ETV Bharat / entertainment

‘ପ୍ରକୃତ ଚଳଚ୍ଚିତ୍ର କେହି ଦେଖନ୍ତି ନାହିଁ’; ‘ଗଦର ୨’ ଏବଂ ‘କାଶ୍ମୀର ଫାଇଲ୍ସ’ର ସଫଳତାକୁ ନେଇ ଏମିତି କହିଲେ ନାସିରୁଦ୍ଦିନ

ନାସିରୁଦ୍ଦିନ ଶାହା ‘କାଶ୍ମୀର ଫାଇଲ୍ସ’ ଏବଂ ‘ଗଦର ୨’ କୁ ସମାଲୋଚନା କରିଛନ୍ତି । ସେ ଏହି ଚଳଚ୍ଚିତ୍ରର ସଫଳତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ବଲିଉଡରେ ଚଳଚ୍ଚିତ୍ର ନିର୍ମାଣ କରିବାର ଉଦ୍ଦେଶ୍ୟ ବଦଳିଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 11, 2023, 11:57 AM IST

ନାସିରୁଦ୍ଦିନ ଶାହା
ନାସିରୁଦ୍ଦିନ ଶାହା

ହାଇଦ୍ରାବାଦ: ଭାରତର ଅନ୍ୟତମ ଶ୍ରେଷ୍ଠ ଅଭିନେତା ନାସିରୁଦ୍ଦିନ ଶାହା ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ବର୍ତ୍ତମାନ ପୁନଃ ଦୁଇଟି ଫିଲ୍ମକୁ ନେଇ ବୟାନ ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି ନାସିରୁଦ୍ଦିନ । ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ ତାଙ୍କର ନିର୍ଦ୍ଦେଶିତ ଫିଲ୍ମ ମ୍ୟାନ୍ ୱିମ୍ୟାନ୍ ମ୍ୟାନ୍ ୱିମ୍ୟାନ୍‌ର ପ୍ରଚାର କରୁଥିବାବେଳେ ବର୍ତ୍ତମାନ ନିର୍ମିତ ଚଳଚ୍ଚିତ୍ର ବିଷୟରେ ଖୋଲାଖୋଲି ନିଜର ମନ୍ତବ୍ୟ ଦେଇ କହିଛନ୍ତି । ଏହି ସମୟରେ ନାସିରୁଦ୍ଦିନ ‘ଗଦର ୨’ଠାରୁ ଆରମ୍ଭ କରି ‘କାଶ୍ମୀର ଫାଇଲ୍ସ’, ‘ଦ କେରଲା ଷ୍ଟୋରୀ’ ଭଳି ସଫଳ ଚଳଚ୍ଚିତ୍ରର ଲୋକପ୍ରିୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଫ୍ରି ପ୍ରେସ୍‌ ଜର୍ଣ୍ଣାଲ ସହିତ କଥା ହେବାବେଳେ ଯେତେବେଳେ ତାଙ୍କୁ ପଚରାଗଲା ଯେ, ନିର୍ଦ୍ଦେଶକ ଭାବରେ ପ୍ରତ୍ୟାବର୍ତ୍ତନ କରିବାକୁ ତାଙ୍କୁ 17 ବର୍ଷ କାହିଁକି ଲାଗିଲା ? ଏଥିରେ ଅଭିନେତା କହିଛନ୍ତି, "ମୁଁ ଏକ ଖରାପ ଚଳଚ୍ଚିତ୍ର ନିର୍ମାଣର ଝଟକାରୁ ମୁକ୍ତି ପାଇବାକୁ ମୁଁ ଚେଷ୍ଟା କରୁଥିଲି । ମୁଁ ଯେପରି ଭାବିଥିଲି ତାହା ସେପରି ହୋଇନଥିଲା । ସେହି ସମୟରେ ସ୍କ୍ରିନ୍ ରାଇଟିଂ କିମ୍ବା ଚଳଚ୍ଚିତ୍ର ଦୃଷ୍ଟିରୁ ମୁଁ ମେକାନିକାଲି ସଜ୍ଜିତ ନଥିଲି । ମୁଁ କେବଳ ଭାବିଲି ଯଦି ମୁଁ ସମସ୍ତ ଶ୍ରେଷ୍ଠ କଳାକାରଙ୍କୁ ଏକାଠି କରେ, ତାହାଲେ ସେମାନେ ଭଲ କରିବେ । ମୁଁ ଭାବିଲି ଏହା ଏକ ଭଲ ସ୍କ୍ରିପ୍ଟ, କିନ୍ତୁ ପରେ ଏହାକୁ ଏଡିଟ୍ କରିବାବେଳେ ମୁଁ ଅନୁଭବ କଲି ଯେ ସ୍କ୍ରିପ୍ଟରେ କିଛି ତ୍ରୁଟି ଅଛି, ବିଶେଷକରି ଇରଫାନ୍ ଖାନଙ୍କ କାହାଣୀରେ । ଅଭିନେତାମାନଙ୍କ ଯୋଗଦାନକୁ ଛାଡ଼ି, ଏହା ମୋ ପାଇଁ ଏକ ବଡ଼ ନିରାଶା ଥିଲା । ମୁଁ ଏସବୁ ପାଇଁ ଦାୟିତ୍ବ ନେଉଛି । ମୁଁ କେବେ ଭାବି ନଥିଲି ଯେ ମୁଁ ଆଉ ଏକ ଚଳଚ୍ଚିତ୍ର ନିର୍ମାଣ କରିବି, କାରଣ ଏହା ବହୁତ କଠିନ ପରିଶ୍ରମ । କାରଣ ସମସ୍ତଙ୍କ ଇଗୋ ଏବଂ କାର୍ଯ୍ୟସୂଚୀ ସହିତ ତୁମକୁ ସବୁକିଛି ପରିଚାଳନା କରିବାକୁ ପଡ଼ିବ ।"

