ETV Bharat / entertainment

ବଲିଉଡରେ ଡେବ୍ୟୁ କରିବେ ଆମୀର ଖାନଙ୍କ ପୁଅ ଜୁନେଦ, ସାଇ ପଲ୍ଲବୀଙ୍କ ସହ କରିବେ ରୋମାନ୍ସ - ସାଇ ପଲ୍ଲବୀଙ୍କ ସହ ରୋମାନ୍ସ କରିବେ ଜୁନେଦ ଖାନ

ବଲିଉଡରେ ଡେବ୍ୟୁ କରିବେ ଆମୀର ଖାନଙ୍କ ପୁଅ ଜୁନେଦ ଖାନ । ପ୍ରଥମ ଫିଲ୍ମର ଅଫିସିଆଲ ଘୋଷଣା ନ ହେବା ଆଗରୁ ତାଙ୍କର 2ୟ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ସେ ସାଉଥ ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ସହ ନଜର ଆସିବେ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

ବଲିଉଡରେ ଡେବ୍ୟୁ କରିବେ ଆମୀର ଖାନଙ୍କ ପୁଅ ଜୁନେଦ, ସାଇ ପଲ୍ଲବୀଙ୍କ ସହ ରୋମାନ୍ସ କରିବେ

author img

By ETV Bharat Odisha Team

Published : Sep 14, 2023, 1:32 PM IST

ହାଇଦ୍ରାବାଦ: ବଲିଉଡ ତାରକା ଆମୀର ଖାନ ଲାଲା ସିଂ ଚଢା ପରେ ଫିଲ୍ମରୁ ବ୍ରେକ୍ ନେଇଛନ୍ତି । ଏହି ସମୟରେ ଆମୀର କେବଳ ଭିନ୍ନ ଭିନ୍ନ ଇଭେଣ୍ଟରେ ନଜର ଆସୁଛନ୍ତି । ବର୍ତ୍ତମାନ ତାଙ୍କ ବଡ ପୁଅ ଜୁନେଦ ଖାନଙ୍କ କ୍ୟାରିଅରକୁ ନେଇ ଚର୍ଚ୍ଚା ହେଉଛି । ଜୁନାଦ ଖାନ ଖୁବ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ତେବେ ତାଙ୍କ ପ୍ରଥମ ଫିଲ୍ମର ଅଫିସିଆଲ ଘୋଷଣା ନ ହେବା ଆଗରୁ ତାଙ୍କର 2ୟ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ଅନୁସାରେ, ଏହି ଚଳଚ୍ଚିତ୍ରରେ ଜୁନେଦ ସାଉଥ ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ସହ ସ୍କ୍ରିନ ସେୟାର କରିବେ ବୋଲି ଜଣାପଡିଛି ।

ଏହାପୂର୍ବରୁ ଜୁନେଦ ଖାନ ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ତାମିଲ ଚଳଚ୍ଚିତ୍ର 'ଲଭ୍ ଟୁଡେ'ର ହିନ୍ଦୀ ରିମେକରେ ରୋମାନ୍ସ କରୁଥିବା ନଜର ଆସିବେ । ଅମୀର ଖାନଙ୍କ ସହ ଲାଲ ସିଂ ଚଢା ଏବଂ ସିକ୍ରେଟ୍ ସୁପରଷ୍ଟାର ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ଅଦ୍ୱିତା ଚନ୍ଦନ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ବର୍ତ୍ତମାନ ଏହି ନିର୍ଦ୍ଦେଶକ ଆମୀର ଖାନଙ୍କ ପୁଅକୁ ବଲିଉଡରେ ଲଞ୍ଚ କରାଇବାକୁ ଯାଉଛନ୍ତି ।

ସୂଚନା ଥାଉ କି, ତାମିଲରେ ଏହି ଚଳଚ୍ଚିତ୍ର ଲଭ୍ ଟୁଡେ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଦୀପ ରଙ୍ଗନାଥନଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଲଭ୍ ଟୁଡେ (ତାମିଲ୍) ହେଉଛି 2022 ବର୍ଷର ଏକ ବ୍ଲକବଷ୍ଟର୍ ଚଳଚ୍ଚିତ୍ର, ଯାହା 100 ଦିନ ଧରି ପ୍ରେକ୍ଷାଳୟରେ ଚାଲିଥିଲା । 5 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ 150 କୋଟି ଟଙ୍କା ବ୍ୟବସାୟ କରିଥିଲା। ଏହି ଚଳଚ୍ଚିତ୍ରର ନିର୍ମାତା ଅର୍ଚ୍ଚନା କଲାବତୀ ଟ୍ୱିଟରରେ ଏହାର ହିନ୍ଦୀ ରିମେକ୍ ଘୋଷଣା କରିଥିଲେ। 'ଲଭ୍ ଟୁଡେ'ର କାହାଣୀ ବିଷୟରେ କହିବାକୁ ଗଲେ, ଏହା ଏକ ଦମ୍ପତିଙ୍କ ପ୍ରକୃତ ଭଲପାଇବାକୁ ନେଇ ନିର୍ମିତ।

​ଏହା ମଧ୍ୟ ପଢନ୍ତୁ: ଫିଲ୍ମ ‘ଛୋଟା ଭୀମ’ରେ ନଜର ଆସିବେ ଅନୁପମ ଖେର, ସାମ୍ନାକୁ ଆସିଲା ଟିଜର

ସୂଚନା ଅନୁସାରେ, ଜୁନେଦ ଖାନ ଆମୀର ଖାନଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ପୁଅ। ଆମିର ଏବଂ ରୀନାଙ୍କର ଆୟରା ଖାନ ନାମକ ଏକ ଝିଅ ମଧ୍ୟ ଅଛନ୍ତି। ନିକଟରେ ଆୟାରଙ୍କ ନିର୍ବନ୍ଧ ହୋଇଥିଲା। ରୀନାଙ୍କ ଠାରୁ ଛାଡପତ୍ର ପରେ ଆମୀର କିରଣ ରାଓଙ୍କୁ ବିବାହ କରିଥିଲେ । 2005 ରେ ଆମୀର ଏବଂ କିରଣ ସେମାନଙ୍କର ଚଳଚ୍ଚିତ୍ର 'ଲଗାନ'ର ସେଟରେ ସାକ୍ଷାତ ହୋଇଥିଲେ । ଦୁହିଁଙ୍କର ଏକ ପୁଅ ଆଜାଦ ରାଓ ଖାନ ଅଛନ୍ତି, ଯିଏ ଆଇଭିଏଫ ମାଧ୍ୟମରେ ଜନ୍ମ ହୋଇଥିଲେ । ଦୁଇ ବର୍ଷ ପୂର୍ବେ ଆମୀର କିରଣଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.