ETV Bharat / entertainment

ବ୍ରହ୍ମାସ୍ତ୍ର ଟ୍ରେଲର ରିଲିଜ, ଏମିତି କହିଲେ ଦର୍ଶକ

author img

By

Published : Jun 15, 2022, 12:25 PM IST

ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । ସେମାନଙ୍କ ଅଭିନୀତ ପ୍ରଥମ ମାଇଥୋଲୋଜିକାଲ ଫିଲ୍ମ ବ୍ରହ୍ମାସ୍ତ୍ରର ଟ୍ରେଲର ରିଲିଜ ହୋଇଛି । ଅଧିକ ପଢନ୍ତୁ

ରିଲିଜ ହେଲେ ବ୍ରହ୍ମାସ୍ତ୍ର ଟ୍ରେଲର, ଏମିତି କହିଲେ ଦର୍ଶ

ହାଇଦ୍ରାବାଦ: ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । ସେମାନଙ୍କ ଅଭିନୀତ ପ୍ରଥମ ମାଇଥୋଲୋଜିକାଲ ଫିଲ୍ମ ବ୍ରହ୍ମାସ୍ତ୍ରର ଟ୍ରେଲର ରିଲିଜ ହୋଇଛି । ଏହାପୂର୍ବରୁ ସମସ୍ତ ଅଭିନେତାଙ୍କ ପୋଷ୍ଟର ରିଲିଜ ହୋଇଥିଲା । ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି ଅୟାନ ମୂଖାର୍ଜୀ । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ନିର୍ମିତ ହୋଇଛି ଫିଲ୍ମ । ଚଳିତ ବର୍ଷ ହିଁ ପରଦାକୁ ଆସିବ ଫିଲ୍ମ ବ୍ରହ୍ମାସ୍ତ୍ର ।

ଫିଲ୍ମ ରିଲିଜ ହେବାକୁ ଆଉ ମାତ୍ର କିଛି ମାସ ବାକି ଅଛି । ଟେଲର ରିଲିଜ ହେବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଛି । ତେବେ ଆସନ୍ତୁ ଜାଣିବା ଫିଲ୍ମର ଟେଲର ଦର୍ଶକଙ୍କ ମନକୁ କେତେ ଛୁଇଁଛି । ବ୍ରହ୍ମାସ୍ତ୍ର ଏକ ମଲ୍ଟି ଷ୍ଟାର ଫିଲ୍ମ । ଯେଉଁଥିଲେ ଆଲିଆ ଭଟ୍ଟ, ରଣବୀର କପୁରଙ୍କ ସମେତ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୋନି ରଏ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ରଣବୀର ମହାଦେବଙ୍କ ଭୂମିକା ନିଭାଉଥିବାବେଳେ ଆଲିଆ ଇଶାଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରେ ଶିବ ହୋଇ ଦୁନିଆର ରକ୍ଷା କରୁଛନ୍ତି ରଣବୀର ।

ବ୍ରହ୍ମାସ୍ତ୍ର ଟ୍ରେଲରେ ରଣବୀର କପୁର ହର ହର ମହାଦେବଙ୍କ ଭୂମିକାରେ କିଛି ଅଲଗା କରୁଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମରେ VFXର ବ୍ୟବହାର ହୋଇଛି । 2 ମିନିଟ 51 ସେକେଣ୍ଡର ଟ୍ରେଲର ଦେଖି ଫିଲ୍ମର କାହାଣୀ ସାମାନ୍ୟ ବୁଝି ପାରିଛନ୍ତି ଦର୍ଶକ । ଫିଲ୍ମରେ ଆଲିଆ ଓ ରଣବୀରଙ୍କ ରୋମାନ୍ସର ଝଲକ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ଟ୍ରେଲରରେ ଫୁଲ ଡୋଜ ଏଣ୍ଟରଟେନମେଣ୍ଟ ରହିଛି ।

ଟ୍ରେଲର ଦେଖି ଫ୍ୟାନ୍ସଙ୍କ ପ୍ରତିକ୍ରିୟା...

ଟ୍ରେଲର ଦେଖି ଫ୍ୟାନ୍ସମାନେ ବହୁତ ପସନ୍ଦ କରିଛନ୍ତି । କମେଣ୍ଟରେ କେହି କେହି ବ୍ଲକବଷ୍ଟର କହିବା ସହିତ ଫିଲ୍ମ ଦେଖିବାକୁ ଉତ୍ସାହ ରହିଥିବା କହିଛନ୍ତି । ଆଉ କେତେଜଣ ଟ୍ରେଲର ଦେଖି ରୁମ ଟାଙ୍କୁରି ଯାଉଥିବା କହିଛନ୍ତି । ଫିଲ୍ମ ପାଇଁ ଅନେକ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.