ETV Bharat / entertainment

ଅଭିନେତା ପଙ୍କଜ ତ୍ରିପାଠୀ ନିର୍ବାଚନ କମିଶନଙ୍କ ନ୍ୟାସନାଲ ଆଇକନ - ପଙ୍କଜ ତ୍ରିପାଠୀ

ବଲିଉଡ ଅଭିନେତା ତଥା ଓଟିଟି ପ୍ଲାଟଫର୍ମରେ ଜଣେ ଦକ୍ଷ କଳାକାର ପଙ୍କଜ ତ୍ରିପାଠୀଙ୍କୁ ନ୍ୟାସନାଲ ଆଇକନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଅଧିକ ପଢନ୍ତୁ

pankaj tripathi national icon of ec
ଅଭିନେତା ପଙ୍କଜ ଇସି ନ୍ୟାସନାଲ ଆଇକନ
author img

By

Published : Oct 4, 2022, 12:11 PM IST

ନୂଆଦିଲ୍ଲୀ: ନିଜର ଦମଦାର ଅଭିନୟ ପାଇଁ ବେଶ ଜଣାଶୁଣା ପଙ୍କଜ ତ୍ରିପାଠୀ । ବଲିଉଡ ଚଳଚ୍ଚିତ୍ର ସହ ଓଟିଟି ପ୍ଲାର୍ଟଫର୍ମରେ ବିଭିନ୍ନ ୱେବସିରିଜ ଜରିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପଙ୍କଜ ତ୍ରିପାଠୀଙ୍କୁ ନିଜର ନ୍ୟାସନାଲ ଆଇକନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ (Pankaj Tripathi National Icon of Election Commission) । ଏ ନେଇ ଇସି ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଘୋଷଣା କରିଛନ୍ତି ।

ନିର୍ବାଚନ ବେଳେ ଭୋଟ ପ୍ରତିଶତ ବୃଦ୍ଧି ଏବଂ ଶତ ପ୍ରତିଶତ ମଦତାନର ପ୍ରଚାର କରିବା ପାଇଁ ନିର୍ବାଚନ ଅଧିକାରୀ ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଚେହେରାଙ୍କୁ ନ୍ୟାସନାଲ ଆଇକନ ବା ବ୍ରାଣ୍ଡ ଆମ୍ବାସଡର କରିଥାନ୍ତି । 2014 ନିର୍ବାଚନ ପାଇଁ ଆୟୋଗ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଚେତଶ୍ବର ପୂଜାରଙ୍କୁ ଗୁଜୁରାଟରେ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ବ୍ରାଣ୍ଡ ଆମ୍ବାସଡର କରିଥିଲେ ।

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂଙ୍କୁ ମଧ୍ୟ ଇସି ବ୍ରାଣ୍ଡ ଆମ୍ବାସଡର କରିଥିଲେ । ଆଗାମୀ ନିର୍ବାଚନ ପାଇଁ ଅଭିନେତା ପଙ୍କଜଙ୍କୁ ନ୍ୟାସନାଲ ଆଇକନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ପୂର୍ବରୁ ବିହାର ରାଜ୍ୟ ଆଇକନ ଥିଲେ ପଙ୍କଜ ତ୍ରିପାଠୀ । ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପଙ୍କଜ କାର୍ଯ୍ୟ କରିବ ।

ଏହା ବି ପଢନ୍ତୁ...ବିପଦରୁ ବର୍ତ୍ତିଲେ ପଞ୍ଜାବୀ ଗାୟକ ଅଲଫାଜ, ଅଭିଯୁକ୍ତ ଗିରଫ

ଗତକାଲି (ସୋମବାର) 6 ରାଜ୍ୟର 7 ବିଧାନସଭା ଆସନରେ ଉପନାର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏ ନେଇ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି । ସମସ୍ତ 6 ରାଜ୍ୟରେ 7 ବିଧାନସଭା ଆସନରେ ନଭେମ୍ବର 3ରେ ଉପନିର୍ବାଚନ ଅନୁଷ୍ଠିତ ହେବ । 6ରେ ଫଳ ପ୍ରକାଶ ପାଇବ । ଉପନିର୍ବାଚନ ହେବାକୁ ଥିବା 6 ରାଜ୍ୟଗୁଡିକ ହେଲା ଓଡିଶା, ବିହାର, ତେଲେଙ୍ଗାନା, ହରିୟାଣା, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ । ଏହି ଉପନିର୍ବାଚନ ଓଡିଶାର ଧାମନଗର, ବିହାରର ମୋକିମ ଏବଂ ଗୋପାଳଗଞ୍ଜ. ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୌଡ, ଉତ୍ତରପ୍ରଦେଶର ଗୋଲା ଗୋକରନନାଥ ବିଧାନସଭା କ୍ଷେତ୍ରରେ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.