ETV Bharat / entertainment

ଅଭୁଲା 2022: ଜିମରେ Heart Attack, କଳାକାରଙ୍କୁ ଛଡାଇ ନେଲା ଓ୍ୱାର୍କଆଉଟ୍

author img

By

Published : Dec 22, 2022, 8:26 PM IST

ଆଉ କିଛି ଦିନ ପରେ ଅତୀତ ପାଲଟିବ ୨୦୨୨ । ଚଳିତ ବର୍ଷ ବଲିଉଡ଼ ଜଗତ ପାଇଁ ଏହା ଥିଲା କଳାବାଦଲ । ବର୍ଷ ୨୦୨୨ରେ ଯେଉଁଭଳି ଭାବେ ଆମ ଗହଣରୁ ଅନେକ ବିଶିଷ୍ଟ ବ୍ୟକ୍ତିଗଣ ଅଫେରା ରାଇଜକୁ ଫେରିଗଲେ ତାହାକୁ ମାନବ ଜାତି ସହଜେ ଗ୍ରହଣ କରିପାରୁ ନାହିଁ । ତେବେ ନଜର ପକାନ୍ତୁ ସେହି ଅଭୁଲା ତାରକାଙ୍କ ଉପରେ...

ଜିମରେ Heart Attack
ଜିମରେ Heart Attack

ହାଇଦ୍ରାବାଦ: ଆଉ ଦିନ କେଇଟା ପରେ ସରିଯିବ ବର୍ଷ ୨୦୨୨ । ନୂଆ ସୂର୍ଯ୍ୟ ଉଦୟ ସହ ଉନ୍ମାଦନା, ନୂଆ ସମ୍ଭାବନା ସହ ବିଶ୍ବବାସୀଙ୍କ ପାଇଁ ଓହ୍ଲାଇ ଆସିବ ନବବର୍ଷ ୨୦୨୩ । ପୁରୁଣା ବର୍ଷକୁ ବାଏବାଏ କହି ନୂଆ ନୂଆ ବର୍ଷକୁ ସ୍ବାଗତ କରିବେ ବିଶ୍ବବାସୀ। ୨୦୨୨ କିଛି ଭଲ ଓ ମନ୍ଦ ସମୟର ଛାପ ଛାଡି ଯାଉଥିବା ବେଳେ ବଲିଉଡ଼ ଜଗତ ପାଇଁ ଏହା ଥିଲା କଳାବାଦଲ । ଅନେକ ଦୁଃଖଦ ସମୟକୁ ସାମ୍ନା କରିଛି ମାୟାନଗରୀ । ବର୍ଷ ୨୦୨୨ରେ ଯେଉଁଭଳି ଭାବେ ଆମ ଗହଣରୁ ଅନେକ ବିଶିଷ୍ଟ ବ୍ୟକ୍ତିଗଣ ଅଫେରା ରାଇଜକୁ ଫେରିଗଲେ ତାହାକୁ ମାନବ ଜାତି ସହଜେ ଗ୍ରହଣ କରିପାରୁ ନାହିଁ । ସେମାନେ ସିନା ଅଫେରା ରାଇଜକୁ ଚାଲିଯାଇଛନ୍ତି ହେଲେ ବଲିଉଡ ଜଗତରେ ଛାଡିଯାଇଛନ୍ତି ଅନେକ ଛାପ ।

