ETV Bharat / entertainment

Al Pacino: 83 ବର୍ଷରେ ଚତୁର୍ଥ ଥର ପାଇଁ ବାପା ହେବେ ଏହି ଅଭିନେତା

author img

By

Published : May 31, 2023, 6:08 PM IST

Updated : May 31, 2023, 6:33 PM IST

ଦ ଗଡଫାଦର ଫେମ ଅଭିନେତା ଅଲ ପାସିନୋ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି । ଗର୍ଲଫ୍ରେଣ୍ଡ ନୁର୍‌ ଆଲଫାଲାଙ୍କ ସହ ତାଙ୍କର ଚତୁର୍ଥ ସନ୍ତାନକୁ ଗର୍ଲଫ୍ରେଣ୍ଡ ନୁର୍‌ ଆଲଫାଲାଙ୍କ ସହ ସ୍ୱାଗତ କରିବାକୁ ଯାଉଛନ୍ତି । ନୁର ଏବଂ 83 ବର୍ଷ ବୟସ୍କା ଅଭିନେତାଙ୍କର ଏହା ପ୍ରଥମ ସନ୍ତାନ ହେବ । ଅଧିକ ଫଢନ୍ତୁ

83 ବର୍ଷ ବୟସରେ 4ର୍ଥ ପାଇଁ ବାପା ହେବେ ଦ ଗଡଫାଦର ଫେମ ଅଭିନେତା ଅଲ ପାସିନୋ

ଲସ୍ ଆଞ୍ଜେଲସ୍: ଚର୍ଚ୍ଚାରେ ଦ ଗଡଫାଦର ଫେମ ଅଭିନେତା ଅଲ ପାସିନୋ । ଅଭିନେତାଙ୍କ ଘରକୁ ଆସିବେ ନୂଆ ଅତିଥି। 83 ବର୍ଷ ବୟସରେ ଚତୁର୍ଥ ଥର ପାଇଁ ପିତା ହେବାକୁ ଯାଉଛନ୍ତି ଅଲ ପାସିନୋ। ତାଙ୍କର 29 ବର୍ଷିୟା ଗର୍ଲଫ୍ରେଣ୍ଡ ନୁର ଆଲଫାଲା ଗର୍ଭବତୀ ଅଛନ୍ତି ଏବଂ ଖୁବ୍ ଶୀଘ୍ର ଏହି ଦମ୍ପତି ଏକ ଶିଶୁକୁ ସ୍ୱାଗତ କରିବାକୁ ଯାଉଛନ୍ତି। ତେବେ ଏହି ଖବର ଶୁଣି ଅଭିନେତାଙ୍କୁ ସାଙ୍ଗ ସାଥୀ ଏବଂ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି।

ଏପ୍ରିଲ୍ 2022ରେ 29 ବର୍ଷର ନୁର ଆଲଫାଲାଙ୍କ ସହ ଅଭିନେତାଙ୍କ ରୋମାନ୍ସ ଗୁଜବ ପ୍ରଚାର ହୋଇଥିଲା । ସେତେବେଳେ ଦୁହେଁ ଏକାଠି କାଲିଫର୍ନିଆର ଭେନିସର ଫେଲିକ୍ସ ରେଷ୍ଟୁରାଣ୍ଟରେ ନଜର ଆସିଥିଲେ । ପରେ ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ ନୁର ଆଠ ମାସ ଗର୍ଭବତୀ ଅଛନ୍ତି । ଅଭିନେତାଙ୍କ ପ୍ରତିନିଧୀ କହିଛନ୍ତି ଯେ, ଅଲ ପାସିନା ଏବଂ ତାଙ୍କ ଗର୍ଭବତୀ ଗର୍ଲଫ୍ରେଣ୍ଡ ନୁର୍‌ ଆଲଫାଲା ଏକ ଶିଶୁକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି । ସୂତ୍ର ଅନୁସାରେ ଅଭିନେତାଙ୍କ ଗର୍ଲଫ୍ରେଣ୍ଡଙ୍କ ପାଖରେ ଡେଲିଭରି ପାଇଁ ମାତ୍ର ଏକ ମାସ ସମୟ ଅଛି। ପୂର୍ବ ଗର୍ଲଫ୍ରେଣ୍ଡ ମାନଙ୍କଠାରୁ ଅଭିନେତାଙ୍କ 3ଟି ସନ୍ତାନ ରହିଥିବା ବେଳେ ଏବଂ ଚତୁର୍ଥ ଥର ପାଇଁ ପିତା ହେବାକୁ ଯାଉଛନ୍ତି ଅଲ ପାସିନୋ । ନୁର ଏବଂ ଅଭିନେତାଙ୍କର ଏହା ପ୍ରଥମ ସନ୍ତାନ ହେବ ।

ଅଲ ପାସିନୋ ଚତୁର୍ଥ ଥର ପାଇଁ ପିତା ହେବାକୁ ଯାଉଛନ୍ତି । ଏହାପୂର୍ବରୁ, ସେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଆକ୍ଟିଂ ପ୍ରଶିକ୍ଷକ ଜନ୍ ଟୈରଣ୍ଟ ଥିଲେ । ଯାହାଙ୍କ 33 ବର୍ଷୀୟା ଝିଅ ଜୁଲି ମାରିଙ୍କ ପିତା ଅଟନ୍ତି ଅଲ । ଏଥିସହ ସେ ପୂର୍ବତନ ଗର୍ଲଫ୍ରେଣ୍ଡ ବେଭର୍ଲି ଡି’ଏଜେଲୋଙ୍କର ଯାଆଁଳା ସନ୍ତାନ ଏଣ୍ଟୋନ୍ ଏବଂ ଅଲିଭିଆଙ୍କ ପିତା ମଧ୍ୟ ଅଟନ୍ତି । ଯାହାଙ୍କୁ ସେ 1997ରୁ 2003 ପର୍ଯ୍ୟନ୍ତ ଡେଟ୍‌ କରିଥିଲେ । ସେପଟେ ଚଳଚ୍ଚିତ୍ର ନିର୍ମାତା ନୁର ଆଲଫାଲ୍ଲା ପୂର୍ବରୁ ଭେଟେରାନ ଗାୟକ ମିକ୍‌ ଜୈଗର ଏବଂ କୋଟିପତି ନିକୋଲାସ ବର୍ଗଗ୍ରେନ୍‌ଙ୍କୁ ଡେଟ୍‌ କରିଥିଲେ ।

ଅଲ ପାସିନୋ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସେ ଅନେକ ଆଇକନିକ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । କ୍ଲାସିକ୍ ଦ ଗଡ୍‌ ଫାଦର ଧାରାବାହିକରେ ଅଲ ପାସିନୋ 'ସ୍କାରଫେସ୍', 'ସେଣ୍ଟ ଅଫ ଏ ଉମେନ', 'ହିଟ୍‌', 'ସର୍ପିକୋ', 'ସି ଅଫ୍‌ ଲଭ୍‌', 'ଦ ଡେଭିଲ୍ସ ଆଡଭୋକେଟ', 'ଦ ଇନସାଇଡର୍'ରେ ଅଭିନୟ କରିଛନ୍ତି । ଏବଂ ଜଷ୍ଟିସ୍ ଫର୍ ଅଲ୍ ',' କାର୍ଲିଟୋଜ ୱେ ','ଡୋନି ବ୍ରାସକୋ','ଅଶନ୍ସ ଥର୍ଟିନ 'ଏବଂ ଆହୁରି ଅନେକ ଆଇକନ୍ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିତିଛନ୍ତି ।

Last Updated : May 31, 2023, 6:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.