ETV Bharat / entertainment

Coco Lee: 48 ବର୍ଷ ବୟସରେ ଲୋକପ୍ରିୟ ଗାୟିକା କୋକୋ ଲି'ଙ୍କ ପରଲୋକ

author img

By

Published : Jul 6, 2023, 12:54 PM IST

Updated : Jul 6, 2023, 1:48 PM IST

ହଲିଉଡ ଲୋକପ୍ରିୟ ଗାୟିକା କୋକୋ ଲି ଆତ୍ମହତ୍ୟା ଜନିତ ମୃତ୍ୟୁବରଣ କରିଛନ୍ତି । ଡିପ୍ରେସନ କାରଣରୁ ସୋ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କର ଏଭଳି ଆକସ୍ମିକ ବିୟୋଗରେ ପରିବାର ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଅଧିକ ପଢନ୍ତୁ

ଆରପାରିରେ ହଲିଉଡ ଲୋକପ୍ରିୟ ଗାୟିକା କୋକୋ ଲି
ଆରପାରିରେ ହଲିଉଡ ଲୋକପ୍ରିୟ ଗାୟିକା କୋକୋ ଲି

ହାଇଦ୍ରାବାଦ: ମନୋରଞ୍ଜନ ଜଗତରୁ ଆଉ ଏକ ଦୁଃଖଦ ଖବର ଆସିଛି । ହଲିଉଡ ପ୍ରସିଦ୍ଧ ଗାୟିକା କୋକୋ ଲି'ଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁବରଣ କରିଛନ୍ତି । ଦୀର୍ଘ ସମୟ ଧରି ସେ ଡିପ୍ରେସନ୍‌ରେ ଥିଲେ । ଖବର ଅନୁଯାୟୀ, ସେ ଡିପ୍ରେସନ ହେତୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ, ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେ କୋମାକୁ ଚାଲିଯାଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କୋକୋଙ୍କ ମୃତ୍ୟୁ ଖବର ପରିବାର ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

48 ବର୍ଷ ବୟସରେ କୋକୋ ଲି ଏହି ଦୁନିଆକୁ ବିଦାୟ ନେଇଛନ୍ତି । କୋକୋଙ୍କ ମୃତ୍ୟୁ ନେଇ ତାଙ୍କ ଭଉଣୀ କାରୋଲ ଏବଂ ନାନସୀ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ତାଙ୍କ ଏଭଳି ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମିଡିଆରେ କୋକୋ ଲି'ଙ୍କ ଭଉଣୀ ଏକ ଫଟୋ ସହ ଏକ ହୃଦୟସ୍ପର୍ଶୀ ନୋଟ୍‌ ସେୟାର କରି କୋକି ଲି'ଙ୍କ ମୃତ୍ୟୁ ଖବରର ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି- ଗତ 29 ବର୍ଷ ମଧ୍ୟରେ କୋକୋ ଅନ୍ତର୍ଜାତୀୟ ସ୍ତରରେ ବହୁ ଲୋକପ୍ରିୟତା ହାସଲ କରିଛନ୍ତି । ଏହା ସହିତ ଅନେକ ଲାଇଭ ପରଫରମାନ୍ସ ମଧ୍ୟ ଦେଇଥିଲେ ।

ସେ ଆହୁରି ଲେଖିଛନ୍ତି, ଚୀନର ମୂଳ ବାସିନ୍ଦା କୋକୋ ଲି ହଂକଂରେ ଜଣେ ପ୍ରସିଦ୍ଧ ପପ୍ ଗାୟିକା ଥିଲେ । କେବଳ ଏତିକି ନୁହେଁ, କୋକୋ ଲି' ପ୍ରଥମ ଚୀନର ଗାୟକ ଯିଏକି ଓସ୍କାର ସମାରୋହରେ ପର୍‌ଫର୍ମ କରିବାର ସୁଯୋଗ ପାଇଥିଲେ । ଏହା ବ୍ୟତୀତ ତାଙ୍କୁ ଆହୁରି ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ସୋସିଆଲ ମିଡିଆରେ କହିଛନ୍ତି, "ତାଙ୍କ ପାଇଁ ଆମେ ଗର୍ବି ଅନୁଭବ କରୁଛୁ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।" ତେବେ କୋକୋ ଲି'ଙ୍କ ଭଉଣୀମାନଙ୍କର ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏବଂ ଏହି ପ୍ରସିଦ୍ଧ ଗାୟିକାଙ୍କୁ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: କୋରିଆନ ଅଭିନେତ୍ରୀ ପାର୍କ ସୋ ରିୟୁନଙ୍କ ଦେହାନ୍ତ, ଅଙ୍ଗଦାନ କରିବେ ପରିବାର ଲୋକେ

କୋକୋ ଲି' ମୁଖ୍ୟତଃ ହଂକଂରେ ରହୁଥିଲେ, କିନ୍ତୁ ପରେ ସେ ସାନ ଫ୍ରାନ୍ସିସ୍କୋକୁ ସ୍ଥାନାନ୍ତରିତ ହୋଇଥିଲେ । ଯେତେବେଳେ ସେ ହାଇସ୍କୁଲରେ ପାଠପଢା ପରେ ଜନ୍ମଦିନରେ ହଂକଂ ଯାଇଥିଲେ, ସେତେବେଳେ ସେ ଏକ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ପ୍ରଥମ ପୁରସ୍କାର ଜିତିଥିଲେ । ଏଠାରୁ ହିଁ ତାଙ୍କ କ୍ୟାରିଅର୍ ଆରମ୍ଭ ହୋଇଥିଲା । ଏହାପରେ ସେ ଆଉ ପଛକୁ ଚାହିଁଲେ ନାହିଁ । କୋକୋ ଲି' 30 ବର୍ଷ ଧରି ଲୋକଙ୍କୁ ମନୋରଞ୍ଜନ କରି ଆସୁଥିଲେ । ତାଙ୍କର ପ୍ରତ୍ୟେକ ଶୋ' ହିଟ୍ ରହୁଥିଲା ।

Last Updated : Jul 6, 2023, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.