ETV Bharat / entertainment

Gadar 2ର ସଫଳତା ପରେ Border 2 ତୟାରି, ପୁଣି ଧମାଲ କରିବେ ସନ୍ନି ଦେଓଲ

author img

By

Published : Aug 19, 2023, 10:12 PM IST

ଗଦର ୨ର ସଫଳତା ପରେ ବର୍ଡର ୨ ନିର୍ମାଣ ନେଇ ଚର୍ଚ୍ଚା । ସନ୍ନିଙ୍କ ସହ ଜ୍ୟାକି ଓ ସୁନୀଲ ସେଟ୍ଟୀ ବକ୍ସ ଅଫିସରେ ଧମାଲ କରିବେ ବୋଲି ଆଶା ରଖିଛନ୍ତି ମେକର୍ସ । ଅଧିକ ପଢନ୍ତୁ

Border 2
Border 2

ମୁମ୍ବାଇ: ଥିଏଟରରେ କମାଲ କରୁଛି ସନ୍ନି ଦେଓଲଙ୍କ ଅଭିନୀତ ଗଦର-୨ । ଏହାର ସଫଳତା ପରେ ବର୍ଡର-୨ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗଦର-୨ ରିଲିଜର ୮ ଦିନରେ ୩୦୦ କୋଟି କ୍ଲବରେ ପ୍ରବେଶ କରିଛି । ଏହି ଐତିହାସିକ ସଫଳତା ପରେ ସନ୍ନି, ଜ୍ୟାକି ଶ୍ରଫ ଓ ସୁନୀଲ ସେଟ୍ଟୀଙ୍କ ବ୍ଲକବଷ୍ଟର ବର୍ଡର ଫିଲ୍ମର ଦ୍ବିତୀୟ ଭାଗ ନିର୍ମାଣ ଲାଗି ମେକର୍ସ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି । ଏହି ଫିଲ୍ମର ଦ୍ବିତୀୟ ଭାଗରେ ମଧ୍ୟ ସନ୍ନି ଦେଓଲ ଧମାଲ କରିବେ ବୋଲି ଚର୍ଚ୍ଚା ହେଉଛି ।

ଆଜି ଗଦର-୨ ଫିଲ୍ମ ରିଲିଜର ୯ମ ଦିନ ଥିବା ବେଳେ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ଭାରତୀୟ ଓ ପାକିସ୍ତାନୀ ନାଗରିକଙ୍କ ପ୍ରେମ କାହାଣୀ ପ୍ରଥମ ଭାଗରେ ଦର୍ଶାଯାଇଥିଲା । ସନ୍ନି ଦେଓଲ ନିଜ ନାୟିକାଙ୍କୁ ଆଣିବା ଲାଗି ପାକିସ୍ତାନରେ ପହଞ୍ଚିଥିଲେ । ତେବେ ଦ୍ବିତୀୟ ଭାଗରେ ସେ ନିଜ ପୁଅକୁ ଆଣିବା ପାଇଁ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଗସ୍ତ କରିଛନ୍ତି । ଆକ୍ସନ ଓ ପ୍ରେମ କାହାଣୀ ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ବର୍ଡର ଫିଲ୍ମର ନିର୍ଦ୍ଦେଶକ ଜେପି ଦତ୍ତା ଓ ନିଧି ଦତ୍ତା ଫିଲ୍ମର ଦ୍ବିତୀୟ ଭାଗ ନିର୍ମାଣ କରିବା ଲାଗି ପ୍ରସ୍ତୁତି କରିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- Collection Day 8: 300 କୋଟି ପାର୍‌ କଲା ଗଦର 2, 100 କୋଟିରୁ ବହୁ ଦୂରରେ ଓଏମଜି 2

ସୂଚନା ଥାଉ କି ୧୯୯୭ ମସିହାରେ ରିଲିଜ ହୋଇଥିବା 'ବର୍ଡର'ବକ୍ସ ଅଫିସର ଧମାଲ କରିଥିଲା । ଏହି ଫିଲ୍ମରେ ସନ୍ନି ଦେଓଲ ଭାରତୀୟ ସେନା ବାହିନୀର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ ଖୁବ ସୁନ୍ଦର ଅଭିନୟ କରିଥିଲେ । ଫିଲ୍ମରେ ସନ୍ନିଙ୍କ ସହିତ ସୁନୀଲ ସେଟ୍ଟୀ ଓ ଜ୍ୟାକି ଶ୍ରଫ, ପୁନୀତ ଇସର ଓ ଅକ୍ଷୟ ଖନ୍ନାଙ୍କ ସମେତ ବହୁ ନାମିଦାମି ଷ୍ଟାର ଅଭିନୟ କରିଥିଲେ । ଏହି ହିନ୍ଦୀ ଭାଷୀ ଫିଲ୍ମଟି ବଲିଉଡ ଜଗତରେ ଏକ ଐତିହାସିକ ଫିଲ୍ମ ହୋଇ ରହିଛି । ଦର୍ଶକ ଏହି କାହାଣୀ ଓ ଫିଲ୍ମରେ ଦର୍ଶାଯାଇଥିବା ଭାରତୀୟ ସେନାଙ୍କ ସଂଘର୍ଷର କାହାଣୀ ଦେଖିଥିଲେ ।

ତେବେ ଗଦର-୨ ବକ୍ସ ଅଫିସରେ ବଡ଼ ବଡ଼ ଐତିହାସିକ ରେକର୍ଡ ସୃଷ୍ଟି କରିଛି । ଏପରିକି ବାହୁବଳୀ-୨ ଓ ପଠାନର ରେକର୍ଡ ଭାଙ୍ଗିଥିବା ମଧ୍ୟ କୁହାଯାଉଛି । ଏହି ଫିଲ୍ମ ଜରିଆରେ ଏକ ବିଗ୍‌ କମବ୍ୟାକ୍‌ କରିଛନ୍ତି ସନ୍ନି । ଯାହାକୁ ଦେଖି ଦୀର୍ଘ ୨୬ ବର୍ଷ ପରେ ବର୍ଡର-୨ ଫିଲ୍ମ ନିର୍ମାଣ କରିବା ଲାଗି ମେକର୍ସ ଚିନ୍ତା କରିଛନ୍ତି । ସୂଚନା ଥାଉ କି ଗତ ୨-୩ ବର୍ଷ ପୂର୍ବରୁ ମଧ୍ୟ ବର୍ଡର ଫିଲ୍ମର ଦ୍ବିତୀୟ ଭାଗ ଆସିବା ନେଇ ଚର୍ଚ୍ଚା ଲାଗି ରହିଛି । ମାତ୍ର ଗଦର-୨ର ସଫଳତା ପରେ ଏହି ଚର୍ଚ୍ଚା ଜୋର ଧରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.