ETV Bharat / elections

'ଦିବ୍ୟାଙ୍ଗଙ୍କ ମତଦାନ, ଗଣତନ୍ତ୍ରର ସମ୍ମାନ'

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ମତଦାତାଙ୍କ ସ୍ବତନ୍ତ୍ର ମାର୍ଗଦର୍ଶନ ପାଇଁ ଦୁଇଟି ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଦିବ୍ୟାଙ୍ଗ ମତଦାତାଙ୍କୁ ନଅ ଗୋଟି ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଏହି ଦୁଇଟି ସଚେତନତା ରଥ ଜିଲ୍ଲା ପରିଭ୍ରମଣ କରିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Apr 11, 2019, 10:14 PM IST

କେନ୍ଦ୍ରାପଡା: ଦିବ୍ୟାଙ୍ଗଙ୍କ ପାଇଁ ଗଡିଲା ସଚେତନତା ରଥ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ମତଦାତାମାନଙ୍କ ସ୍ବତନ୍ତ୍ର ମାର୍ଗଦର୍ଶନ ପାଇଁ ଦୁଇଟି ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ତେବେ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଦିବ୍ୟାଙ୍ଗ ମତଦାତାଙ୍କୁ ନଅ ଗୋଟି ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଏହି ଦୁଇଟି ସଚେତନତା ରଥ ଜିଲ୍ଲା ପରିଭ୍ରମଣ କରିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

ତେବେ ଏହି ନଅ ଗୋଟି ସୁବିଧା ସୁଯୋଗ ମଧ୍ୟରେ ପ୍ରଥମେ ରହିଛି ଦିବ୍ୟାଙ୍ଗଙ୍କୁ ମତଦାନର ଅଧିକାର ବିଷୟରେ ସଚେତନ କରିବା । ଏଥିସହ ଦୃଷ୍ଟି, ଚଳନ ବାଧିତ ଓ ମାନସିକ ଦିବ୍ୟାଙ୍ଗ ମତଦାତାଙ୍କୁ ସ୍ୱତନ୍ତ୍ର ଗାଡି ଯୋଗେ ବୁଥରେ ପହଞ୍ଚାଇବା ।

ତେବେ ଏହି ନଅ ଗୋଟି ସୁବିଧା ମଧ୍ୟରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଖସଡ଼ା ରାମ୍ପ ସହିତ ହ୍ୱିଲ୍ ଚେୟାରର ବ୍ୟବସ୍ଥା, ତତକ୍ଷାଣତ ମତଦାନର ସୁବିଧା, ପ୍ରତ୍ୟେକ କେନ୍ଦ୍ରରେ ସ୍ବେଚ୍ଛାସେବୀ ନିୟୋଜନ, ବ୍ରେଲି ନିର୍ମିତ ବାଲଟ ପେପର ଦ୍ୱାରା ତାଲିମ ପ୍ରଦାନ ବ୍ୟବସ୍ଥା, ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବିଶ୍ରାମସ୍ଥଳୀ ଓ ପାନୀୟ ଜଳ ବ୍ୟବସ୍ଥା ଭଳି ସୁବିଧା ସୁଯୋଗ ରହିଛି ।

ତେବେ ଦିବ୍ୟାଙ୍ଗଙ୍କୁ ଆସନ୍ତା ୨୯ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ହେବାକୁ ଥିବା ମତଦାନରେ ସହାୟକ କରିବାର ପ୍ରଚାର ଉଦ୍ଦେଶ୍ୟ ନେଇ ଏହି ସଚେତନତା ରଥ ବୁଲିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, କେନ୍ଦ୍ରାପଡ଼ା ଜିଲ୍ଲାଙ୍କ ସୌଜନ୍ୟତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦାଶରଥି ଶତପଥି ଏହି ରଥ ଦୁଇଟିକୁ ଉଦଘାଟନ କରିଥିଲେ। ଏହି ସଚେତନତା ରଥ ଉଦଘାଟନ କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

ଭୋଟିଂ ବେଳେ ଫୁଟିଲା ଗୁଳି

ଲକ୍ଷ୍ନୌ: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ ପର୍ଯ୍ୟାୟ ମତଦାନରେ ସାମିଲ ହୋଇଛି ଦେଶ । ପ୍ରାୟତଃ ଦେଶରେ ସୁରୁଖୁରୁରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଅଶାନ୍ତ ହୋଇଛି ଆନ୍ଧ୍ର ପ୍ରଦେଶ । ସେପଟେ ଉତ୍ତର ପ୍ରଦେଶରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଭୋଟ ଗ୍ରହଣ କେନ୍ଦ୍ରରେ ଫୁଟିଛି ଗୁଳି । ଆଉ ତାହା ପୁଣି ସୁରକ୍ଷାକର୍ମୀଙ୍କୁ ଫାଙ୍କା ଗୁଳି ଚାଳନା କରିବାକୁ ପଡିଛି । 

ଶାମଲି ପୋଲିଂବୁଥରେ ନିର୍ବାଚନୀ ଡ୍ୟୁଟିରେ ଥିବା ବିଏସଏଫ ଯବାନଙ୍କୁ ଗୁଳିମାଡ କରିବାକୁ ପଡିଛି । ବିନା ଭୋଟର ପରିଚୟ ପତ୍ରରେ ଏଠାରେ ମତଦାନ କରିବାକୁ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକେ । ଦାୟିତ୍ବରେ ଥିବା ପୋଲିଂ କର୍ମଚାରୀ ସେମାନଙ୍କୁ ଏଥିପାଇଁ ବାରଣ କରିବା ସତ୍ତ୍ବେ ବି ମାନି ନଥିଲେ ଉକ୍ତ ଲୋକେ । ପରିସ୍ଥିତି ଅଣାୟତ୍ତ ହେବାରୁ ବାଧ୍ୟ ହୋଇ ବିଏସଏଫ ଯବାନ ଫାଙ୍କା ଗୁଳି ଚଳାଇଥିବା କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ । 

ଏହି ଘଟଣା ପରେ ସେଠାରେ ମତଦାନକୁ ସ୍ଥଗିତ ରଖାଯାଇଛି ।  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.