ETV Bharat / elections

ହାଇଟେକ୍‌ ବସରେ ହାଇଭୋଲଟେଜ୍‌ ପ୍ରଚାର, ନବୀନଙ୍କ ରୋଡ୍‌ ସୋ'ରେ ସମର୍ଥକଙ୍କ ଭିଡ - rally

ଏଥର ହାଇଟେକ ବସରେ ହାଇଟେକ ପ୍ରଚାର। ହାଇଭୋଲଟେଜ୍‌ ନିର୍ବାଚନରେ ଗାଁରୁ ସହରର ମାରାଥନ ପ୍ରଚାର ଆରମ୍ଭ କରିବା ସହ ହାଇଟେକ ଶୀତ ତାପନିୟନ୍ତ୍ରିତ ବସରେ ରୋଡ ସୋ' କରିବାରେ ବ୍ୟସ୍ତ ରହିଛନ୍ତି ନବୀନ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Apr 4, 2019, 2:33 PM IST

Updated : Apr 4, 2019, 3:07 PM IST

ବ୍ରହ୍ମପୁର: ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସବୁଜ ଗଡର ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥର ହାଇଟେକ ବସରେ ହାଇଟେକ ପ୍ରଚାର । ହାଇଭୋଲଟେଜ୍‌ ନିର୍ବାଚନରେ ଗାଁରୁ ସହରର ମାରାଥନ ପ୍ରଚାର ଆରମ୍ଭ କରିବା ସହ ହାଇଟେକ ଶୀତ ତାପନିୟନ୍ତ୍ରିତ ବସରେ ରୋଡ ସୋ' କରିବାରେ ବ୍ୟସ୍ତ ରହିଛନ୍ତି ନବୀନ । ଲୋକଙ୍କ ସହ ସିଧାସଳଖ ଯୋଡି ହେବା ପାଇଁ ଏଥର ହେଲିକ୍ୟାପ୍ଟର ନୁହେଁ ହାଇଟେକ ବସ୍‌କୁ ଗମନାଗମନ ଅସ୍ତ୍ର ଭାବରେ ବ୍ୟବହାର କରିବା ଫଳଫ୍ରଦ ସାବ୍ୟସ୍ତ ହୋଇଛି । ଗଞ୍ଜାମରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବେଳେ ହାଇଟେକ ବସରେ ନିଜ ପ୍ରିୟ ନେତାଙ୍କୁ ଦେଖିବା ପାଇଁ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା ।

ଗଞ୍ଜାମରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବେଳେ ସହର ଉପକଣ୍ଠ କନିଷି ଠାରୁ ଆରମ୍ଭ ହୋଇଥିଲା ହାଇଟେକ ପ୍ରଚାର ପାଇଁ ରୋଡ ସୋ' । ଆଉ ଏହି ରୋଡ ସୋ ସମୟରେ ପ୍ରଥମଥର ପାଇଁ ନବୀନ ପ୍ରଚାର ପାଇଁ ବ୍ୟବହାର କରିଥିବା ସ୍ୱତନ୍ତ୍ର ବସ ଉପରେ ରହିଥିଲା ସାଧାରଣ ଜନତାଙ୍କ ନଜର। ବ୍ରହ୍ମପୁର ସହରରେ ଆୟୋଜିତ ହୋଇଥିବା ଏହି ରୋଡସୋ' ଗୋଷାଣିନୂଆଗାଁ ଅଞ୍ଚଳରୁ ଆରମ୍ଭ ହୋଇଥିବା ବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନୀ ପ୍ରଚାରରେ ଦେଖିବା ପାଇଁ କର୍ମୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର ହଜାରହଜାର ଜନତାଙ୍କ ଭିଡ ଜମି ରହିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଦୀର୍ଘ ସମୟ ଧରି ଭିଡ ଭିତରେ ଅପେକ୍ଷା କରି ରହୁଥିଲେ ନବୀନଙ୍କୁ ସ୍ୱତନ୍ତ୍ର ବସ୍‌କୁ ଦେଖିବା ପାଇଁ। ଏହି ପ୍ରଚାରରେ ଗଞ୍ଜାମ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ସାମିଲ ହୋଇଥିଲୋ ବିଭିନ୍ନ ଛକ ଓ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ବସ୍ ଅଟକୁଥିଲା । ସେଠାରେ ନବୀନ ଓଡ଼ିଆରେ ଭାଷଣ ଦେଉଥିଲୋ । ନବୀନ ବସ୍ ଭିତରୁ ବାହାରକୁ ଆସୁ ନଥିଲୋ । ବସରେ ଲାଗିଥିବା ହୋଇଡ୍ରୋଲିକ୍ ମେସିନ ସହାୟତାରେ ନବୀନ ବସର ଛାତ ଉପରକୁ ବାହାରି ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲୋ । ଏହା ସହ ବସ ଭିତରେ ଥିବା ସିଟ୍‌ରେ ବସି ଉପସ୍ଥିତ କର୍ମୀ, ନେତା ଓ ଜନତାଙ୍କୁ ହାତ ହଲାଇ ପୁଣି ନିର୍ବାଚନ ପ୍ରଚାର କରୁଥିବା ଦେଖାଯାଇଥିଲା। ବସ୍‌ ଉପରୁ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ନବୀନ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 4, 2019, 3:07 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.