ହାଇଦ୍ରାବାଦ: ପୁଣି ଥରେ ପରଦାରେ ଏକାଠି ଧମାକା କରିବାକୁ ପ୍ରସ୍ତୁତ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅର୍ଶଦ ୱାର୍ସି । ଉଭୟ ତାରକା ପୁଣିଥରେ 'ଜଲି ଏଲଏଲବି ୩' ସହ ପରଦାକୁ ଫେରୁଛନ୍ତି । ଫିଲ୍ମକୁ ନେଇ ଦର୍ଶକ ବେଶ ଉତ୍ସାହିତ ଥିବା ବେଳେ ବର୍ତ୍ତମାନ ଫିଲ୍ମ ନେଇ ଏକ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଆରମ୍ଭ ହେବାକୁ ଯାଉଛି ।
ଉଭୟ ତାରକା ନିଜ ପୂର୍ବ ସୁପରହିଟ୍ ଚଳଚ୍ଚିତ୍ର 'ଜଲି ଏଲଏଲବି' ଏବଂ 'ଜଲି ଏଲଏଲବି ୨' ସହ ବକ୍ସ ଅଫିସରେ ଏକ ଧମାକା କରିଛନ୍ତି ଏବଂ ବର୍ତ୍ତମାନ ଏହାର ଆଗାମୀ ସିକ୍ୱେଲ୍ ଚଳିତ ବର୍ଷ ମେ ୨୦୨୪ରେ ସୁଟିଂ ଆରମ୍ଭ ହେବ ଏବଂ ୨୦୨୫ରେ ବଡ ପରଦାରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ସହ ଅକ୍ଷୟ ଏବଂ ଅର୍ଶଦଙ୍କ ସହ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏଥିସହ ଫ୍ରାଞ୍ଚାଇଜ୍ ଫିଲ୍ମ ପାଇଁ ଦର୍ଶକ ମଧ୍ୟ ବହୁତ ଉତ୍ସାହିତ ରହିଛନ୍ତି । ଏହି ଫିଲ୍ମ 'ଜଲି ଏଲଏଲବି ୩' ର ନିର୍ଦ୍ଦେଶନା ଦେବେ ସୁଭାଷ କପୁର । ଏହି ଫିଲ୍ମରେ ଅକ୍ଷୟ କୁମାର ଆଡଭୋକେଟ୍ ଜଗିଶ୍ବର ମିଶ୍ରା ଏବଂ ଅର୍ଶଦ ଏବଂ ଜଗଦୀଶ ତ୍ୟାଗି ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି ।
କହିରଖୁଛୁ କି, ଟିମ୍ ଏପର୍ଯ୍ୟନ୍ତ ଫିଲ୍ମର ଦୁଇଟି ଟାଇଟଲ୍ ଉପରେ ବିଚାର କରୁଛି । 'ଜଲି ଏଲଏଲବି ୩' କିମ୍ବା 'ଜଲି ବନାମ ଜଲି' ରଖିବେ ସେନେଇ ଆଲୋଚନା ଚାଲିଛି । ରିପୋର୍ଟ ଅନୁଯାୟୀ, ଡିଜ୍ନି କେପ୍ ଅଫ୍ ଗୁଡ୍ ଫିଲ୍ମସ୍ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହି ଆଗାମୀ ଚଳଚ୍ଚିତ୍ରଟି ଭାରତୀୟ ନ୍ୟାୟପାଳିକା ଉପରେ ଆଧାରିତ ଏକ କମେଡି ଅଟେ । ଏଥିସହ ସୁଭାଷଙ୍କ ଦ୍ବାରା ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମର ସୁଟିଂ ରାଜସ୍ଥାନର ଜୟପୁର ସହରରେ ହେବ ବୋଲି ଜଣାପଡିଛି । ବିଶେଷ କଥା ହେଉଛି ଏହି ଫିଲ୍ମରେ ସୌରଭ ଶୁକ୍ଲା ଜଣେ ବିଚାରପତି ଭାବେ ନଜର ଆସିବେ ।
ଏହା ମଧ୍ୟ ପଢନ୍ତୁ: ଆସୁଛି 'ମୁନ୍ନା ଭାଇ ୩'! ମୁନ୍ନା ଭାଇ ଏମବିବିଏସର ୨୦ବର୍ଷ ପୂର୍ତ୍ତିରେ ସଞ୍ଜୟ ଦେଲେ ହିଣ୍ଟ୍
ସୂଚନା ଥାଉ କି, ଅକ୍ଷୟ କୁମାର ଏବଂ ଅର୍ଶଦ ୱାର୍ସିଙ୍କୁ ଏକାଠି 'ୱେଲକମ୍ ଟୁ ଦି ଜଙ୍ଗଲ'ରେ ଦେଖିବାକୁ ମିଳିବ । ଗତ ଡିସେମ୍ବର ମାସରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । ୱେଲକମ୍ ଟି ଦ ଜଙ୍ଗଲ ୱେଲକମ୍ ଫ୍ରାଞ୍ଚାଇଜର ତୃତୀୟ ସିକ୍ୱେଲ୍ ଅଟେ । ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଓ ଫିରୋଜ ଏ. ନାଡିୟାଡୱାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ରବୀନା ଟଣ୍ଡନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଦିଶା ପଟାନୀ, ସଞ୍ଜୟ ଦତ୍ତ, ସୁନୀଲ ଶେଟ୍ଟୀ, ଅର୍ଶଦ ବାରସୀ, ପରେଶ ରାୱଲ, ଜନି ଲିଭର, ରାଜପାଲ ଯାଦବ, ତୁଷାର କପୁର, ଶ୍ରେୟାସ ତାଲପଡେ, କୃଷ୍ଣ ଅଭିଷେକ ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ କିକୁ ଶାରଦା, ଦଲେର ମେହଦୀ, ମିକା ସିଂ, ସୟାଜୀ ସିନ୍ଦେ, ମୁକେଶ ତିୱାରୀ, ଜାକିର ହୁସେନ୍, ଯଶପାଲ ଶର୍ମା ଏବଂ ବୃହୀ କୋଡୱାରା ମଧ୍ୟ ନଜର ଆସିବେ । ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।