ETV Bharat / entertainment

ଶାଖରୁଖ ଓ ଦୀପିକାଙ୍କ AI ଜେନେରେଟେଡ୍‌ ଫଟୋ ଭାଇରାଲ, ଫ୍ୟାନ୍ସ ଦେଖି ହେଲେ ଦିୱାନା

author img

By ETV Bharat Odisha Team

Published : Oct 8, 2023, 7:22 AM IST

ଜବାନ ବକ୍ସ ଅଫିରରେ ନିଜ ଯାଦୁ ଚଲାଉଥିବା ବେଳେ ଅନ୍‌ ସ୍କ୍ରିନ୍‌ ଦୀପିକା ଓ ଶାହାରୁଖ ଖାନଙ୍କ ଯୋଡ଼ିକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ଅଧିକ ପଢନ୍ତୁ

ଫ୍ୟାନ୍ସ ଦେଖି ହେଲେ ଦିୱାନା
ଫ୍ୟାନ୍ସ ଦେଖି ହେଲେ ଦିୱାନା

ହାଇଦ୍ରାବାଦ: ବକ୍ସ ଅଫିସର ସବୁ ରେକର୍ଡ ଭାଙ୍ଗି ଚାଲିଛି ଜବାନ । ଜବାନ ବକ୍ସ ଅଫିସରେ ନିଜ ଯାଦୁ ଚଲାଉଥିବା ବେଳେ ଅନ୍‌ ସ୍କ୍ରିନ ଦୀପିକା ଓ ଶାହାରୁଖ ଖାନଙ୍କ ଯୋଡିକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ତେବେ ଏହି ଯୋଡିକୁ ପ୍ରଥମ ଥର ପାଇଁ ଓମ୍ ଶାନ୍ତି ଓମରେ ଦେଖିବାକୁ ପାଇଥିଲେ ଫ୍ୟାନ୍ସ । ପରେ ଚେନ୍ନାଇ ଏକ୍ସପ୍ରେସ, ପଠାନ ଏବଂ ଜବାନରେ ତାଙ୍କ ଯୋଡ଼ି ବେଶ କମାଲ କରିଛି । ଅଟଲିଙ୍କ ନିର୍ଦ୍ଦେଶିତ ବ୍ଲକ୍‌ବଷ୍ଟର ଫିଲ୍ମରେ ରହିଥିବା ୟୁନିଭର୍ସାଲ ଲିଙ୍କ୍ ‘ଏହା ଶେଷ ନୁହେଁ ଜବାନ ଫରଏଭର’ର ଏକ AI ଜେନେରେଟେଡ୍‌ କିଙ୍ଗ୍‌ ଖାନ୍ ଏବଂ ଦୀପିକାଙ୍କ ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

କିଛି ଦିନ ପୂର୍ବରୁ କିଙ୍ଗ ଖାନଙ୍କ ଜଣେ ଫ୍ୟାନ ସୋସିଆଲ ମିଡିଆରେ ଅନେକ ଫଟୋ ଛାଡ଼ିଥିଲେ । ଏହି ଫଟୋରେ ଶିଶୁ ଆଜାଦଙ୍କ ସହ ଜୱାନରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫଟୋକୁ ରିକ୍ରିଏଟ୍‌ କରାଯାଇଥିଲା । AI ଜେନେରେଟେଡ୍‌ ଫଟୋଗୁଡ଼ିକରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ସହ ଆଜାଦ ସେମାନଙ୍କ ମଝିରେ ଦେଖିବାକୁ ମିଳିଛି । ଏହା ଫଟୋ ଏକ ସୁନ୍ଦର ପାରିବାରିକ ଚିତ୍ରକୁ ଦର୍ଶାଇଛି । ଯାହା ସୋସିଆଲ ମିଡିଆରେ ଆସିବା ପରେ ବେଶ ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଆସିବା ପରେ ଫ୍ୟାନ୍ସ କମେଣ୍ଟର ବର୍ଷା କରିଛନ୍ତି । ଜଣେ ଫ୍ୟାନ୍ସ ଲେଖିଛନ୍ତି ଶିଶୁଟି ହେଉଛି SRK ଏବଂ ଦୀପିକାଙ୍କ କମ୍ବିନେସନ । ତେବେ ଅନ୍ଯ ଜଣେ ଫ୍ଯାନ୍ସ ଲେଖିଛନ୍ତି,'ଏହି ସୁନ୍ଦର ପରିବାରକୁ କାହାର ନଜର ନଲାଗୁ ।'

ଏହା ମଧ୍ୟ ପଢନ୍ତୁ...Jawan Collection Record: 'ଜବାନ'ର ନୂଆ ରେକର୍ଡ, ବିଶ୍ୱରେ 1100 କୋଟି ଟଙ୍କା ପାର୍‌ କରିଥିବା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର

ତେବେ ସୂଚନା ଅନୁଯାୟୀ, ଜବାନର ମୋଟ ବକ୍ସ ଅଫିସ୍‌ କଲେକ୍ସନ୍‌ 1103.27 କୋଟିରେ ପହଞ୍ଚିଛି । ଭାରତୀୟ ବକ୍ସ ଅଫିସରେ 619.92 କୋଟି ଟଙ୍କା ଥିବାବେଳେ ବିଶ୍ୱ ବକ୍ସ ଅଫିସରେ 369.90 କୋଟି ଟଙ୍କା ରହିଛି । ଜବାନ, ପ୍ରତିଦିନ ବକ୍ସ ଅଫିସରେ ରେକର୍ଡ ତିଆରି କରୁଛି ଏବଂ ଭାଙ୍ଗୁଛି । ସୂଚନାଯୋଗ୍ୟ ଯେ, ୟୁଏଇ ବକ୍ସ ଅଫିସରେ 16 ମିଲିୟନ ଡଲାର ପାର କରିଛି ଫିଲ୍ମ ଜବାନ୍ । ଏହା ସହିତ ଜବାନ ମଧ୍ୟପ୍ରାଚ୍ୟରେ ଏଭଳି ସଫଳତା ହାସଲ କରିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି । ପ୍ରାୟ ଏକ ମାସ ପୂର୍ବରୁ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ ଏମିତି ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.