ETV Bharat / entertainment

Jawan Trailer: ଶାହରୁଖଙ୍କ ଭାଇରାଲ ଡାଏଲଗ୍‌ର ଜବାବ୍‌ ଦେଲେ ଆଲିଆ, କହିଲେ ପୂରା ଦୁନିଆକୁ ଦରକାର

author img

By ETV Bharat Odisha Team

Published : Sep 1, 2023, 11:23 AM IST

‘ଚାହିଏ ତୋ ଆଲିଆ ଭଟ୍ଟ...।’ ଶାହରୁଖ ଖାନଙ୍କ ଜବାନ ଟ୍ରେଲରରେ ଆଲିଆ ଭଟ୍ଟ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଯାହା ଏବେ ଚର୍ଚ୍ଚାରେ ରହିଛି । ଅଧିକ ପଢନ୍ତୁ

ଶାହରୁଖ ଖାନ ଜବାନ ଟ୍ରେଲର
ଶାହରୁଖ ଖାନ ଜବାନ ଟ୍ରେଲର

ହାଇଦ୍ରାବାଦ: ଆଲିଆ ଭଟ୍ଟ ଶାହାରୁଖ ଖାନଙ୍କ ‘ଜବାନ’ରେ ନଥାଇ ପାରନ୍ତି । କିନ୍ତୁ ତାଙ୍କ ନାମର ଏକ ଡାଏଲଗ୍‌ ଇଣ୍ଟରନେଟରେ ଧୁମ୍‌ ମଚାଉଛି । ଅଗଷ୍ଟ 31ରେ ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଜବାନର ଟ୍ରେଲର ମୁକ୍ତିଲାଭ କରିଛି, ଯେଉଁଥିରେ ଆଲିଆ ଭଟ୍ଟ ଷ୍ଟାରକାଷ୍ଟ ତାଲିକାରେ ହିଁ ନାହାନ୍ତି । ତଥାପି ସେ ଚର୍ଚ୍ଚାରେ ଅଛନ୍ତି, କାରଣ ଜବାନ ତାଙ୍କୁ ‘ଚାହୁଁଛି’। ବାସ୍ତବରେ, ଜବାନଙ୍କ ଟ୍ରେଲରରେ, ଯେତେବେଳେ ଶାହାରୁଖ ଖାନ ଓରଫ୍‌ ଜବାନଙ୍କୁ ପଚରାଯାଏ ତୁମେ କଣ ଚାହୁଁଛ ? ସେ ଏହାର ଉତ୍ତରରେ କହିଛନ୍ତି, "ଚାହିଏ ତୋ ଆଲିଆ ଭଟ୍ଟ"। ଏହି ଡାଏଲଗ୍‌କୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମିମ୍ସ ଏବଂ ପ୍ରତିକ୍ରିୟା ଭାଇରାଲ ହେଉଛି । ଏଥି ସହିତ, ଗଙ୍ଗୁବାଇ କାଠିଆୱାଡି ଅଭିନେତ୍ରୀ ନିଜେ ପ୍ରତିକ୍ରିୟା ଦେଇ ‘ଜବାନ’ ଟ୍ରେଲରକୁ ପୁଣି ଥରେ ଲାଇମଲାଇଟକୁ ଆଣିଛନ୍ତି ।

ଡାଏଲଗ୍‌ର ଜବାବ୍‌ ଦେଲେ ଆଲିଆ
ଡାଏଲଗ୍‌ର ଜବାବ୍‌ ଦେଲେ ଆଲିଆ

ବଲିଉଡ ସେଲିବ୍ରିଟି ଜବାନ ପାୱାର ପ୍ୟାକ୍ ଟ୍ରେଲରର ପ୍ରଶଂସା କରିବାରେ ଥକିନାହାନ୍ତି । ଏପଟେ ଆଲିଆ ଭଟ୍ଟ ଶାହାରୁଖଙ୍କ ଚର୍ଚ୍ଚିତ ଡାଏଲଗ୍‌ ଉପରେ ଏକ ପ୍ରତିକ୍ରିୟା ଦେଇଛନ୍ତି । ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ସେୟାର କରି କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି, ‘‘ଏବଂ ସମଗ୍ର ଦୁନିଆକୁ ଦରକାର କେବଳ ଏସ୍‌ଆର୍‌କେ !!!’’

