ETV Bharat / entertainment

ଭାରତୀୟ ନାଗରିକ ନୁହନ୍ତି ଆଲିଆ

ବଲିଉଡର ଜଣାଶୁଣା ଅଭିନେତ୍ରୀ ଭାବେ ଆଲିଆ ଖୁବ ପରିଚିତ । ତାଙ୍କ ଅଭିନୀତ ଫିଲ୍ମ ଭାରତରେ ଖୁବ ଭଲ ବ୍ୟବସାୟ କରେ, କିନ୍ତୁ ତାଙ୍କ ପାଖରେ ନାହିଁ ଭାରତୀୟ ନାଗରିକତା । ଅଧିକ ପଢନ୍ତୁ

ଆଲିଆ ଭଟ୍ଟଙ୍କର ନାହିଁ ଭାରତୀୟ ନାଗରିକତା, କଲେ ଖୁଲାସା

author img

By

Published : Apr 9, 2022, 12:57 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଭାରତୀୟ ସିନେମାର ଜଣେ ଚର୍ଚ୍ଚିତ ଚେହେରା । ତାଙ୍କ ଅଭିନୀତ ଫିଲ୍ମ ଭାରତରେ ଖୁବ ଭଲ ବ୍ୟବସାୟ କରେ । ହିନ୍ଦୀ ଚଳଚ୍ଚିତ୍ରର ଶ୍ରେଷ୍ଠ ଅଭିନେତ୍ରୀ ପାଲଟିଥିବା ଆଲିଆଙ୍କ ହାତରେ ଆହୁରି ଅନେକ ହିଟ୍ ଫିଲ୍ମ ଅଛି । ଆଲିଆ ଖୁବ ଶୀଘ୍ର ଅଭିନେତା ରଣବୀର କପୁରଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ତେବେ ଆଲିଆ ଜଣେ ଭାରତୀୟ ଅଭିନେତ୍ରୀ ହୋଇଥିଲେ ମଧ୍ୟ ସେ ଭାରତୀୟ ନାଗରିକ ନୁହଁନ୍ତି । ଆଲିଆ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କର ଝିଅ ହୋଇଥିଲେ ବି ସେ ଜଣେ ଭାରତୀୟ ନାଗରିକ ନୁହଁନ୍ତି । ଆଲିଆ ଜଣେ ବ୍ରିଟିଶ ନାଗରିକ । ଆଲିଆଙ୍କ ମା ମଧ୍ୟ ବ୍ରିଟେନର ନାଗରିକ। ବ୍ରିଟିଶ ନାଗରିକତା ହେତୁ ଆଲିଆ ଭୋଟ୍ ମଧ୍ୟ ଦିଅନ୍ତି ନାହିଁ ।

ଭାରତୀୟ ନାଗରିକତ୍ୱ ଉପରେ ଆଲିଆ କ’ଣ କହିଥିଲେ?

କିଛି ବର୍ଷ ପୂର୍ବେ, ଏକ ସାକ୍ଷାତକାରରେ ଆଲିଆ ମତଦାନ ଏବଂ ତାଙ୍କ ନାଗରିକତ୍ୱ ବିଷୟରେ କହିଥିଲେ । ସେ କହିଥିଲେ- 'ଦୁର୍ଭାଗ୍ୟବଶତଃ, ମୁଁ ଭୋଟ୍ ଦେଇ ପାରିବି ନାହିଁ କାରଣ ମୋର ବ୍ରିଟିଶ ପାସପୋର୍ଟ ଅଛି । ପରବର୍ତ୍ତୀ ସମୟରେ ଯେତେବେଳେ ମୁଁ ଦ୍ବୈତ ନାଗରିକତା ପାଇବି ସେତେବେଳେ ନିର୍ବାଚନରେ ​​ଭୋଟ୍ ଦେବାକୁ ଚେଷ୍ଟା କରିବି (ଭାରତରେ ଦ୍ବୈତ ନାଗରିକତ୍ୱର କୌଣସି ବ୍ୟବସ୍ଥା ନାହିଁ) '

ତାଙ୍କ ପିତା ମହେଶ ଭଟ୍ଟ ଥରେ ଆଲିଆଙ୍କ ବ୍ରିଟିଶ ନାଗରିକତ୍ୱ ବିଷୟରେ କଥା ହୋଇଥିଲେ । ସେ କହିଥିଲେ- ଆଲିଆଙ୍କ ମାତା ସୋନି ରଜଦାନ ବ୍ରିଟିଶର ଅଟନ୍ତି | ସେ ବର୍ମିଂଘମରେ ଜନ୍ମଗ୍ରହଣ କରିଥିଲେ । ତେଣୁ ଆଲିଆ ସ୍ୱୟଂଚାଳିତ ଭାବରେ ବ୍ରିଟିଶ ନାଗରିକତ୍ୱ ମିଳିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.