ETV Bharat / entertainment

Laal Singh Chaddha: ରୋମାଣ୍ଟିକ ଟ୍ରାକ୍ Main Ki Karaan ରିଲିଜ୍

author img

By

Published : May 12, 2022, 3:20 PM IST

ଅମିର ଖାନଙ୍କ ଫିଲ୍ମ 'ଲାଲ ସିଂ ଚଢା'ର ବହୁ ପ୍ରତୀକ୍ଷିତ ଗୀତ Main Ki Karaan ରିଲିଜ୍ ହୋଇଛି । ଏହି ଗୀତକୁ ସୋନୁ ନିଗମ ଗାଇଛନ୍ତି । ଅଧିକ ପଢନ୍ତୁ

ଫିଲ୍ମ ଲାଲ ସିଂ ଚଢାର ଆଉ ଏକ ରୋମାଂଟିକ ଗୀତ Main Ki Karaan ରିଲିଜ୍

ହାଇଦ୍ରାବାଦ: ଅମିର ଖାନଙ୍କ ଫିଲ୍ମ 'ଲାଲ ସିଂ ଚଢା'ର ବହୁ ପ୍ରତୀକ୍ଷିତ ଗୀତ 'Main Ki Karaan' ରିଲିଜ୍ ହୋଇଛି। ଏହି ଗୀତକୁ ସୋନୁ ନିଗମ ଗାଇଛନ୍ତି ।

  • " class="align-text-top noRightClick twitterSection" data="">

ଏହି ଗୀତ ସହିତ ଅମିର ଖାନ ପ୍ରଡକ୍ସନ୍ସ ଦ୍ୱାରା ସେୟାର କରାଯାଇଥିବା ପୋଷ୍ଟର ମଧ୍ୟ ଅତ୍ୟନ୍ତ ମାର୍ମିକ । ଏହି ପୋଷ୍ଟର ପଛରେ ଏକ ଝିଅ ଏବଂ ପୁଅର ଛବି ରହିଛି । ଦୁହେଁ ପରସ୍ପରର ହାତ ଧରିଛନ୍ତି, କିନ୍ତୁ ପୁଅର ଗୋଡରେ କାଲିପର୍ (କାଲିପର୍ ହେଉଛି ଏକ ଜୋତା, ଯାହା ପୋଲିଓଗ୍ରସ୍ତ ପିଲାମାନଙ୍କୁ ଚାଲିବାରେ ସାହାଯ୍ୟ କରେ) ଲାଗିଛି । ଏହି ପୋଷ୍ଟର ସେୟାର କରି ଅମିର ଖାନ ପ୍ରଡକ୍ସନ୍ସ କ୍ୟାପସନରେ ଲେଖିଛନ୍ତି ଯେ, ଆମ ଫିଲ୍ମ ଲାଲ ସିଂ ଚଢାର Main Ki Karaan ଗୀତ ପାଇଁ ଧନ୍ୟବାଦ, ସୋନୁ, ପ୍ରୀତମ, ଅମିତାଭ।

ଏହି ଗୀତରେ ଅମିର ଏବଂ କରୀନାଙ୍କ ଚରିତ୍ରର ଏକ କାହାଣୀ ବର୍ଣ୍ଣିତ ଏବଂ ଏଇଠୁ ସେମାନଙ୍କ ପ୍ରେମ କାହାଣୀର ଆରମ୍ଭ ବୁଝାପଡେ । ଗୀତର ଲିରିକ୍ସ ଲେଖିଥିବା ଅମିତାଭ ଭଟ୍ଟାଚାର୍ଯ୍ୟ ଗୋଟିଏ ଧାଡିରେ, ଦୁନିଆର ଏକ ଅମର ପ୍ରେମ କାହାଣୀକୁ ଦର୍ଶାଇ ଅମିର ଏବଂ କରୀନାଙ୍କ ପ୍ରେମ କାହାଣୀକୁ କହିଦେଇଛନ୍ତି- 'ରୋମିଓ ହୁଆ ଥା ଲଟ୍ଟୁ ଜୈସେ ଜୁଲିଏଟ୍ ପେ!'

ଅମିରଙ୍କ ଏହି ଚଳଚ୍ଚିତ୍ର 11 ଅଗଷ୍ଟ 2022 ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରଟି ଅମିର ଖାନ, କିରଣ ରାଓ ଏବଂ ବୟକମ୍ 18 ଷ୍ଟୁଡିଓ ଦ୍ୱାରା ନିର୍ମିତ । ମିଷ୍ଟର ପରଫେକ୍ସନିଷ୍ଟଙ୍କ ସହ ଏହି ଚଳଚ୍ଚିତ୍ରରେ କରୀନା କପୁର ଖାନ ଏବଂ ମୋନା ସିଂ ମଧ୍ୟ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.