ETV Bharat / elections

କଟକରେ ଜମୁଛି ପ୍ରଚାର, ଶାହଙ୍କ ପରେ ରାଜନାଥ ମାଗିଲେ ଭୋଟ

author img

By

Published : Apr 19, 2019, 9:11 PM IST

Updated : Apr 19, 2019, 9:31 PM IST

ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ । ତେଣୁ ଶୁକ୍ରବାର କଟକ ସଦର ନିର୍ବାଚନୀ ମଣ୍ଡଳୀରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ

କଟକ: ଆସନ୍ତା ୨୩ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ମତଦାନ ଯେତିକି ପାଖେଇ ଆସୁଛି, ସେହି ଅନୁସାରେ ହେବିୱେଟ୍‌ ନେତାଙ୍କ ପ୍ରଚାର ଓଡିଶାରେ ଜୋର ଧରିବାରେ ଲାଗିଛି । ତେଣୁ ଶୁକ୍ରବାର କଟକ ସଦର ନିର୍ବାଚନୀ ମଣ୍ଡଳୀରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ । ଚିନ୍ତାମଣୀ ବିଦ୍ୟାପୀଠ ସ୍କୁଲ ପଡିଆରେ ଆୟୋଜିତ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ କେନ୍ଦ୍ରର ବିଭିନ୍ନ ଯୋଜନା ଉପରେ ବିସ୍ତୃତ ଆଲୋକପାତ କରିଥିଲେ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କଟକ

ଆୟୁଷ୍ମାନ ଯୋଜନା ଠାରୁ ଆରମ୍ଭ କରି ପିଏମ କିଷାନ ଯୋଜନା, ପିଏମ ଆୱାସ ଯୋଜନା, ଉଜ୍ଜଳା ଯୋଜନା ଆଦି ଉପରେ ଆଲୋକପାତ କରିଛନ୍ତି ରାଜନାଥ ସିଂ । ରାଜ୍ୟରେ ବିଜେପି ସରକାର ଆସିଲେ ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବ। ଯାହାକି ୫ ବର୍ଷ ମଧ୍ୟରେ ଚାଷୀମାନେ ବିନା ସୁଧରେ ସୁଝି ପାରିବେ। ସେହିପରି ରାଜ୍ୟ ସରକାରଙ୍କ ସହଯୋଗ ମିଲୁନଥିବାରୁ ସୁଫଳ ଓଡିଶା ଲୋକ ପାଇ ପାରୁନଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ ।

ଏଥିସହ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାର ଆଲୋକପାତ କରିବା ସହିତ ଘଟଣାର କିଛି ଦିନ ଭିତରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରାଯାଇଥିବା ନେଇ କହିଥିଲେ ରାଜନାଥ ସିଂ । ତେଣୁ କଟକ ଲୋକସଭା ଓ କଟକ ସଦର ବିଧାନସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ଦିଲ୍ଲୀପ ମଲ୍ଲିକଙ୍କୁ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ ରାଜନାଥ ସିଂ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

blank

Conclusion:
Last Updated : Apr 19, 2019, 9:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.