ଏହା ମଧ୍ୟ ପଢନ୍ତୁ: 'ଦି କେରଳ ଷ୍ଟୋରୀ'କୁ ନେଇ ନାସିରୁଦ୍ଦିନ ବିବାଦୀୟ ମନ୍ତବ୍ୟ, ଏହା କହିଲେ ମନୋଜ ତିୱାରୀ

ବାର୍ତ୍ତାଳାପରେ ଯେତେବେଳେ ପଚରାଗଲା ବଲିଉଡରେ ଚଳଚ୍ଚିତ୍ର ମିର୍ମାଣର ଉଦ୍ଦେଶ୍ୟ ବଦଳିଛି କି ? ଏହା ଉପରେ ସେ ଉତ୍ତର ଦେଇ କହିଛନ୍ତି,"ହଁ, ଏବେ ତୁମେ ଯେତେ ଅଧିକ ଅନ୍ଧରାଷ୍ଟ୍ରବାଦୀ ହେବ, ତୁମେ ସେତେ ଅଧିକ ଲୋକପ୍ରିୟ ହେବ, କାରଣ ସେ ହିଁ ଏହି ଦେଶକୁ ଶାସନ କରୁଛନ୍ତି। ନିଜ ଦେଶକୁ ଭଲ ପାଇବା ଯଥେଷ୍ଟ ନୁହେଁ, ବରଂ ଏହାକୁ ନେଇ ଢୋଲ ପିଟିବା ଏବଂ କାଳ୍ପନିକ ଶତ୍ରୁ ସୃଷ୍ଟି କରିବାକୁ ପଡିବ । ଏହି ଲୋକମାନେ ଅନୁଭବ କରନ୍ତି ନାହିଁ ଯେ ସେମାନେ ଯାହା କରୁଛନ୍ତି ତାହା ଅତ୍ୟନ୍ତ କ୍ଷତିକାରକ ।"

