ମୁମ୍ବାଇ: ପତ୍ନୀ ଟ୍ୱିଙ୍କଲ ଖାନ୍ନାକୁ ଡ଼ରୁଛନ୍ତି କି ଅକ୍ଷୟ କୁମାର ! ଶେଷରେ ବିବାହକୁ ମୌତ କା କୁଆଁ ସହ ତୁଳନା କଲେ ଅକ୍ଷୟ କୁମାର । ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କହିବାକୁ ଗଲେ, ଅକ୍ଷୟ କୁମାର ମଜା କରିବାର କୌଣସି ସୁଯୋଗ ଛାଡନ୍ତି ନାହିଁ । ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ପୋଷ୍ଟ ସେୟାର କରୁଥିବା ଅକ୍ଷୟ ପୁଣି ଏହିଭଳି ଏକ ମଜାଦାର ଭିଡିଓ ପୋଷ୍ଟ କରିଛନ୍ତି ।
- " class="align-text-top noRightClick twitterSection" data="
">
ଅକ୍ଷୟ କୁମାର ତାଙ୍କ ପରିବାର ସହିତ ଏକ ସର୍କସ ଦେଖିବାକୁ ଯାଇଥିଲେ। ଏଠାରେ ସେ 'ମୌତ କା କୁଆଁ' ନାମକ ଏକ ସର୍କସ ସୋ ଦେଖିଥିଲେ । ଅକ୍ଷୟ ସୋମବାର ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଦର୍ଶକଙ୍କ ଲାଇନରେ ବସି ଷ୍ଟଣ୍ଟ ଦେଖୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ଅକ୍ଷୟ କୁମାର ହଳଦିଆ ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି 'ଗତକାଲି ପରିବାର ସହିତ ପୁରୁଣା ସର୍କସ ଦେଖିବାକୁ ଯାଇଥିଲି । ଏହା ପରେ ଟ୍ୱିଙ୍କଲ ପଚାରିଲେ, ଏହାକୁ କ’ଣ କୁହାଯାଏ ? ଅକ୍ଷୟ କ୍ୟାମେରାକୁ ଚାହିଁ କହିଥିଲେ- ମୌତ କା କୁଆଁ...।
ଅକ୍ଷୟ ଆହୁରି ଲେଖିଛନ୍ତି, ମୋ ପତ୍ନୀ ମୋତେ ପୁଣି ପଚାରିଥିଲେ ଏହି ଷ୍ଟଣ୍ଟକୁ କ’ଣ କୁହାଯାଏ ? ଖାସ୍ ମୁଁ ମୌତ କା କୁଆଁ ବଦଳରେ 'ବିବାହ' କହିପାରିଥାନ୍ତି । ଏହା ସହିତ ଅକ୍ଷୟ ମଧ୍ୟ ମଜାଳିଆ ଇମୋଜି ସେୟାର କରିଛନ୍ତି। ଏଥି ସହିତ ସେ #MautKaKuan ହ୍ୟାସଟ୍ୟାଗ୍ ମଧ୍ୟ ବ୍ୟବହାର କରିଛନ୍ତି । ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆରଜେ ଅନମୋଲ କମେଣ୍ଟ ଦେଇଛନ୍ତି, 'ଅକ୍କି ଭାଇ, ଯଦି ତୁମେ ବିବାହ କହିଥାନ୍ତ - ତୁମେ ଜାଣିଛ ମୃତ୍ୟୁ କୂଅରେ କିଏ ଥାଆନ୍ତା।'
ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନା 17 ଜାନୁଆରୀ 2001 ରେ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି - ପୁଅ ଆରବ ଏବଂ ଝିଅ ନିତାରା | ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ଅକ୍ଷୟ କୁମାରଙ୍କୁ ଶେଷ ଥର ପାଇଁ ଫିଲ୍ମ ରାମ ସେତୁରେ ଦେଖିବାକୁ ମିଳିଥିଲା। ତାଙ୍କର OMG 2, ଗୋରଖା, ସେଲଫି, କ୍ୟାପସୁଲ୍ ଗିଲ୍ ଏବଂ ବଡେ ମିୟାଁ ଛୋଟେ ମିୟାଁ ନାମକ ଚଳଚ୍ଚିତ୍ର ରହିଛି ।