ETV Bharat / entertainment

ଛୁଟି କାଟିବାକୁ ଗଲେ ଆଲିଆ ରଣଭୀର, ଦମ୍ପତିଙ୍କ ଚିନ୍ତିତ ଚେହେରା ଦେଖି ଏମିତି କହିଲେ ଫ୍ୟାନ୍ସ

author img

By

Published : Aug 20, 2023, 2:08 PM IST

ମୁମ୍ବାଇ ବିମାନବନ୍ଦରରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ଦେଖିବାକୁ ମିଳିଛି । ଏହି ସମୟରେ ଏହି ଦମ୍ପତି ପାପାରାଜି ପାଇଁ ପୋଜ୍ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଉଭୟଙ୍କ ଭିଡିଓ ଭାଇରାଲ ହୋଇଛି । ଅଧିକ ପଢନ୍ତୁ,

ଭ୍ୟାକେସନରେ ଗଲେ ଆଲିଆ ରଣଭୀର, ଦମ୍ପତିଙ୍କ ଚିନ୍ତିତ ଚେହେରା ଦେଖି ଏମିତି କହିଲେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ କ୍ୟୁଟ କପଲଙ୍କ ମଧ୍ୟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଯୋଡି ଅନ୍ୟତମ । ଏହି ଯୋଡି ପ୍ରାୟ ଏକାଠି ନଜର ଆସିଥାନ୍ତି । ଏହି ସମୟରେ ଉଭୟ ପରସ୍ପର ପାଇଁ ପ୍ରେମବ୍ୟକ୍ତ କରୁଥିବା ଦେଖିବାକୁ ମିଳିଥାଏ। ଏହାରି ମଧ୍ୟରେ ବର୍ତ୍ତମାନ ଏହି ଯୋଡି ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ । ଉଭୟ ପ୍ୟାପଙ୍କ ସାମ୍ନାରେ ପୋଜ ଦେଉଥିବା ନଜର ଆସିଥିଲେ । ସୋସିଆଲ ମିଡିଆରେ ଉଭୟଙ୍କ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଉଭୟ ଚିନ୍ତିତ ଦେଖାଯାଉଥିବା ବେଳେ ଫ୍ୟାନ୍ସ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଉଭୟ ଭ୍ୟାକସେନ ପାଇଁ ଯାଉଥିବା ବେଳେ ବିମାନବନ୍ଦରରେ ସ୍ପଟ ହୋଇଛନ୍ତି । ଜଣେ ପାପାରାଜି ଏହି ଦମ୍ପତିଙ୍କ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓରେ ଆଲିଆ ଏବଂ ରଣବୀର କାଜୁଆଲ୍ ଲୁକରେ ନଜର ଆସିଛନ୍ତି । ରଣବୀର ଆଲିଆ ସମସ୍ତ ବ୍ଲୁ ଟ୍ରାକ ସୁଟରେ ନଜର ଆସିଛନ୍ତି । ପ୍ୟାପଙ୍କୁ ରଣବୀର ଆଲିଆ ଚିନ୍ତିତ ଥିବା ଭଳି ଦେଖାଯାଉଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଫ୍ୟାନ୍ସ ଲେଖିଛନ୍ତି, ରଣବୀର ସବୁବେଳେ ଦୁଃଖୀ କାହିଁକି ? ଏଥିସହିତ ଚିନ୍ତା ପ୍ରକଟ କରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ଯେ ଦୁହେଁ ଚିନ୍ତିତ ଦେଖାଯାଉଛନ୍ତି । ଆଉ ଜଣେ ଲେଖିଛନ୍ତି, 'ସେ ବହୁତ ଦୁଃଖୀ ଦେଖାଯାଉଛନ୍ତି । କିଛି ତ ସମସ୍ୟା ହୋଇଛି।'

ଏହା ମଧ୍ୟ ପଢନ୍ତୁ: ଆଲିଆଙ୍କୁ ଲିପଷ୍ଟିକ୍ ଲଗାଇବାକୁ ମନାକଲେ ରଣବୀର, ଟ୍ରୋଲ କଲେ ଫ୍ୟାନ୍ସ

ଆଲିଆ ଭଟ୍ଟ ଏବଂ ରଣବୀରଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଆଲିଆ ଭଟ୍ଟ ନିକଟରେ ରକି ଓର ରାନୀ କି ପ୍ରମ କାହାନୀରେ ରଣଭୀର ସିଂଙ୍କ ବିପକ୍ଷରେ ନଜର ଆସିଥିଲେ । ଫ୍ୟାନ୍ସ ଫିଲ୍ମରେ ରାନୀଙ୍କ ଚରିତ୍ରକୁ ପସନ୍ଦ କରିଥିଲେ ଏବଂ ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଦମଦାର କଲେକ୍ସନ୍‌ କରିଥିଲା । ସେ ଆକ୍ସନ୍ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନ୍ ସହ ହଲିଉଡରେ ଡେବ୍ୟୁ କରିଛନ୍ତି। ତାଙ୍କୁ ନେଟଫ୍ଲିକ୍ସରେ ଅଭିନେତା ଗାଲ ଗାଡୋଟଙ୍କ ବିପକ୍ଷରେ ଦେଖିବାକୁ ମିଳିଛି । ଏହି ଫିଲ୍ମ ନେଟଫ୍ଲିକ୍ସରେ ଅଗଷ୍ଟ 11ରେ ଷ୍ଟ୍ରିମିଂ ହୋଇଛି । ପରବର୍ତ୍ତୀ ସମୟରେ ସେ ଫରହାନ୍ ଅଖତର ଜି ଲେ ଜରାରେ କ୍ୟାଟ୍ରିନା କୈଫଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ । ଅନ୍ୟପକ୍ଷରେ ରଣବୀରଙ୍କୁ ଅନୀଲ କପୁର ଏବଂ ବବି ଦେଓଲଙ୍କ ସହ ଆକ୍ସନ୍ ଥ୍ରୀଲର ଫିଲ୍ମ 'ଆନିମଲ'ରେ ଦେଖିବାକୁ ମିଳିବ । ଏହି ଫିଲ୍ମଟି ଡିସେମ୍ବର 1 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.