ETV Bharat / entertainment

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର: ସ୍କ୍ରିନ୍‌ ସେୟାର କରିବେ ଅଜୟ ଦେବଗନ, ଆର ମାଧବନ ଏବଂ ଜ୍ୟୋତିକା

ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ଘୋଷଣା ହୋଇଛି । ଏହାଏକ ସୁପର ନାଚୁରାଲ ଥ୍ରୀଲର ଫିଲ୍ମ ହେବାକୁ ଯାଉଛି ଯାହାର ଟାଇଟଲ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ଏହି ଫିଲ୍ମରେ ଅଜୟଙ୍କ ସହ ଆର ମାଧବନ ଏବଂ ଜ୍ୟୋତିକା ଭଳି ତାରକାଙ୍କୁ ଏକାଠି ଦେଖିବାକୁ ମିଳିବ। ଅଧିକ ପଢନ୍ତୁ

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଏକାଠି ନଜର ଆସିବେ ଅଜୟ ଦେବଗନ, ଆର ମାଧବନ ଏବଂ ଜ୍ୟୋତିକା

author img

By ETV Bharat Odisha Team

Published : Sep 7, 2023, 4:45 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ଅଜୟ ଦେବଗନ ଆଗାମୀ ଘୋଷଣା ହୋଇଛି। ଏକ ନାଚୁରାଲ୍‌ ଥ୍ରୀଲର ଫିଲ୍ମରେ ନଜର ଆସିବେ ଅଭିନେତା । ଫିଲ୍ମର ଟାଇଟଲ ପ୍ରକାଶ କରାଯାଇନଥିବା ବେଳେ ଏହି ଫିଲ୍ମରେ ଅଜୟ ଦେବଗନ୍, ଅଭିନେତା ଆର ମାଧବନ୍, ଏବଂ ସାଉଥ ଅଭିନେତ୍ରୀ ଜ୍ୟୋତିକାଙ୍କୁ ଏକାଠି ଦେଖିବାକୁ ମିଳିବ । ଫିଲ୍ମର ଘୋଷଣା ଶୁଣିବା ପରେ ଫ୍ଯାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି ।

ହିନ୍ଦୀ ସିନେମାରେ ଅଜୟ ଦେବଗନ୍, ଆର ମାଧବନ୍ ଏବଂ ଜ୍ୟୋତିକାଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବ । ଅଜୟ ଦେବଗନ୍ ତାଙ୍କ ଅଫିସିଆଲ୍ ଟ୍ବିଟରରେ ଆଗାମୀ ଫିଲ୍ମ ବିଷୟରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି,"କିଛି ଜିନିଷ ସୁପରନାଚୁରାଲ ମୋଡ଼ ନେବାକୁ ଯାଉଛି । ବିକାଶ ବାହଲଙ୍କ ନିର୍ଦ୍ଦେଶିତ ଏକ ରୋମାଞ୍ଚକର ଥ୍ରୀଲରରେ ମୁଁ ଆର୍‌ ମାଧବନ୍ ଏବଂ ଜ୍ୟୋତିକାଙ୍କ ନଜର ଆସିବୁ । ଏହି ଚଳଚ୍ଚିତ୍ରକୁ ମାର୍ଚ୍ଚ 8, 2024ରେ ପ୍ରେକ୍ଷାଳୟରେ ଦେଖିବାକୁ ପାଇବେ ।" ଏହିପରି ଅଜୟ ଦେବଗନ୍ ତାଙ୍କର ଆଗାମୀ ଅଲୌକିକ ଥ୍ରୀଲର ଚଳଚ୍ଚିତ୍ର ଘୋଷଣା କରିଛନ୍ତି । ଅଜୟଙ୍କର ଏହି ପୋଷ୍ଟ ସେୟାର ହେବା ପରେ ସମସ୍ତେ ଏହି ଚଳଚ୍ଚିତ୍ର ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଗତ ବର୍ଷ ମୁକ୍ତିଲାଭ କରିଥିବା ଅଜୟଙ୍କ ସସପେନ୍ସ ଥ୍ରୀଲର ଫିଲ୍ମ 'ଦୃଶ୍ୟମ୍-୨' ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା । ତେବେ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଅଭିନେତାଙ୍କ 'ଭୋଲା' କିଛି ବିଶେଷ ପ୍ରଦର୍ଶନ କରିପାରନଥିଲା । ବର୍ତ୍ତମାନ ଅଜୟ ଦେବଗନ୍ ବିକାଶ ବାହଲଙ୍କ ଟାଇଟଲ ବିହୀନ ଚଳଚ୍ଚିତ୍ରରେ ନଜର ଆସିବେ । ସେପଟେ 25 ବର୍ଷର ବ୍ୟବଧାନ ପରେ ଜ୍ୟୋତିକା ହିନ୍ଦୀ ସିନେମାକୁ ଫେରିବେ । ତାଙ୍କର ଶେଷ ଫିଲ୍ମ 1997 ମସିହାରେ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର 'ଡୋଲି ସଜା କେ ରଖନା' ସହ ବଲିଉଡରେ ଡେବ୍ୟୁ କରିଥିଲା । ବର୍ତ୍ତମାନ ଅଜୟଙ୍କ ଫିଲ୍ମ ସହ ଜ୍ୟୋତିକା ପୁଣି ବୃ-ଟାଉନକୁ ଫେରିବେ ।

ଏହା ମଧ୍ୟ ପଢନ୍ତୁ: ରିଲିଜ ଦିନରେ ରେକର୍ଡ, 75 କୋଟିର ଓପନିଂ ସହ ହେଲା ପ୍ରଥମ ହିନ୍ଦୀ ଫିଲ୍ମ

ଜିଓ ଷ୍ଟୁଡିଓ, ଅଜୟ ଦେବଗନ୍ ଫିଲ୍ମସ୍ ଏବଂ ପାନୋରାମା ଷ୍ଟୁଡିଓ ଇଣ୍ଟରନ୍ୟାସନାଲ୍ ଦ୍ୱାରା ପ୍ରସ୍ତୁତ ଏହି ଟାଇଟଲ ବିହୀନ ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ଜ୍ୟୋତି ଦେଶପାଣ୍ଡେ, କୁମାର ମଙ୍ଗତ ପାଠକ ଏବଂ ଅଭିଷେକ ପାଠକଙ୍କ ଦ୍ୱାରା ଏହି ଫିଲ୍ମ ନିର୍ମିତ । ଏହି ଅଲୌକିକ ଥ୍ରୀଲର୍ ମାର୍ଚ୍ଚ 8, 2024ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.