ETV Bharat / entertainment

ହଲିଉଡ ଆକ୍ସନ ହିରୋ ବ୍ରୁସ ୱିଲ୍ସ ଗୁରୁତର ରୋଗରେ ପୀଡିତ - ହଲିଉଡ ଆକ୍ସନ ଅଭିନେତା ବ୍ରୁସ ୱିଲ୍ସ

ହଲିଉଡ ଆକ୍ସନ ଅଭିନେତା ବ୍ରୁସ ୱିଲ୍ସ ଫ୍ରୋନ୍ଟୋଟେମ୍ପୋରାଲ ଡେମେନ୍ସିଆ ରୋଗରେ ପୀଡିତ ହୋଇଛନ୍ତି । ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ଗୁରୁତର ନଥିବା ପରିବାର ଲୋକଙ୍କ ସୂଚନା ।

hollywood-action-star-bruce
hollywood-action-star-bruce
author img

By

Published : Feb 18, 2023, 11:49 AM IST

ନ୍ୟୁୟର୍କ: ହଲିଉଡ ଆକ୍ସନ ଅଭିନେତା ବ୍ରୁସ ୱିଲ୍ସ ଫ୍ରୋନ୍ଟୋଟେମ୍ପୋରାଲ ଡେମେନ୍ସିଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ଗୁରୁତର ନଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ସୂଚନା ଥାଉକି, ଅସୁସ୍ଥତା କାରଣରୁ ଗତ ବର୍ଷେ ହେବ ଅଭିନୟ ଜଗତରୁ ଦୂରେଇ ରହିଛନ୍ତି ବ୍ରୁସ ୱିଲ୍ସ । ସେ ଡେମେନ୍ସିଆ ରୋଗରେ ପୀଡିତ ଥିବା ନେଇ ପରିବାର ଲୋକ ସୋସିଆଲ ମିଡିଆରେ ଜଣାଇଛନ୍ତି ।

ସୂଚନା ଥାଉକି, ଗତ ବର୍ଷ ମାର୍ଚ୍ଚ ମାସରେ ବ୍ରୁସ ଫ୍ରୋନ୍ଟୋଟେମ୍ପୋରାଲ ଡେମେନ୍ସିଆ ଆକ୍ରାନ୍ତ ହୋଇଥିଲେ । ଫଳରେ ସେ ଫିଲ୍ମ ଦୁନିଆକୁ ଗୁଡ ବାଏ କହିଥିଲେ । ସେ ଏହି ରୋଗରେ ପୀଡିତ ଥିବା ନେଇ ପରିବାର ଲୋକେ ଜାଣିବାକୁ ପାଇଥିଲେ । ଏହା ବହୁତ କଷ୍ଟଦାୟକ ଥିଲା ବୋଲି କହିଥିଲେ ପରିବାର । ଏଥିସହ ସେହି ସମୟ ଆମ ପରିବାର ପାଇଁ ବହୁତ କଠିନ ରହିଥିଲା । ଫଳରେ ଆମ ପୁରା ପରିବାର ସେହି କଠିନ ସମୟକୁ ମିଳିମିଶି ଆଗକୁ ସାମ୍ନା କରୁଛୁ । ଏବଂ ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଜାଣିପାରିଛୁ ଫ୍ୟାନ୍ସ ମାନଙ୍କ ପାଇଁ ମଧ୍ୟ ଏହି ଖବର ଅତ୍ୟନ୍ତ ଦୁଃଖଦାୟକ । ଆପଣମାନଙ୍କ ଭଲପାଇବା, ସହାୟତା ଏଭଳି ଆମ ସହିତ ରହିଥାଉ ବୋଲି କହିଛନ୍ତି ।

ଫ୍ରୋନ୍ଟୋଟେମ୍ପୋରାଲ ଡେମେନ୍ସିଆରେ ଜଣେ ଆକ୍ରାନ୍ତ ହେଲେ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ । କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଏନେଇ ବ୍ରୁସଙ୍କ ପରିବାରଲୋକେ ଆଶା କରୁଛନ୍ତି ଯେ, ଖୁବଶୀଘ୍ର ଏହି ରୋଗ ସମ୍ପର୍କରେ ଲୋକେ ସଚେତନ ହେବେ ।

ବ୍ରୁସ ଆପସିଆ ରୋଗରେ ନିରାକରଣ ପରେ ଅଭିନୟରୁ ଦୂରେଇ ଯାଇଛନ୍ତି ସତ ହେଲେ, 4 ଦଶନ୍ଧିର କ୍ୟାରିୟର ମଧ୍ୟରେ ବ୍ରୁସ ଭେରଡିକ୍ଟ, ବ୍ଲାଇଣ୍ଡ ଡେଟ, ପ୍ଲଫ ପିକ୍ସନ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । 1988ରେ ବ୍ରୁସଙ୍କ ଡାଇ ହାର୍ଡ ଫିଲ୍ମ ମୁକ୍ତିଲାଭ କରିଥିଲା । ଯାହା ତାଙ୍କୁ ଚଳଚ୍ଚିତ୍ରରେ ପାଦ ଦେବାରେ ସାହାଯ୍ୟ କରିଥିଲା। ସେ ଅବସର ନେବା ପୂର୍ବରୁ ୱିଲ୍ସ ଓଟିଟି ଥ୍ରୀଲ୍ସରେ ନଜର ଆସିଥିଲେ ।

ତେବେ ବ୍ରୁସ 1980 ମସିହାରୁ ''ଦା ଭେରଡିକ୍ଟ'' ଫିଲ୍ମରେ ଅଭିନୟ କରି ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପଛକୁ ପଛକୁ ସେ ଗୋଟିଏ ଗୋଟିଏ ହିଟ ଚଳଚ୍ଚିତ୍ର ଦେଇ ଶୀର୍ଷରେ ପହଞ୍ଚିଲେ । ପରେ ସେ ଫ୍ରୋନ୍ଟୋଟେମ୍ପୋରାଲ ଡେମେନ୍ସିଆ ରୋଗରେ ଆକ୍ରାନ୍ତ ହୋଇ ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି । ଯାହାକୁ ନେଇ ତାଙ୍କ ପରିବାର ଓ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.