ETV Bharat / entertainment

Jawan: ପଠାନର ରେକର୍ଡ ଭାଙ୍ଗିପାରେ ଜବାନ, ଓପନିଂ ଡେ ପାଇଁ 1 ମିଲିୟନ ଟିକେଟ୍ ବିକ୍ରି

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଜବାନ ରିଲିଜ୍ ହେବା ସହ ଶାହାରୁଖ ଖାନ ପଠାନର ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ଅଛନ୍ତି। ଓପନିଂ ଡେ ପାଇଁ 1 ମିଲିୟନ ଟିକେଟ୍ ବିକ୍ରି ହୋଇସାରିଲାଣି। ଏହି କ୍ରମରେ ଫିଲ୍ମ ପ୍ରଥମ ଦିନରେ 100 କୋଟିରୁ ଅଧିକ ରୋଜଗାର କରି ସବୁଠାରୁ ବଡ଼ ବଲିଉଡ ଓପନର ଫିଲ୍ମ ହେବ ବୋଲି କୁହାଯାଉଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 6, 2023, 4:47 PM IST

ପଠାନର ରେକର୍ଡ ଭାଙ୍ଗିପାରେ ଜବାନ, ଓପନିଂ ଡେ ପାଇଁ 1 ମିଲିୟନ ଟିକେଟ୍ ବିକ୍ରି

ହାଇଦ୍ରାବାଦ: ରାତି ପାହିଲେ ରିଲିଜ ହେବ ଶାହାରୁଖ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଜବାନ । ରିଲିଜ ପୂର୍ବରୁ ଜବାନକୁ ନେଇ ଦେଶ ତଥା ବିଦେଶରେ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଛି । ଫିଲ୍ମ ପାଇଁ ଆଡଭାନ୍ସ ଟିକେଟ୍‌ ବୁକିଂ ଆରମ୍ଭ ହୋଇସାରିଥିବା ବେଳେ 1 ମିଲିୟନ ଟିକେଟ୍ ବିକ୍ରି ହୋଇସାରିଲାଣି । ଏହି କ୍ରମରେ ଓପନିଂ ଦିନ ଫିଲ୍ମ ଅଧିକ ରୋଜଗାର ସହ ଅନେକ ରେକର୍ଡ ଭାଙ୍ଗିବ ବୋଲି ଜଣାପଡିଛି ।

ଶାହାରୁଖଙ୍କ ଫିଲ୍ମ ଜବାନ ସ୍କ୍ରିନିଂ ପାଇଁ ମାତ୍ର କିଛି ଘଣ୍ଟା ବାକି ରହିଛି । ତେବେ ଫିଲ୍ମ ପ୍ରଥମ ଦିନ ପାଇଁ ବର୍ତ୍ତମାନ ସୁଦ୍ଧା 1 ମିଲିୟନ୍ ଆଡଭାନ୍ସ ଟିକେଟ୍ ବିକ୍ରି କରିସାରିଲାଣି । ଏହିପରି ଭାବେ ଜବାନ ବର୍ତ୍ତମାନ ଦ୍ୱିତୀୟ ବଲିଉଡ ଚଳଚ୍ଚିତ୍ର ହେବାର ସଫଳତା ହାସଲ କରିଛି । ଇଣ୍ଡଷ୍ଟ୍ରି ଟ୍ରାକର ସାକନିକ୍‌ ରିପୋର୍ଟରେ ଦର୍ଶାଯାଇଛି ଯେ ଦିନ ଶେଷ ସୁଦ୍ଧା ଆାହୁରି ଟିକେଟ ବିକ୍ରି କରି ଜବାନ ପଠାନକୁ ପଛରେ ପକାଇପାରେ । ଯଦି ଏପରି ହୁଏ ତେବେ ବଲିଉଡ ଇତିହାସରେ ଓପନିଂ ଦିନ ପାଇଁ ସର୍ବାଧିକ ଟିକେଟ ବିକ୍ରି କରିଥିବା ଫିଲ୍ମ ଭାବେ ଏକ ନୂତନ ରେକର୍ଡ ସୃଷ୍ଟି କରିବ ଜବାନ । ସୂଚନା ଥାଉ କି, ଶାହାରୁଖଙ୍କ ଚଳିତ ବର୍ଷର ପ୍ରଥମ ଫିଲ୍ମ ପଠାନ ଓପନିଂ ଦିନ ପାଇଁ 1.08 ମିଲିୟନ୍ ଟିକେଟ୍ ବିକ୍ରି କରି ସଫଳତା ହାସଲ କରିଥିଲା ।

  • " class="align-text-top noRightClick twitterSection" data="">

ଜବାନ ଏକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ସବୁଠୁ ବଡ଼ ଓପନିଂ କରିବା ସମ୍ଭାବନା ରହିଛି । ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁଯାୟୀ, ଆଡଭାନ୍ସ ବୁକିଂ ରେକର୍ଡ ଅନୁସାରେ ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସ୍ କଲେକ୍ସନ 80 କୋଟିରୁ ଅଧିକ ଏବଂ ସାରା ବିଶ୍ୱରେ 125 କୋଟି ଟଙ୍କା ଆୟ କରିବ ବୋଲି କୁହାଯାଉଛି । ପଠାନ ବର୍ତ୍ତମାନ ବଲିଉଡର ସର୍ବବୃହତ ଓପନର୍ ଭାବେ ସଫଳତା ହାସଲ କରିଥିବା ବେଳେ ଘରୋଇ ବକ୍ସ ଅଫିସରେ 67 କୋଟି ଟଙ୍କା ଏବଂ ବିଶ୍ୱ ସ୍ତରରେ 105 କୋଟି ଟଙ୍କା କଲେକ୍ସନ କରି ରେକର୍ଡ ସୃଷ୍ଟି କରିଥିଲା । ବର୍ତ୍ତମାନ ଏହି ରେକର୍ଡକୁ ଭାଙ୍ଗିପାରେ ଜବାନ ।

ଏହା ମଧ୍ୟ ପଢନ୍ତୁ: 'ଜବାନ'କୁ ମିଳିଲା ଧର୍ମେନ୍ଦ୍ରଙ୍କ ସାଥ୍‌: ଶାହରୁଖଙ୍କ ସହ ଫଟୋ ସେୟାର କରି ଲେଖିଲେ ପୁଅ ଫିଲ୍ମ ପାଇଁ ଗୁଡ ଲକ୍‌

ଅଟଲି କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ 'ଜବାନ' ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର 7ରେ ରିଲିଜ କରିବ । ଏହି ଫିଲ୍ମରେ ଦୀପିକା ପାଦୁକୋନ କ୍ୟାମିଓ ରୋଲରେ ନଜର ଆସିବାକୁ ବେଳେ ଶାହାରୁଖ ଖାନଙ୍କ ବ୍ୟତୀତ ନୟନତାରା, ବିଜୟ ସେଥୁପତି, ପ୍ରିୟମଣି ଏବଂ ସାନିଆ ମାଲହୋତ୍ରାଙ୍କୁ ଦେଖିବାକୁ ମିଳିବ। ଜବାନ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସାରା ବିଶ୍ବରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.