ETV Bharat / elections

ବସ୍ତା ବିଜେପିକୁ ଝଟକା, ଦଳ ଛାଡିଲେ ଶ୍ୟାମାପ୍ରସାଦ ବେହେରା - basta

ବସ୍ତାରୁ ବିଜେପି ଟିକେଟ ନପାଇ ଦଳରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ୟାମା ପ୍ରସାଦ ବେହେରା। ତାଙ୍କ ସହ ଦଳର ଅନ୍ୟ ନେତୃବୃନ୍ଦ ମଧ୍ୟ ବିଜେପି ଛାଡିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 5, 2019, 11:29 AM IST

ବାଲେଶ୍ୱର: ଟିକେଟ ଆବଣ୍ଟନକୁ ନେଇ ପ୍ରତ୍ୟେକ ଦଳରେ ଲାଗିରହିଛି ଦ୍ବନ୍ଦ୍ବ। ଟିକେଟ ପାଇଁ କିଏ ଖୁସି ମନାଉଛି ତ କିଏ ଟିକେଟ ନ ପାଇ ଅନ୍ୟ ଦଳକୁ ଡେଉଁଛି । ରାଜ୍ୟର ତିନି ପ୍ରମୁଖ ଦଳରେ ଏପରି ଦେଖିବାକୁ ମିଳୁଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ଟିକେଟ ନପାଇ ନିଜ ଅସନ୍ତୋଷ ଜାହିର କରିବା ସହ ଦଳ ଛାଡୁଥିବା ନେତାଙ୍କ ମଧ୍ୟରେ ଯୋଡି ହୋଇଛନ୍ତି ଆଉ ଜଣେ ନେତା। ବସ୍ତାରୁ ବିଜେପି ଟିକେଟ ନପାଇ ଦଳରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ୟାମା ପ୍ରସାଦ ବେହେରା। ତାଙ୍କ ସହ ଦଳର ଅନ୍ୟ ନେତୃବୃନ୍ଦ ମଧ୍ୟ ବିଜେପି ଛାଡିଛନ୍ତି ।

ବିଜେପି ଛାଡିବା ନେଇ ଗୁରୁବାର ଶ୍ୟାମାପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ଏହା ସହ ସେ ଦଳ ଉପରେ ବିଷୋଦ୍‌ଗାର କରିଛନ୍ତି । ବିଜେପି ଦଳରେ ଆଉ ନୀତି ଆଦର୍ଶ କିଛି ନାହିଁ ବୋଲି କହିବା ସହ ଦୀର୍ଘବର୍ଷ ଧରି ଜଣେ ନିଷ୍ଠାପର କର୍ମୀ ଭାବେ ବିଜେପିରେ କାମ କରିବା ପରେ ମଧ୍ୟ ଦଳ ତାଙ୍କୁ ଅଣଦେଖା କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଯୋଗ୍ୟ ବୋଲି କହିବାକୁ ମଧ୍ୟ ସେ ପଛାଇ ନାହାଁନ୍ତି । ଏମିତିକି ବିଜେପି ଟିକେଟ ବିକ୍ରି କରୁଛି ବୋଲି ଶ୍ୟାମାପ୍ରସାଦ ଅଭିଯୋଗ କରିଛନ୍ତି ।

ଦୀର୍ଘଦିନରୁ ଟିକେଟ ଆଶାୟୀ ଥିବା ଶ୍ୟାମାପ୍ରସାଦଙ୍କୁ ଦଳ ନିରାଶ କରି ବିଜେଡିରୁ ଆସିଥିବା ରଘୁନାଥ ମହାନ୍ତିଙ୍କୁ ବସ୍ତା ପାଇଁ ଟିକେଟ ଦେଇଛି । ସୂଚନା ଥାଉକି, ୨ ତାରିଖରେ ଶ୍ୟାମାପ୍ରସାଦ ୨ ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.