ETV Bharat / entertainment

Singham Again: ଅକ୍ଷୟ କୁମାରଙ୍କ ପ୍ରଥମ ଲୁକ ଆଉଟ୍, ହେଲିକପ୍ଟରରୁ ଷ୍ଟଣ୍ଟ କରୁଥିବା ଆସିଲେ ନଜର

author img

By ETV Bharat Odisha Team

Published : Nov 5, 2023, 6:08 PM IST

ଅକ୍ଷୟ କୁମାର ରୋହିତ ସେଟ୍ଟୀଙ୍କ ଆଗାମୀ ଚଳଚ୍ଚିତ୍ର ସିଙ୍ଘମ୍ ଏଗେନରେ ନଜର ଆସିବେ । ବର୍ତ୍ତମାନ ଅଭିନେତାଙ୍କ ପ୍ରଥମ ଲୁକ ଆଉଟ ହୋଇଛି । ଯେଉଁଥିରେ ସେ ହାତରେ ବନ୍ଧୁକ ଧରି ହେଲିକପ୍ଟରରୁ ଷ୍ଟଣ୍ଟ କରୁଥିବା ନଜର ଆସିଛନ୍ତି । ଅଧିକ ପଢନ୍ତୁ,

ଅକ୍ଷୟ କୁମାରଙ୍କ ପ୍ରଥମ ଲୁକ ଆଉଟ୍, ହେଲିକପ୍ଟରରୁ ଷ୍ଟଣ୍ଟ କରୁଥିବା ଆସିଲେ ନଜର

ହାଇଦ୍ରାବାଦ: ରୋହିତ ସେଟ୍ଟୀ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସିଙ୍ଘମ ଏଗେନ' ବିଷୟରେ ପ୍ରତିଦିନ କିଛି ନା କିଛି ଅପଡେଟ୍ ସେୟାର କରୁଛନ୍ତି । ଯାହାକୁ ନେଇ ଫ୍ୟାନ୍ସମାନେ ଫିଲ୍ମକୁ ନେଇ ବେଶ ଉତ୍ସାହିତ ରହିଛନ୍ତି । ପୂର୍ବରୁ ଫିଲ୍ମରୁ ଦୀପିକା ଏବଂ ଟାଇଗର, ରଣଭୀରଙ୍କ ଲୁକ୍ ପରେ ବର୍ତ୍ତମାନ ଅକ୍ଷୟ କୁମାରଙ୍କ ଫିଲ୍ମରୁ ପ୍ରଥମ ଲୁକ୍ ସେୟାର କରାଯାଇଛି । ଅକ୍ଷୟଙ୍କ ଏହି ପ୍ରଥମ ଲୁକ୍ ସୂର୍ଯ୍ୟବଂଶୀର ୨ ବର୍ଷ ପୂରଣ ହେବା ନେଇ ସେୟାର କରାଯାଇଛି ।

ଅକ୍ଷୟ କୁମାରଙ୍କ ଫିଲ୍ମ ସୂର୍ଯ୍ୟବଂଶୀର ୨ ବର୍ଷ ପୂରଣ ହେବା ପରେ ଅଭିନେତା ରୋହିତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସିଙ୍ଘମ୍ ଏଗେନରୁ ପ୍ରଶଂସକଙ୍କ ପାଇଁ ପ୍ରଥମ ଲୁକ ସେୟାର କରିଛନ୍ତି । 'ଖିଲାଡି' କୁମାରଙ୍କ ପ୍ରଥମ ଲୁକ୍ ଆକ୍ସନରେ ପରିପୂର୍ଣ୍ଣ । ଅକ୍ଷୟ ବନ୍ଧୁକ ସହ ହେଲିକପ୍ଟରରୁ ଷ୍ଟଣ୍ଟ କରୁଥିବା ନଜର ଆସିଛନ୍ତି । ଏହା ସେୟାର କରି ଅକ୍ଷୟ ତାଙ୍କ କ୍ୟାପସନରେ ଲେଖିଛନ୍ତି, 'ଆଲା ରେ ଆଲା, ସୂର୍ଯ୍ୟବଂଶୀ ଆଲା' ଏଟିଏସ୍ ମୁଖ୍ୟ ବୀର ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି, କଣ ଆପଣ ପ୍ରସ୍ତୁତ ଅଛନ୍ତି?

ଏହି ପ୍ରଥମ ଲୁକ୍ ସେୟାର ହେବା ପରେ ଅକ୍ଷୟଙ୍କ ସହ-ତାରକା କ୍ୟାଟ୍ରିନା କୈଫ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏଥିସହ ଫ୍ୟାନ୍ସ ମଧ୍ୟ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଲେଖିଛନ୍ତି, 'ଅକ୍ଷୟଙ୍କ କଥା ଅତୁଳନୀୟ।' ଅନ୍ୟ ଜଣେ ଲେଖିଛନ୍ତି, 'ସିଙ୍ଘମ୍ ଏଗେନ ୨୦୨୪ର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହେବ ।' ସୂଚନା ଥାଉ କି, ନଭେମ୍ବର ୫, ୨୦୨୧ (ରବିବାର ଦିନ) ବ୍ଲକବଷ୍ଟର ସୂର୍ଯ୍ୟବଂଶୀ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​। ଦର୍ଶକଙ୍କୁ ଏହି ଫିଲ୍ମ ପସନ୍ଦ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ: ରଣଭୀରଙ୍କ ପ୍ରଥମ ଲୁକ୍ ଆଉଟ୍, ବଜରଙ୍ଗବାଲୀଙ୍କ ଭକ୍ତ ଭାବେ ଫେରିଲେ ସିମ୍ବା

ସିଙ୍ଘମ୍ ଏଗେନ କଥା କହିବାକୁ ଗଲେ, ଏହି ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ରରେ ମଲ୍ଟି ଷ୍ଟାରଙ୍କୁ ଦେଖିବାକୁ ମିଳିବ । ଅକ୍ଷୟ କୁମାର, ଅଜୟ ଦେବଗନ, ରଣଭୀର ସିଂ, ଦୀପିକା ପାଦୁକୋନ, କରୀନା କପୁର ଖାନ, ଟାଇଗର ଶ୍ରଫ ଭଳି ତାରକା ଏଥିରେ ନଜର ଆସିବେ । ପୂର୍ବରୁ ଦୀପିକା ପାଦୁକାନ ଏବଂ ଟାଇଗର ଶ୍ରଫଙ୍କ ଲୁକ ରିଲିଜ ହୋଇସାରିଛି । ତେବେ ସିଙ୍ଘମ ଏଗେନ 15 ଅଗଷ୍ଟ 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିସହିତ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଷ୍ଟାରର ପୁଷ୍ପା ୨ ମଧ୍ୟ ଏହି ଦିନ ମୁକ୍ତିଲାଭ କରିବ । ଏଭଳି ପରିସ୍ଥିତିରେ ବକ୍ସ ଅଫିସରେ ସିଙ୍ଘମ ଏଗେନ ଏବଂ ପୁଷ୍ପାଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.