

ପ୍ରଥମ ମଦର୍ସ ଡେ ପାଳୁଛନ୍ତ ବି-ଟାଉନ ହିରୋଇନ
ପ୍ରଥମ ମଦର୍ସ ଡେ ପାଳୁଛନ୍ତ ବି-ଟାଉନ ହିରୋଇନ
author img

By

Published : May 14, 2023, 7:59 PM IST

ମୁମ୍ବାଇ: ମା’ର ପଣତ କାନି ତଳେ ଆକାଶ ବି ଛୋଟ ପଡ଼ିଯାଏ । ତାର ସ୍ନେହ ଓ ଆଦରରେ ଶିଶୁ ପାଇଁ ଦୁନିଆ ସରସ ସୁନ୍ଦର ହୋଇଯାଏ । ଆଜି ହେଉଛି ସ୍ନେହମୟୀ, କରୁଣାର ସାଗର, ମମତାମୟୀ ମାଆର ଦିନ । ଏହି ଦିନକୁ ଆଜି ବିଭିନ୍ନ ମହଲରେ ବେଶ ଧୁମଧାମରେ ପାଳନ କରାଯାଉଛି । ତେବେ ଚାଲନ୍ତୁ ଜାଣିବା ବ-ଟାଉନରରେ ପ୍ରଥମ ଥର ମାଆ ହେଇଥିବା ହିରୋଇନମାନେ କେମିତି ପାଳୁଛନ୍ତି ନିଜର ପ୍ରଥମ ମଦର୍ସ ଡେ'...

ତେବେ ପ୍ରଥମ ଥର ପାଇଁ ମାଆ ହୋଇଥିବା ଟ୍ରେଣ୍ଡରେ ରହିଛନ୍ତି ବଲିଉଡର ‘ଗଙ୍ଗୁବାଇ’ ଆଲିଆ ଭଟ୍ଟ, ନିଜ ଅଦାରେ ଦର୍ଶକଙ୍କ ଉପରେ ଯାଦୁ କରୁଥିବା ଗୌହର ଖାଁ, ସୋନମ କପୁର, ବଲିଉଡ ଓ ଟଲିଉଡରେ ନିଜ ଜାଦୁରେ ଦର୍ଶକଙ୍କ ମନ ମୋହିଥିବା କାଜଲ ଆଗ୍ରୱାଲ ।

ଗୌହର ଖାଁ: ‘ବିଗ ବସ-୭’ର ବିଜେତା ଗୌହର ଖାନ କିଛି ଦିନ ତଳେ ହିଁ ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି । ଗୌହର ଓ ତାଙ୍କ ପତି ଜେଦ ଦରବାର ୧୦ ମେ'ରେ ମାତାପିତା ହେବାର ଖୁସି ଲାଭ କରିଥିଲେ । ମଦର୍ସ ଡେ' ଅବସରରେ ଗୌହର ନିଜ ଇଷ୍ଟାଗ୍ରାମରେ ଲେଖିଛନ୍ତି, "ଏହା ମୋ ପୁଅ, ଅସ-ସଲାମ-ୱାଲେକୁମ..୧୦ ମେ ୨୦୨୩ରେ ମୋ ଜୀବନରେ ଆସି ମତେ ପ୍ରକୃତ ଖୁସିର ମାନେ ବୁଝେଇ ଦେଇଛି ।’’

ଆଲିଆ ଭଟ୍ଟ: ବଲିଉଡର ଲିଷ୍ଟ-ଏ ହିରୋଇନ ଆଲିଆ ଭଟ୍ଟ ୨୦୨୨ରେ ମା’ ହୋଇଥିବା ବେଳେ ଏବର୍ଷ ପ୍ରଥମ ମଦର୍ସ ଡେ' ପାଳନ କରୁଛନ୍ତି । ଆଲିଆ ଭଟ୍ଟ ଓ ରଣବୀର କପୁର ୨୦୨୨ ନଭେମ୍ବରରେ କନ୍ୟା ସନ୍ତାନର ମାତାପିତା ହୋଇଥିଲା । ତାଙ୍କ ନାଁ ରାହା ବୋଲି ଜଣା ପଡିଛି । ରାହାର ଜନ୍ମ ଦିନ ଅବସରରେ ଆଲିଆ କହିଥିଲେ,‘ଆମ ଜୀବନର ସବୁଠାରୁ ଭଲ ନ୍ୟୁଜ୍ ଆମ ଝିଅ । ସେ ଏତେ ମ୍ୟାଜିକାଲ । ତାର ପ୍ରତ୍ୟେକଟି ସ୍ପର୍ଶ ମ୍ୟାଜିକାଲ...'

ବିପାସା ବସୁ: ବିପାସ ବସୁ ଏବଂ ଅଭିନେତା କରଣ ସିଂ ଗ୍ରୋବରଙ୍କ ବିବାହର ୬ ବର୍ଷ ପରେ ଗତ ବର୍ଷ ନଭେମ୍ବର ୧୨ରେ ନିଜ ପ୍ରଥମ ସନ୍ତାନର ସ୍ବାଗତ କରିଥିଲେ । ମିଡିଆରେ ସେ ନିଜ ଝିଅ ନାଁ ଦେବୀ ବସୁ ସିଂ ଗ୍ରୋବର ବୋଲି କହିଥିଲେ । ଏବର୍ଷ ସେ ପ୍ରଥମ ଥର ପାଇଁ ନିଜ ଝିଅ ସହ ମଦର୍ସ ଡେ' ପାଳନ କରୁଛନ୍ତି ।

ସୋନମ କପୁର: 20 ଅଗଷ୍ଟରେ ନିରଜା ଅଭିନେତ୍ରୀ ସୋନମ କପୁର ମା’ ହୋଇଥିଲେ । ସୋନମ ନିଜ ପୁଅର ନାଁ ବାୟୁ ରଖିଥିଲେ । ସେ ପ୍ରଥମ ଥର ମଦର୍ସ ଡେ' ପାଳୁଥିବାକୁ ନେଇ ବେଶ ଖୁସିଥିବା ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ କହିଥିଲେ ।

କାଜଲ ଅଗ୍ରୱାଲ: ଟଲିଉଡର ସୁନ୍ଦରୀ ନାୟିକା କାଜଲ ଅଗ୍ରୱାଲ ଓ ତାଙ୍କ ପତି ଗୌତମ ୧୯ ଅପ୍ରେଲ ୨୦୨୨ରେ ନିଜ ପୁଅ ନିଲ୍‌ର ସ୍ବାଗତ କରିଥିଲେ । ସେ ନିଜ ପୁଅ ସହ ମଦର୍ସ ଡେ' ସେଲିବ୍ରେସନର ଫଟୋ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ସେୟାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.