ହାଇଦ୍ରାବାଦ: ବଲିଉଡ ଷ୍ଟାର ଦମ୍ପତି ଅଜୟ ଦେବଗନ ଏବଂ କାଜଲଙ୍କ ପାଇଁ ମଙ୍ଗଳବାର ଥିଲା ଅତ୍ୟନ୍ତ ଖୁସିର ଦିନ । କାରଣ ଏହି ଦିନ ସେ ତାଙ୍କର ପୁଅ ୟୁଗଙ୍କ ଜନ୍ମଦିନ ପାଳନ କରନ୍ତି । ଅଜୟ-କାଜଲଙ୍କ ପୁଅ ୟୁଗଙ୍କୁ ବର୍ତ୍ତମାନ 12 ବର୍ଷ ବୟସ । ଏହି ଖୁସିରେ ଅଜୟ-କାଜଲ ପୁଅ ୟୁୁଗଙ୍କୁ ଅନେକ ଅଭିନନ୍ଦନ ଜଣାଇଛନ୍ତି । ଅଜୟ ଏବଂ କାଜଲ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ମାଧ୍ୟମରେ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପୁଅ ୟୁୁଗଙ୍କୁ ଆଶୀର୍ବାଦ ଦେଇଛନ୍ତି ।
- " class="align-text-top noRightClick twitterSection" data="
">
ପୁଅ ୟୁଙ୍କ ସହ ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ଫଟୋ ସେୟାର କରି ଅଜୟ ଦେବଗନ୍ ଲେଖିଛନ୍ତି, 'ଜୀବନର ସର୍ବୋତ୍ତମ ମୁହୂର୍ତ୍ତ ତୁମ ସହିତ ବଢୁଛି, ଯେମିତି ସୋ ଦେଖିବା, ଏକାଠି ବ୍ୟାୟାମ କରିବା, ଚାଟିଂ ଏବଂ ବୁଲିବା, ଜନ୍ମଦିନର ଶୁଭେଚ୍ଛା ୟୁୁଗ ।
କାଜଲଙ୍କ ଅଭିନନ୍ଦନ ପୋଷ୍ଟ
- " class="align-text-top noRightClick twitterSection" data="
">
ଏଠାରେ, କାଜଲ ପୁଅ ୟୁୁଗଙ୍କୁ ଆଶୀର୍ବାଦ ଦେବା ସହିତ ଅଭିନନ୍ଦନ ପୋଷ୍ଟରେ ଲେଖିଛନ୍ତି, ହସିବା ଏବଂ ଖେଳିବା ଜୀବନରେ ଯେତିକି ଫଟୋ ଉଠାଇବାକୁ ଚାହୁଁଚ ଉଠାଓ, କାରଣ ଏହି ଫଟୋ ତୁମ ପରବର୍ତ୍ତୀ ଜନ୍ମଦିନ ପୋଷ୍ଟ ପାଇଁ କାମରେ ଆସରେ ଆସିବ । ମୋ ହୃଦୟର ହସକୁ ଜନ୍ମଦିନ ଶୁଭେଚ୍ଛା । ଭଗବାନ କରନ୍ତୁ ତୁମର ହସକୁ ଆହୁରି ଅଧିକା ବଢୁ ।
ଅଜୟ-କାଜଲ ବିବାହ
କିଛି ଚଳଚ୍ଚିତ୍ର ଏକାଠି କରିବା ପରେ ଅଜୟ-କାଜଲ ପରସ୍ପରକୁ ଚିରଦିନ ପାଇଁ ଜୀବନ ସାଥୀ ଭାବରେ ବାଛିବାକୁ ସ୍ଥିର କଲେ ଏବଂ ତା’ପରେ 1999 ମସିହାରେ ଏହି ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହି ବିବାହରୁ ଅଜୟ-କାଜଲଙ୍କର ଦୁଇଟି ସନ୍ତାନ (ନୟାସା-ୟୁୁଗ) ଅଛନ୍ତି ।