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ କେରଳ ଷ୍ଟୋରୀ ଏବଂ ଗଦର 2 ଭଳି ଫିଲ୍ମ ଦେଖି ନାହିଁ କି ଦେଖିବା ପାଇଁ ଇଚ୍ଛା କରୁ ନାହିଁ । କିନ୍ତୁ ମୁଁ ଜାଣେ ଏହା କେଉଁ ବିଷୟରେ ହୋଇଛି । ସବୁଠୁ ବିଚଳିତ କରିବା କଥା ହେଉଛି କି କାଶ୍ମୀର ଫାଇଲ ପରି ଚଳଚ୍ଚିତ୍ର ଏତେ ଲୋକପ୍ରିୟ ହୋଇଛି । ଯେତେବେଳେ କି ସୁଧୀର ମିଶ୍ର, ଅନୁଭବ ସିହ୍ନା ଏବଂ ହଂସଲ ମେହେଟ୍ଟା ଯେଉଁମାନେ ନିଜ ସମୟର ସତ୍ୟକୁ ଚିତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି, ସେହି ଚଳଚ୍ଚିତ୍ରଗୁଡିକ ଦେଖି ହେବନାହିଁ, କିନ୍ତୁ ଏହା ଗୁରୁତ୍ବପୂର୍ଣ୍ଣ କି ଏହି ଚଳଚ୍ଚିତ୍ର ନିର୍ମାତା ସାହସ ନହାରି କାହାଣୀ ଶୁଣାଇଚାଲିଲେ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଭବିଷ୍ୟତ ପିଢ଼ି ପାଇଁ ସେମାନେ ଦାୟୀ ରହିବେ। 100 ବର୍ଷ ପରେ ଲୋକ ଭିଡ଼ ଦେଖିବେ ଏବଂ ଗଦର-2କୁ ଦେଖିବେ ଏବଂ ଦେଖିବେ କେଉଁଟି ଆମ ସମୟର ସତ୍ୟକୁ ଦର୍ଶାଉଛି, କାରଣ ଚଳଚ୍ଚିତ୍ର ହେଉଛି ଏକମାତ୍ର ମାଧ୍ୟମ ଯାହା ଏହିଭଳି କରିପାରିବ । ଯାହା ଘଟୁଛି ସେଥିପାଇଁ ରିଗ୍ରେସିଭ୍ ଅତ୍ୟନ୍ତ ହାଲୁକା ଶବ୍ଦ । ଏହା ଆଶ୍ଚର୍ଯ୍ୟଜନକ ଅଟେ କି ଯେଉଁଠାରେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଏମିତି ଫିଲ୍ମ ନିର୍ମାଣ କରିବାରେ ସାମିଲ କରାଯାଉଛି ଯିଏ ସମସ୍ତ ଭୁଲ ଜିନିଷର ପ୍ରଶଂସା କରନ୍ତି ଏବଂ ବିନା କାରଣରେ ଅନ୍ୟ ସମ୍ପ୍ରଦାୟକୁ ନିଚ୍ଚ ଦେଖାନ୍ତି । ଏହା ଏକ ବିପଜ୍ଜନକ ଧାରା ସୃଷ୍ଟି ହେଉଛି ।"

17 ବର୍ଷ ପରେ କମ୍‌ବ୍ୟାକ୍‌

ଗତଥର ନାସିର 2006ରେ ମୁକ୍ତିଲାଭ କରିଥିବା 'ୟୁଁ ହୋତା ତୋ କ୍ୟା ହୋତା' ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ବର୍ତ୍ତମାନ 17 ବର୍ଷ ପରେ ସେ କ୍ଷୁଦ୍ର ଚଳଚ୍ଚିତ୍ର 'ମ୍ୟାନ୍ ୱିମ୍ୟାନ୍ ମ୍ୟାନ୍ ୱିମ୍ୟାନ୍'ର ନିର୍ଦ୍ଦେଶନା ଦେଉଛନ୍ତି । ନାସିରଙ୍କ ପୁଅ ବିଭାନ ଏବଂ ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.