ETV Bharat / entertainment

Adipurush: ବଢୁଛି ଆଦିପୁରୁଷ କ୍ରେଜ, ରଣବୀରଙ୍କ ପରେ ରାମଚରଣ ବୁକ କରିବେ 10 ହଜାର ଟିକେଟ

ଆସନ୍ତା 16 ତାରିଖରେ ରିଲିଜ ହେବାକୁ ଯାଉଛି ଫିଲ୍ମ 'ଆଦିପୁରୁଷ' । ରଣବୀରଙ୍କ ପରେ ରାମଚରଣ ବୁକ କରିବେ 10 ହଜାର ଟିକେଟ। ଅଧିକ ପଢନ୍ତୁ

author img

By

Published : Jun 10, 2023, 3:23 PM IST

Adipurush
Adipurush

ହାଇଦ୍ରାବାଦ: ଜୁନ୍ 16 ରେ କ୍ରିତି ସାନନ୍ ଏବଂ ପ୍ରଭାସଙ୍କ ଅଭିନୀତ ଆଦିପୁରୁଷ ବଡ ପରଦାରେ ମୁକ୍ତିଲାଭ କରିବ । ଅନେକ ବାଦବିବାଦ ଭିତରେ ବର୍ତ୍ତମାନ ଫିଲ୍ମକୁ ନେଇ କ୍ରେଜ ବଢିବାରେ ଲାଗିଛି । ରିଲିଜ ହେବା ପୂର୍ବରୁ ଚଳିତ ସପ୍ତାହର ଶେଷ ଦିନରୁ ହିଁ ଆଡଭାନ୍ସ ବୁକିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହାରି ଭିତରେ ବଲିଉଡ ସୁପରଷ୍ଟାର ରଣବୀର କପୁର 10 ହଜାର ଟିକେଟ କିଣିବେ ବୋଲି ଘୋଷଣା କରିଥିବା ବେଳେ ଆରଆରଆର ଅଭିନେତା ରାମଚରଣ ମଧ୍ୟ 10 ହଜାର ଟିକେଟ ବୁକ କରିବେ ବିଲୋ ଘୋଷଣା କରିଛନ୍ତି।

ତେବେ ରାମଚରଣ 10 ହଜାର ଟିକେଟ କିଣି ଗରିବ ଛୁଆ ଏବଂ ତାଙ୍କ ପ୍ରଶଂକଙ୍କୁ ବାଣ୍ଟିବେ ବୋଲି ଜଣାପଡିଛି। ଜୁନ 8 ତାରିଖରେ ରଣବୀର 10,000 ଆଦିପୁରୁଶ ଟିକେଟ କିଣିବାକୁ ସ୍ଥିର ହୋଇଥିବା ଖବର ସାମ୍ନାକୁ ଆସିଥିଲା, ତଥାପି ଅଭିନେତା କିମ୍ବା ତାଙ୍କ ଟିମ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ଏହାର କିଛି ଦିନ ପରେ, ରାମ ଚରଣ ଅନାଥ ପିଲାମାନଙ୍କ ପାଇଁ 10,000 ଆଦିପୁରୁଶ ଟିକେଟ୍ କଣିବା ପାଇଁ ଘୋଷଣା କରିଥିବା ଖବର ସାମ୍ନାକୁ ଆସିଛି। ସେହିପରି ରାମଚରଣଙ୍କ ପକ୍ଷରୁ ମଧ୍ୟ ଏନେଇ କୌଣସି ଘୋଷଣା କରାଯାଇ ନାହିଁ।

ଏହି ଦୁଇ କଳାକାରଙ୍କ ପୂର୍ବରୁ 'କାଶ୍ମୀର ଫାଇଲ'ର ସହ-ନିର୍ମାତା ଅଭିଷେକ ଅଗ୍ରୱାଲ ମଧ୍ୟ 10,000 ଆଦିପୁରୁଶ ଟିକେଟ କିଣିବେ ବୋଲି ଘୋଷଣା କରିଥିଲେ । ଅଗ୍ରୱାଲ ତାଙ୍କ ଟ୍ବିଟରେ କହିଛନ୍ତି, ସେ ତେଲେଙ୍ଗାନାର ସରକାରୀ ବିଦ୍ୟାଳୟ, ଅନାଥ ଆଶ୍ରମ ଏବଂ ବୃଦ୍ଧାବସ୍ଥାରେ ଆଦିପୁରୁଷ ଟିକେଟ୍ ବଣ୍ଟନ କରିବେ ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫିଲ୍ମ ରିଲିଜ୍ ପୂର୍ବରୁ ନିର୍ମାତା ଓମ ରାଉତ ଘୋଷଣା କରିଛନ୍ତି ଯେ ପ୍ରତ୍ୟେକ ଥିଏଟରର ଗୋଟିଏ ସିଟ୍ ପ୍ରଭୁ ହନୁମାନଙ୍କ ପାଇଁ ଉତ୍ସର୍ଗ କରାଯିବ । ପ୍ରତ୍ୟେକ ସ୍କ୍ରିନିଂରେ ପ୍ରଥମ ସିଟ୍ ବିକ୍ରି ହେବ ନାହିଁ । ସେମାନେ ଲେଖିଛନ୍ତି, "ଯେଉଁଠାରେ ରାମାୟଣ ପଢାଯାଏ ସେଠାରେ ପ୍ରଭୁ ହନୁମାନ ଦେଖାଯାଇଥାନ୍ତି । ଏହା ଆମର ବିଶ୍ବାସ । ଏହି ବିଶ୍ବାସକୁ ସମ୍ମାନ ଜଣାଇ ପ୍ରତ୍ୟେକ ଥିଏଟର ଆଦିପୁରୁଷର ସ୍କ୍ରିନିଂରେ ପ୍ରଭୁ ହନୁମାନଙ୍କ ପାଇଁ ଗୋଟିଏ ସିଟ୍ ବିକ୍ରୟ ନକରି ରିଜର୍ଭ କରିବେ । ରାମଙ୍କ ସର୍ବଶ୍ରେଷ୍ଠ ଭକ୍ତ ହନୁମାନ । ଏଣୁ ଭଗବାନ ହନୁମାନଙ୍କ ଉପସ୍ଥିତିରେ ମହାନତାର ସହ ନିର୍ମିତ ଆଦିପୁରୁଷଙ୍କୁ ଆମେ ସମସ୍ତେ ଦେଖିବା ଉଚିତ୍ ।"

ପ୍ରକାଶଥାଉକି, ଆଦିପୁରୁଷ' ଜୁନ୍ 16 ରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଭାସ, କ୍ରିତି ସାନନ ଏବଂ ସୈଫ ଅଲି ଖାନଙ୍କ ସମେତ ସନ୍ନି ସିଂ ଏବଂ ଦେବଦତ୍ତ ନାଗେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କୁ ରାମ, କ୍ରିତି ସାନନ ମାତା ସୀତା, ସନ୍ନି ସିଂଙ୍କୁ ଲକ୍ଷ୍ମଣ ଏବଂ ସୈଫ ଅଲି ଖାନ୍‌ଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ । 500 କୋଟି ବଜେଟରେ ଏହି ଫିଲ୍ମ ତିଆରି ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.