ETV Bharat / elections

ଖରାକୁ ନାହିଁ ଖାତିର, ଚାନ୍ଦବାଲିରେ ରାଜନାଥଙ୍କ ହାଇଭୋଲଟେଜ ପ୍ରଚାର

ଗୁରୁବାର ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଆଜି ପ୍ରଚାର କରିଛନ୍ତି । ପ୍ରଥମେ ସେ ଚାନ୍ଦବାଲିଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ଏଥିସହ ଏହି ସମାବେଶରେ ବିଜେପିକୁ ଭୋଟ ଦେବା ପାଇଁ ସେ ଭୋଟରଙ୍କୁ ନିବେଦନ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Apr 25, 2019, 5:55 PM IST

ଭଦ୍ରକ: ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ । ଗୁରୁବାର ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଆଜି ପ୍ରଚାର କରିଛନ୍ତି । ପ୍ରଥମେ ସେ ଚାନ୍ଦବାଲିଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ଏଥିସହ ଏହି ସମାବେଶରେ ବିଜେପିକୁ ଭୋଟ ଦେବା ପାଇଁ ସେ ଭୋଟରଙ୍କୁ ନିବେଦନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏହାଛଡା ଚଳିତଥର ବିଜେପିର ହାତମୁଠାକୁ ଟାଣ କରିବା ପାଇଁ ବିଜେପି ପ୍ରାର୍ଥୀମାନଙ୍କୁ ଭୋଟ ଦେବାକୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ନିବେଦନ କରିଥିଲେ । ବିଜେପି ରାଜ୍ୟ ତଥା କେନ୍ଦ୍ରରେ କ୍ଷମତାସୀନ ହେଲେ ରାଜ୍ୟ ତଥା ରାଷ୍ଟ୍ରର ବିକାଶ ହେବ ବୋଲି ଭୋଟର ମାନଙ୍କୁ ପ୍ରତିଶୃତି ଦେଇଥିଲେ । ଏଥିସହ ଚଳିତ ନିର୍ବାଚନ ରେ ବିଜେପି ବିଜୟ ମୁକୁଟ ପିନ୍ଧିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହି ସମାବେଶର ରାଜନାଥଙ୍କ ଗସ୍ତକୁ ନେଇ ଦଳୀୟ ପ୍ରାର୍ଥୀ ଏବଂ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରବଳ ରୌଦ୍ରତାପ ସତ୍ତ୍ୱେ ବହୁ ସଂଖ୍ୟାରେ ବିଜେପି ସମର୍ଥକ ଏହି ସମାବେଶରେ ଉପସ୍ଥିତ ଥିଲେ । ଏଥିସହ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବିଷ୍ଣୁ ସେଠୀ, ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ସମେତ ବହୁ ନେତା ଏବଂ କର୍ମୀମାନେ ଏଠାରେ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.