ଜିମରେ ବ୍ୟାୟାମ କରି ଅନେକ ସେଲିବ୍ରିଟିଙ୍କ ମୃତ୍ୟୁ ହୋଇଛି । ନିଜକୁ ଫିଟ ରଖିବା ପାଇଁ ଜିମ ଆପଣାଉ ଥିଲେ ମଧ୍ୟ ଏହା ମୃତ୍ୟୁଖାନା ହେଉଛି । ଅନେକ ସୁପରଷ୍ଟାର ଜିମରେ ବ୍ୟାୟାମ କରିବା ସମୟରେ ହୃଦଘାତ (Heart Attack)ରେ ମୃତ୍ୟୁ ବରଣ କରିଛନ୍ତି । ନିକଟରେ ଷ୍ଟାର ଦୀପେଶ ଭାନ, ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଏବଂ ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ହୋଇଥିଲା । ଏମନଙ୍କ ମୃତ୍ୟୁ ପରେ ଜିମକୁ ନେଇ ସବୁଠି ଚର୍ଚ୍ଚା । ଟେଲି ଷ୍ଟାର ସିର୍ଦ୍ଧାର୍ଥ ଶୁକ୍ଲା, ପ୍ରସିଦ୍ଧ ବଲିଉଡ ସିଙ୍ଗର କ୍ରିଷ୍ଣ କୁମାର କାମତ ଭଳି ମଧ୍ୟ ଅନେକ ନିକଟରେ ହୃଦଘାତର ଶିକାର ହୋଇ ଅକାଳରେ ପ୍ରାଣ ହରାଇଛନ୍ତି । ଦୁନିଆ ଛାଡିବ ବେଳକୁ ସମସ୍ତେ ୫୫ ବର୍ଷ ବୟସରୁ ତଳେ । ପରିବର୍ତ୍ତିତ ଜୀବନ ଶୈଳୀ ଏବଂ ଅତ୍ୟଧିକ ମାନସିକ ଚାପ ଯୋଗୁଁ ହୃଦଘାତ ହେବା କଥା କୁହାଯାଉଥିଲା । ହେଲେ ଏ ଭିତରେ ନିଜକୁ ଫିଟ ରଖିବା ପାଇଁ ଆବଶ୍ୟକତା ଠାରୁ ଅଧିକ ଶାରୀରିକ ପରିଶ୍ରମ ମଧ୍ୟ ହୃଦଘାତର କାରଣ ପାଲଟୁଛି ।

ତେବେ ଆସନ୍ତୁ ନଜର ପକାଇବା ସେହି ସୁନାମଧ୍ୟ କଳାକାରଙ୍କ ଉପରେ, ଯେଉଁମାନେ ଆମକୁ ଛାଡି ଯାଇଛନ୍ତି । ବର୍ଷ 2022ରେ ଆମର ସତନ୍ତ୍ର ଉପସ୍ଥାପନା ଫର୍ଦ୍ଦ-2022ରେ...

ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ
ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ

୧. ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ(Siddhaanth Vir Surryavanshi)

ଟିଭି ଦୁନିଆରେ ଲୋକମାନେ ତାଙ୍କୁ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଭାବେ ଜାଣିଥିଲେ। କିନ୍ତୁ ଖୁବ୍ କମ୍ ଲୋକ ତାଙ୍କର ପ୍ରକୃତ ନାମ ଜାଣିଥିବେ । ତାଙ୍କ ପ୍ରକୃତ ନାମ ହେଲା ଆନନ୍ଦ ସୂର୍ଯ୍ୟବଂଶୀ । ସିଦ୍ଧାନ୍ତ ୧୫ ଡିସେମ୍ବର ୧୯୭୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଗତ ନଭେମ୍ବର ୧୧ ତାରିଖ ସକାଳେ ଜିମରେ ବ୍ୟାୟାମ କରୁଥିବା ବେଳେ ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାତ୍ର ୪୬ ବର୍ଷ ବୟସରେ ଅଭିନେତା ଏ ଦୁନିଆରୁ ବିଦାୟ ନେଇଛନ୍ତି।

ଅଭିନୟର ଯାଦୁ......

ସୁଫିୟାନା ଇସ୍କ ମେରା, ୱାରିସ୍, ସାଥ୍ ଫେରେ, ସଲୋନୀ କା ସଫର, କୁସୁମ୍, ଜିଦ୍ଦି ଦିଲ୍ ମାନେ ନା ଏବଂ କସୌଟି ଜିନ୍ଦେ କି ଭଳି ଅନେକ ଲୋକପ୍ରିୟ ଟିଭି ଶୋରେ ଅଭିନୟ କରିଥିଲେ ସିଦ୍ଧାନ୍ତ ସୂର୍ଯ୍ୟବଂଶୀ । ଏହି ସବୁ ଶୋରେ ସିଦ୍ଧାନ୍ତ ଏଭଳି ଅଭିନୟର ଯାଦୁ ଦେଖାଇଥିଲେ ଯାହା ଲୋକଙ୍କ ମନରୁ କେବେ ହେଲେ ଭୁଲି ହେବନାହିଁ ।