ଏହା ମଧ୍ୟ ପଢନ୍ତୁ: Jawan Trailer Out: ରିଲିଜ୍‌ ହେଲା ଜବାନର ଧମାକାଦାର ଟ୍ରେଲର, ଶାହାରୁଖଙ୍କ ଆକ୍ସନ ଉଡାଇବ ହୋସ୍‌

ଏହା ସହିତ ସେ ଶାହାରୁଖ ଖାନଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, "କି ଚମତ୍କାର ଟ୍ରେଲର । 7 ସେପ୍ଟେମ୍ବର ତ ବହୁତ ଦୂରରେ..." କେବଳ ଏତିକି ନୁହେଁ ସେ ଟ୍ରେଲର ମଧ୍ୟ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଏହା ବ୍ୟତୀତ ପ୍ରଶଂସକମାନେ କିଛି ଟ୍ୱିଟ୍ ମଧ୍ୟ ସେୟାର କରିଛନ୍ତି । ଟ୍ରେଲରର ସିନ୍‌ ସେୟାର କରିବାବେଳେ ଜଣେ ୟୁଜର ଲେଖିଛନ୍ତି, "ଆମକୁ ଏସ୍‌ଆରକେ ସାର୍‌ । ଆମେ ସମସ୍ତେ ଆଲିଆ ଭଟ୍ଟଙ୍କୁ ଚାହୁଁଛୁ ।" ଅନ୍ୟ ଜଣେ ୟୁଜର ଶାହାରୁଖ ଖାନଙ୍କ ଡାଏଲଗ୍‌ ସେୟାର କରିଛନ୍ତି ।

ଏହାପୂର୍ବରୁ ଶାହରୁଖ ଖାନ ଟ୍ରେଲରକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଥିଲେ, "ନ୍ୟାୟ ଆଉ ଜଣେ ଜବାନର । ମହିଳା ଏବଂ ସେମାନଙ୍କର ପ୍ରତିଶୋଧର । ଜଣେ ମାଆ ଏବଂ ପୁଅ। ଆଉ ହଁ, ବହୁତ ମଜା !!! ପ୍ରସ୍ତୁତ ଆହ !!!" ଉଲ୍ଲେଖନୀୟ କଥା ହେଉଛି, ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନଙ୍କ ବ୍ୟତୀତ ନୟନତାରା ଏବଂ ବିଜୟ ସେଥୁପତି, ଦୀପିକା ପାଦୁକୋନ ଏକ ବିଶେଷ ଭୂମିକାରେ, ଏହା ସହିତ ସାନିଆ ମଲହୋତ୍ରା, ପ୍ରିୟାମଣି, ଗିରିଜା ଓକ, ସଞ୍ଜିତା ଭଟ୍ଟାଚାର୍ଯ୍ୟ, ଲେହର ଖାନ, ଆଲିଆ କୁରେଶୀ, ରିଦ୍ଧି ଡୋଗ୍ରା ଏବଂ ସୁନୀଲ ଗ୍ରୋଭର ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମ ସେପ୍ଟେମ୍ବର 7ରେ ରିଲିଜ ହେବାକୁ ଯାଉଛି ଏବଂ ଆଡଭାନ୍ସ ବୁକିଂ ଦୃଷ୍ଟିରୁ ରେକର୍ଡ ଭାଙ୍ଗୁଛି । ଏହି ଚଳଚ୍ଚିତ୍ରର ଜଣାଶୁଣା ଦକ୍ଷିଣ ନିର୍ଦ୍ଦେଶକ ଆଟଲେ ନିର୍ଦ୍ଦେଶନା ଦେଇଛନ୍ତି ।

ଉଲ୍ଲେଖନୀୟ ଯେ, ଆଲିଆ ଭଟ୍ଟ ଏବଂ ଶାହାରୁଖ ଖାନ ଡିୟର ଜିନ୍ଦେଗିରେ ଏକାଠି ନଜର ଆସିଛନ୍ତି । ଯେତେବେଳେ କି ଆଲିଆ ଭଟ୍ଟ ଶାହାରୁଖଙ୍କ ପ୍ରଡକ୍ସନ ସହିତ ଡାର୍ଲିଙ୍ଗସ୍‌ର ପ୍ରଯୋଜନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.