ETV Bharat / entertainment

Indian Cinema Festival: ୧୧୦ତମ ଭାରତୀୟ ସିନେମା ମହୋତ୍ସବ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକୁଛି RFC

author img

By ETV Bharat Odisha Team

Published : Oct 13, 2023, 4:04 PM IST

ରାମୋଜୀ ଫିଲ୍ମ ସିଟିରେ ଭାରତୀୟ ସିନେମା ମହୋତ୍ସବକୁ 110 ବର୍ଷ ପୂର୍ତ୍ତି ଅବସରକୁ ଖୁବ ଧୁମଧାମରେ ପାଳନ କରାଯାଇଛି । ଚଳିତ ମାସର ୧୨ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ 46 ଦିନ ଧରି ଅନୁଷ୍ଠିତ ହେବ । ଏହି ଅବସରରେ ବିଶ୍ୱ ପ୍ରସିଦ୍ଧ ରାମୋଜୀ ଫିଲ୍ମ ସିଟି ଏହାର ନୂତନ ସୌନ୍ଦର୍ଯ୍ୟ ସହ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି । ଅଧିକ ପଢନ୍ତୁ

୧୧୦ତମ ଭାରତୀୟ ସିନେମା ମହୋତ୍ସବ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକୁଛି RFC

ହାଇଦ୍ରାବାଦ: ଭାରତୀୟ ସିନେ ମହୋତ୍ସବ 110 ବର୍ଷ ପୂର୍ତ୍ତି ଅବସରରେ ହାଇଦ୍ରାବାଦର ବିଶ୍ୱ ପ୍ରସିଦ୍ଧ ରାମୋଜୀ ଫିଲ୍ମ ସିଟିରେ ଧୁମଧାମରେ ପାଳନ କରାଯାଇଛି । ନୂତନ ସୌନ୍ଦର୍ଯ୍ୟ ଏବଂ ସସଜ୍ଜିତ ଆଲୋକମାଳାରେ ଚମକୁଛି ରାମୋଜୀ ଫିଲ୍ମ ସିଟି । ଏଥିସହ ସିନେମାଟିକ୍ ଏଣ୍ଟରଟେନମେଣ୍ଟ ଏବଂ କାର୍ନିଭାଲ୍ ପ୍ୟାରେଡ୍ ବେଶ ଆକର୍ଷଣୀୟ ହୋଇଛି । ଚଳିତ ମାସର ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ 46 ଦିନ ଧରି ଅନୁଷ୍ଠିତ ହେବ । ଏହାକୁ ଦେଖିବାକୁ ଦର୍ଶକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି ।

110ତମ ଭାରତୀୟ ସିନେମା ମହୋତ୍ସବ ଅବସରରେ ପୃଥିବୀର ସ୍ୱର୍ଗ ଭାବରେ ଜଣାଶୁଣା ରାମୋଜୀ ଫିଲ୍ମ ସିଟିରେ ଶିଖରରେ ପହଞ୍ଚିଛି । ଏହି ଅବସରରେ ରଙ୍ଗୀନ ଆଲୋକ ଏବଂ ବିଭିନ୍ନ ଖେଳ ସହ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ରାମୋଜି ଫିଲ୍ମ ସିଟି ଏକ ନୂଆ ପ୍ରୟାସ କରିଛି । ମନୋରଞ୍ଜନ ଦିଗରେ ରାମୋଜୀ ଫିଲ୍ମ ସିଟି ପ୍ରତ୍ୟେକ ମୁହୂର୍ତ୍ତରେ ଦର୍ଶକଙ୍କୁ ଆକର୍ଷିତ କରିଆସୁଥିବା ବେଳେ ଏଥର ମଧ୍ୟ ବିଭିନ୍ନ ପ୍ରକାରର ପ୍ରଦର୍ଶନ ଦର୍ଶକଙ୍କୁ ବେଶ ମନୋରଞ୍ଜନ ସହ ଆକର୍ଷିତ କରିଛି । କେବଳ ଏତିକି ନୁହେଁ ଫିଲ୍ମ ସିଟିର କାର୍ନିଭାଲ୍ ପ୍ୟାରେଡ ଦର୍ଶକଙ୍କ ମନ ଜିତୁଛି ।

ସିନେମାଟିକ ମନୋରଞ୍ଜନକୁ ଉପଭୋଗ କରିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଦୁଇ ତେଲୁଗୁ ରାଜ୍ୟ ବ୍ୟତୀତ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ ଏବଂ ଉତ୍ତର ଭାରତର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାରେ ଭିଡ଼ ଜମାଇଛନ୍ତି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମ ମହୋତ୍ସବକୁ ବେଶ ଉପଭୋଗ କରିଛନ୍ତି । ଏନେଇ ଏଠାକୁ ଆସିଥିବା ପିଲାମାନେ କହିଛନ୍ତି ଯେ ପକ୍ଷୀ ପାର୍କ, ଜଳପ୍ରପାତ, ବିଶାଳ ଚକ, ବୈଦ୍ୟୁତିକ ଟ୍ରେନ୍ ଚାଳନା ଏବଂ ଘୋଡା ଚଢିବା ନେଇ ସମସ୍ତ ଜିନିଷରୁ ସେମାନେ ବେଶ ମନୋରଞ୍ଜନ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜବରଦସ୍ତ ଅଫର୍‌, ମାତ୍ର 99 ଟଙ୍କାରେ ଦେଖିପାରିବେ ଯେକୌଣସି ଚଳଚ୍ଚିତ୍ର

ଏହି ସମୟରେ ବୃଦ୍ଧମାନେ ବି ସେମାନଙ୍କର ଖୁସି ବ୍ୟକ୍ତ କରି କହିଛନ୍ତି ଯେ ସେମାନେ ସୁନ୍ଦର ସ୍ଥାନକୁ ଉପଭୋଗ କରିଛନ୍ତି । ଭାରତର ଏହି ସିନେୱାର୍ଲ୍ଡ ବହୁତ ଆକର୍ଷଣୀୟ । ସେମାନେ କହିଛନ୍ତି, ସନ୍ଧ୍ୟାରେ ଝଲକୁଥିବା ବୈଦ୍ୟୁତିକ ଆଲୋକ ବେଶ ଆକର୍ଷିତ କରୁଛି । ତେବେ ଏହି ଚମତ୍କାର ସ୍ଥାନ ବୁଲିବା ପାଇଁ ଦର୍ଶକ ବହୁ ସଂଖ୍ୟାରେ ଭିଡ ଜମାଉଛନ୍ତି । ସୂଚନା ଥାଉ କି, ଏହି ଉତ୍ସବ ଆସନ୍ତା ମାସର 26 ତାରିଖ ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ ପ୍ୟାକେଜ୍ ସହ ଟିକେଟ୍ ବୁକ କରି ଦର୍ଶକ ଏହାକୁ ବେଶ ଉପଭୋଗ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.