କହିରଖୁଛୁ ଯେ, ସିଦ୍ଧାନ୍ତ ତାଙ୍କ ଜୀବନ କାଳରେ ଦୁଇଟି ବିବାହ କରିଥିଲେ। ସେ ୨୦୦୧ ରେ ପ୍ରଥମେ ଇରା ସୂର୍ଯ୍ୟବଂଶୀଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୧୫ ମସିହାରେ, ସେମାନଙ୍କର ଛାଡପତ୍ର ହୋଇଥିଲା। ଏହା ପରେ ସିଦ୍ଧାନ୍ତ ସୁପର୍‌ମଡେଲ୍‌ ଅଲିସା ରାଓତଙ୍କୁ ୨୩ ନଭେମ୍ବର ୨୦୧୭ରେ ମୁମ୍ବାଇର ଏକ ମନ୍ଦିରରେ ନିରାଡ଼ମ୍ବର ଭବେ ବିବାହ କରିଥିଲେ।

ରାଜୁ ଶ୍ରୀବାସ୍ତବ
ରାଜୁ ଶ୍ରୀବାସ୍ତବ

୨. ରାଜୁ ଶ୍ରୀବାସ୍ତବ(Raju Srivastav)

ଭାରତୀୟ ହାସ୍ୟ ଅଭିନେତା ସତ୍ୟ ପ୍ରକାଶ ଶ୍ରୀବାସ୍ତବ ୧୯୬୩ ମସିହା ଡିସେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଅଭିନେତା ଭାବରେ କିଛି ଧାରାବାହିକରେ ଖଳନାୟକ ଭାବରେ କାମ କରିବା ସହିତ ଭାରତୀୟ ରାଜନିତୀରେ ମଧ୍ୟ ବେଶ ସକ୍ରିୟ ଥିଲେ । ଦି ଗ୍ରେଟ ଇଣ୍ଡିଆନ ଲାଫଟର ଚାଲେଞ୍ଜ କାର୍ଯ୍ୟକ୍ରମ ଜରିଆରେ ସେ ଲୋକପ୍ରିୟତା ପାଇଥିଲେ । ହାସ୍ୟ ଅଭିନେତା ତଥା ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୨୧ ସେପ୍ଟେମ୍ବରରେ ଦେହାନ୍ତ ହୋଇଛି। ରାଜୁ ଶ୍ରୀବାସ୍ତବ ଅଗଷ୍ଟ ୧୦ରେ ଦିଲ୍ଲୀର ଏକ ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ହୃଦଘାତରେ ପୀଡିତ ହୋଇଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କ ଆଶା ଓ ଭରସା ମଧ୍ୟ ଥିଲା ଯେ ରାଜୁ ଶ୍ରୀବାସ୍ତବଙ୍କ ହୋସ୍‌ ଫେରିବ ଓ ପୁଣିଥରେ ସେ ଲୋକଙ୍କୁ ତାଙ୍କ କମେଡି ମାଧ୍ୟମରେ ହସାଇବେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ଆଖିବୁଜିଛନ୍ତି ରାଜୁ ।

ଟିଭି ଇଣ୍ଡଷ୍ଟ୍ରିରେ ଯାଦୁ.....

