ETV Bharat / entertainment

Adipurush box office Day 1: ବିବାଦ ମଧ୍ୟରେ ପ୍ରଥମ ଦିନରେ ଧମାଲ କଲା ଆଦିପୁରୁଷ

author img

By

Published : Jun 17, 2023, 1:37 PM IST

ଆଦିପୁରୁଷ ରିଲିଜ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଦବଦବା ଦେଖିବାକୁ ମିଳିଥିଲା ​। ପ୍ରଥମ ଦିନରେ ବିଶ୍ବସ୍ତରରେ କଲେକ୍ସନ 140ରୁ 150 କୋଟି ହୋଇପାରେ ବୋଲି ଅନୁମାନ କରାଯାଉଛି। ଅଧିକ ପଢନ୍ତୁ

Adipurush box office Day 1
Adipurush box office Day 1

ହାଇଦ୍ରାବାଦ: ଦୀର୍ଘ ଦିନର ଅପେକ୍ଷା ପରେ ଶୁକ୍ରବାର ପ୍ରଭାସ ଏବଂ କ୍ରିତି ସାନନଙ୍କ ମଲ୍ଟି ଷ୍ଟାରର ପାନ ଇଣ୍ଡିଆ ଫିଲ୍ମ 'ଆଦିପୁରୁଷ' ମୁକ୍ତିଲାଭ କରିଛି । ରିଲିଜ ପୂର୍ବରୁ ଫ୍ୟାନ୍ସଙ୍କ ମନରେ ଉତ୍ସାହ ରହିଥିବା ବେଳେ ରିଲିଜ ପରେ ନିରାଶ ହୋଇଥିଲେ । କିନ୍ତୁ ରିଲିଜର ପ୍ରଥମ ଦିନରେ ଆଶାନୁରୂପକ ରୋଜଗାର କରିବ ବୋଲି ଆଶା କରାଯାଉଥିଲା । କୁହାଯାଉଥିଲା ଯେ ଫିଲ୍ମଟି ପ୍ରଥମ ଦିନରେ 90 କୋଟି ରୋଜଗାର କରିପାରିବ । 5ଟି ଭାଷାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଟି କେବଳ ହିନ୍ଦୀ ସ୍କ୍ରିନିଂରେ 36-38 କୋଟି ରୋଜଗାର କରିଛି ।

'ଆଦିପୁରୁଷ'ର ପ୍ରଥମ ଦିନରେ ବକ୍ସ ଅଫିସରେ ଧମାଲ କରିଥିବା ଦେଖିବାକୁ ମିଳିଛି । ଭାରତଠୁ ଆରମ୍ଭ କରି ବିଦେଶରେ ମଧ୍ୟ ପ୍ରଥମ ଦିନରେ ଅନେକ ଫିଲ୍ମ ଦେଖିବାକୁ ଯାଇଥିଲେ । କିନ୍ତୁ ଫିଲ୍ମ ଦେଖିଲା ପରେ ନିରାଶ ହୋଇଛନ୍ତି ଫ୍ୟାନ୍ସ । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳିଛି ।

ପଠାନ ଏବଂ କେଜିଏଫ 2 ପରେ ରେକର୍ଡ ଭାଙ୍ଗିଲା ଆଦିପୁରୁଷ: ରିଲିଜ୍ ହେବାର ପ୍ରଥମ ଦିନରେ ଆଦିପରୁଷର ଗ୍ରାଣ୍ଡ ଓପନିଂ ହୋଇଛି । କୋରୋନା ପରେ ରିଲିଜ ହୋଇଥିବା ଦୁଇଟି ବ୍ଲକ ବ୍ଲାଷ୍ଟର ଫିଲ୍ମ 'ପଠାନ୍' ଏବଂ 'କେଜିଏଫ୍ 2' ପରେ ଏହା ତୃତୀୟ ଶ୍ରେଷ୍ଠ ଓପନର୍ ହୋଇପାରିଛି । ଯେଉଁ ଠାରେ ଫିଲ୍ମଟି ହିନ୍ଦୀ ସ୍କ୍ରିନିଂରେ 36-38 କୋଟି ଟଙ୍କା ରୋଜଗାର ହୋଇଥିବା ନେଇ ଟ୍ରେଡ ରିପୋର୍ଟ ପ୍ରକାଶ ପାଇଛି । କିନ୍ତୁ ପୁରା ଭାରତରେ ଦେଖିବାକୁ ଗଲେ ପ୍ରାୟ 90 କୋଟି ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ବିଦେଶରେ କଲେକ୍ସନ ରିପୋର୍ଟ ହସ୍ତଗତ ହୋଇନଥିବା ବେଳେ 140 କୋଟି ପାର କରିବ ବୋଲି ଆଶା କରାଯାଉଛି । ଫିଲ୍ମରେ ରାମଙ୍କ ଭୂମିକାରେ ଅଭିନୟ କରିଛନ୍ତି ସାଉଥ ସୁପରଷ୍ଟାର ପ୍ରଭାସ, ମାତା ସିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି କ୍ରୀତି ସାନନ, ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଛନ୍ତି ସନ୍ନି ସିଂହ ଓ ଲଙ୍କାପତି ରାବଣ ଭୂମିକାରେ ଅଭିନୟ କରିଛନ୍ତି ସୈଫ ଅଲ୍ଲି ଖାନ ।

ଆଦିପୁରୁଷକୁ ନେଇ ଜାରି ରହିଛି ବିବାଦ: କହିରଖୁଛୁ କି, ଚଳଚ୍ଚିତ୍ର ରିଲିଜ୍ ପରେ ମଧ୍ୟ ଚଳଚ୍ଚିତ୍ର ବିଷୟକୁ ନେଇ ଅନେକ ବିବାଦ ଜାରି ରହିଛି । 'ଆଦିପୁରୁଷ'ରେ ଭଗବାନ ହନୁମାନଙ୍କ ଭୂମିକାରେ ଅଭିନୟ କରିଥିବା ଦେବଦତ୍ତ ନାଗେଙ୍କ' ଷ୍ଟାଇଲଠୁ ଆରମ୍ଭ କରି ରାବଣର ଭିଲେନ୍ ଭଳି ଅବତାର ପର୍ଯ୍ୟନ୍ତ ଏହାକୁ ବିରୋଧ କରାଯାଉଛି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଫିଲ୍ମ ବିରୋଧରେ ବଏକଟ୍ ସ୍ଲୋଗାନ ଦେଉଛନ୍ତି । ଏଥିସହ ଦର୍ଶକ ଫିଲ୍ମ ନିର୍ଦ୍ଦେଶକ ଓମ ରାଉତଙ୍କୁ ଅଭିଶାପ ଦେଉଛନ୍ତି। ଏହାସହିତ ଦେଶର ବିଭିନ୍ନ ହଲରେ ଫିଲ୍ମର ଜୋରଦାର ବିରୋଧ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.