ETV Bharat / elections

ସରିଲା ନିର୍ବାଚନ, ଷ୍ଟ୍ରଙ୍ଗ୍ ରୁମରେ ଜମା ହେଲା ଇଭିଏମ୍

ସରିଲା ଗଞ୍ଜାମ ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଗୁରୁବାର ଏଠାରେ ପାଞ୍ଚଟି ନିର୍ବାଚନ ମଣ୍ଡଳୀରେ ମତଦାନ ଶେଷ ହୋଇଛି । ଇଭିଏମ୍ ନେଇ ଷ୍ଟ୍ରଙ୍ଗ୍ ରୁମରେ ଜମା କରିଛନ୍ତି ପୁଲିଙ୍ଗ୍ ଅଧିକାରୀ ।

author img

By

Published : Apr 11, 2019, 11:46 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ବ୍ରହ୍ମପୁର

ବ୍ରହ୍ମପୁର: ସରିଲା ଗଞ୍ଜାମ ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଗୁରୁବାର ଏଠାରେ ପାଞ୍ଚଟି ନିର୍ବାଚନ ମଣ୍ଡଳୀରେ ମତଦାନ ଶେଷ ହୋଇଛି । ତେବେ ମତଦାନ ଶେଷ ପରେ ଇଭିଏମ୍ ନେଇ ଷ୍ଟ୍ରଙ୍ଗ୍ ରୁମରେ ଜମା କରିଛନ୍ତି ପୁଲିଙ୍ଗ୍ ଅଧିକାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ,ଗୋପାଳପୁର ,ଦିଗପହଣ୍ଡି ଓ ଚିକିଟି ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥରେ ମତଦାନ ଗୁରୁବାର ଶେଷ ହୋଇଛି । ଏହାପରେ ଇଭିଏମ୍, ଭିଭିପାର୍ଟ ମେସିନ ସହ ସମସ୍ତ କାଗଜପତ୍ରକୁ ବ୍ରହ୍ମପୁର ସହରର ସରକାରୀ ଆଇ.ଟି.ଆଇ କଲେଜ ସହ ମହିଳା ପଲିଟେକନିକରେ ରହିଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ନିକଟରେ ଦାଖଲ କରାଯାଇଛି ।

ତେବେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ସମସ୍ତ ବୁଥର ପୁଲିଙ୍ଗ୍ ଅଧିକାରୀମାନେ ବ୍ରହ୍ମପୁର ଏବଂ ଛତ୍ରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଇଭିଏମ୍ କୁ ଛତ୍ରପୁର ଅନସ୍ଲୋ ଶିକ୍ଷାନୁଷ୍ଠାନ ପରିସରରେ ରହିଥିବା ଷ୍ଟ୍ରଙ୍ଗ୍ ରୁମରେ ଦାଖଲ କରିଥିଲେ । ତେବେ କିଭଳି ଚାଲିଛି ବ୍ରହ୍ମପୁରରେ ଇଭିଏମ୍ ଦାଖଲ କାର୍ଯ୍ୟ ସେ ନେଇ ଭୋଟଦାନ କେନ୍ଦ୍ରରୁ ଫେରିଥିବା ପୁଲିଙ୍ଗ୍ ପାର୍ଟି ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁରର ସମ୍ବାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

ଭୋଟିଂ ବେଳେ ଫୁଟିଲା ଗୁଳି

ଲକ୍ଷ୍ନୌ: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ ପର୍ଯ୍ୟାୟ ମତଦାନରେ ସାମିଲ ହୋଇଛି ଦେଶ । ପ୍ରାୟତଃ ଦେଶରେ ସୁରୁଖୁରୁରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଅଶାନ୍ତ ହୋଇଛି ଆନ୍ଧ୍ର ପ୍ରଦେଶ । ସେପଟେ ଉତ୍ତର ପ୍ରଦେଶରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଭୋଟ ଗ୍ରହଣ କେନ୍ଦ୍ରରେ ଫୁଟିଛି ଗୁଳି । ଆଉ ତାହା ପୁଣି ସୁରକ୍ଷାକର୍ମୀଙ୍କୁ ଫାଙ୍କା ଗୁଳି ଚାଳନା କରିବାକୁ ପଡିଛି । 

ଶାମଲି ପୋଲିଂବୁଥରେ ନିର୍ବାଚନୀ ଡ୍ୟୁଟିରେ ଥିବା ବିଏସଏଫ ଯବାନଙ୍କୁ ଗୁଳିମାଡ କରିବାକୁ ପଡିଛି । ବିନା ଭୋଟର ପରିଚୟ ପତ୍ରରେ ଏଠାରେ ମତଦାନ କରିବାକୁ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକେ । ଦାୟିତ୍ବରେ ଥିବା ପୋଲିଂ କର୍ମଚାରୀ ସେମାନଙ୍କୁ ଏଥିପାଇଁ ବାରଣ କରିବା ସତ୍ତ୍ବେ ବି ମାନି ନଥିଲେ ଉକ୍ତ ଲୋକେ । ପରିସ୍ଥିତି ଅଣାୟତ୍ତ ହେବାରୁ ବାଧ୍ୟ ହୋଇ ବିଏସଏଫ ଯବାନ ଫାଙ୍କା ଗୁଳି ଚଳାଇଥିବା କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ । 

ଏହି ଘଟଣା ପରେ ସେଠାରେ ମତଦାନକୁ ସ୍ଥଗିତ ରଖାଯାଇଛି ।  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.