ରାଜୁ ଶ୍ରୀବାସ୍ତବ ଟିଭିରେ ଅନେକ ପପୁଲାର୍‌ ଶୋ'ରେ ଭାଗ ନେଇଥିଲେ। ସେ ଆରମ୍ଭରୁ ହିନ୍ଦୀ କଥାଚିତ୍ର ଜଗତରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ । କମେଡି ମାଧ୍ୟମରେ ସେ ସବୁବେଳେ ଦର୍ଶକଙ୍କୁ ହସାଉଥିବା ଦେଖିବାକୁ ମିଳିଥିଲା। ବିଗ୍‌ ବସ୍‌, ଶକ୍ତିମାନ୍‌, ଦ ଗ୍ରେଟ ଇଣ୍ଡିଆନ୍‌ ଲାଫ୍ଟର୍‌ ଚ୍ୟାଲେଞ୍ଜ, କମେଡି ସର୍କସ୍‌ ଓ ଦ କପିଲ ଶର୍ମା ଶୋ’ରେ ରାଜୁ ଶ୍ରୀବାସ୍ତବଙ୍କୁ ଦେଖିବାକୁ ମିଳିଥିଲା। ରାଜନିତୀରେ ମଧ୍ୟ ବେଶ ସକ୍ରିୟ ଥିଲେ ରାଜୁ । ୨୦୧୪ ଲୋକସଭା ନିର୍ବାଚନ ସମୟରେ ରାଜୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବରେ କାନପୁରରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରଚାର କରୁଥିଲେ । ମାତ୍ର ୧୧ ମାର୍ଚ୍ଚ ୨୦୧୪ରେ ସ୍ଥାନୀୟ ସମର୍ଥନ ନମିଳିବାରୁ ସେ ସେହି ଟିକେଟ୍ ଫେରସ୍ତ କରିଦେଇଥିଲେ । ଏହା ପରେ ୧୯ ମାର୍ଚ୍ଚ ୨୦୧୪ରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହାସହ ସେ ବାଜିଗର, ମେନେ ପ୍ୟାର କିୟା, ମେଁ ପ୍ରେମ କି ଦିଓ୍ବାନୀ ହୁଁ, quadi, Waah! Tera Kya Kehna ଫିଲ୍ମରେ ମଧ୍ୟ ଦର୍ଶକଙ୍କ ମନ ଜିଣିଥିଲେ ।

ଦୀପେଶ ଭାନ
ଦୀପେଶ ଭାନ

୩. ଦୀପେଶ ଭାନ(Deepesh Bhan)

‘ଭାବିଜୀ ଘର ପର୍‌ ହୈ'ରେ ମଲଖାନ୍‌ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ ଦୀପେଶ ଭାନ । ଜୁଲାଇ ୨୩ ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଦୀପେଶ । ବର୍ତ୍ତମାନ ସୁଦ୍ଧା ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସେ ସକାଳେ ଜିମରୁ ଆସିଥିଲେ । ଏହାପରେ ଘରେ କ୍ରିକେଟ ଖେଳିବା ସମୟରେ ସେ ତଳିପଡିଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ତେବେ ଜିମରେ ଅଧିକା ଓ୍ବାର୍କ ଆଉଟ କରିବା ଦ୍ବାରା ହିଁ ତାଙ୍କର ମୃ୍ତ୍ୟୁ ହୋଇଥିବା କୁହାଯାଉଛି । ରାଜଧାନୀ ଦିଲ୍ଲୀରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଦିପେଶ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଅଭିନୟ ଦକ୍ଷତା ଶିଖିଥିଲେ । ଟିଭି ସୋ ଏଫଆଇଆର ପୂର୍ବରୁ ଦୀପେଶଙ୍କୁ କମେଡି କା କିଙ୍ଗ କୌନ, କମେଡି କ୍ଲବ, ଭୂତୱାଲା ସିରିଏଲ ଚାମ୍ପ ଏବଂ ସୁନ୍ ୟାର ଚିଲ ମାରରେ ଦେଖିବାକୁ ମିଳିଥିଲା ।

ସାଗର ପାଣ୍ଡେ
ସାଗର ପାଣ୍ଡେ

4. ସାଗର ପାଣ୍ଡେ(Sagar Pandey)

ସଲମାନ ଖାନଙ୍କ ଡବି ଡବଲ ବା ଡୁପ୍ଲିକେଟ୍‌ ଭାବେ ଜଣାଶୁଣା ସାଗର ପାଣ୍ଡେଙ୍କ ସେପ୍ଟେମ୍ବର ୩୦ ତାରିଖରେ ମୃତ୍ୟୁ ହୋଇଥିଲା । ସାଗର ଜିମରେ ଟ୍ରେଡମିଲରେ ଦୌଡ଼ୁଥିବା ସମୟରେ ହଠାତ୍ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ସାଗର ପାଣ୍ଡେ ଅନେକ ଚଳଚ୍ଚିତ୍ରରେ ସଲମାନଙ୍କ ପାଇଁ ବଡି ଡବଲର ରୋଲ୍‌ କରିଥିଲେ । ତାଙ୍କୁ ସଲମାନଙ୍କ ହମସକଲ ମଧ୍ୟ କୁହାଯାଉଥିଲା ।

ସାଗର ବି କରିନଥିଲେ ବିବାହ....

ସାଗର ପ୍ରତାପଗଡ ଜିଲ୍ଲା (ଉତ୍ତରପ୍ରଦେଶ)ର ବାସିନ୍ଦା ଥିଲେ । ସାଗର ମଧ୍ୟ ସଲମାନଙ୍କ ପରି ବିବାହ କରିନଥିଲେ । ସାଗର ମଧ୍ୟ ଅଭିନେତା ହେବାକୁ ମୁମ୍ବାଇ ଆସିଥିଲେ । ଯେତେବେଳେ ସେ ଅଭିନୟରେ କୌଣସି ବିଶେଷ କାମ ପାଇଲେ ନାହିଁ, ସେତେବେଳେ ସେ ସଲମାନ ଖାନଙ୍କ ପାଇଁ ବଡି ଡବଲ ହେବାକୁ ସ୍ଥିର କଲେ । ତାଙ୍କର ପାଞ୍ଚ ଭାଇ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ସେ ଅଧିକ ରୋଜଗାର କରୁଥିଲେ ଏବଂ ପରିବାର ପୋଷୁଥିଲେ ।

50 ରୁ ଅଧିକ ଚଳଚ୍ଚିତ୍ରରେ ବଡି ଡବଲ...

ସାଗର ପ୍ରଥମ ଥର ପାଇଁ ସଲମାନଙ୍କ ପାଇଁ ବଡି ଡବଲ କରୁଥିବାବେଳେ ଫିଲ୍ମ 'କୁଛ କୁଛ ହୋତା ହୈ'ରେ ନଜର ଆସିଥିଲେ। ଏହା ପରେ ସେ 'ବଜରଙ୍ଗୀ ଭାଇ ଜାନ', 'ଟ୍ୟୁବଲାଇଟ୍', 'ଦବଙ୍ଗ', 'ଦବଙ୍ଗ ୨', 'ଡବଙ୍ଗ 3' 'ଭଳି ଅନ୍ୟ ଚଳଚ୍ଚିତ୍ର କରିଛନ୍ତି । ଏକ ପୁରୁଣା ସାକ୍ଷାତକାରରେ ସାଗର କହିଥିଲେ ଯେ ସେ 50 ରୁ ଅଧିକ ଚଳଚ୍ଚିତ୍ରରେ ବଡି ଡବଲ ରୋଲ୍‌ କରିସାରିଛନ୍ତି ।

ତେବେ ଗତ ବର୍ଷ ମଧ୍ୟ ଅନେକ ଷ୍ଟାରଙ୍କର ହୃଦଘାତରେ ଜୀବନ ଯାଇଛି । ଯେଉଁମାନେ ଆଜି ବି ଆମ ଗହଣରେ ଜୀବିତ ଅଛନ୍ତି ।

conclusion

କାର୍ଡିଓଲୋଜି ଅଫ ଇଣ୍ଡିଆର ତଥ୍ୟ ଅନୁସାରେ, ଭାରତରେ ପ୍ରତି ମିନିଟରେ ୩୫ରୁ ୫୦ ବର୍ଷ ବୟସର ୪ଜଣ ବ୍ୟକ୍ତି ହୃଦଘାତର ଶିକାର ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.