ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ତୁମ୍ବି ତୋଫାନ। ଯୋଗ୍ୟ ମହିଳାଙ୍କୁ ଟିକେଟ ନ ଦେବା ରାଜ୍ୟ କଂଗ୍ରେସକୁ ପଡିଛି ମହଙ୍ଗା । ଆଜି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅତି ନିକୃଷ୍ଟ ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମହିଳାଙ୍କୁ ଟିକେଟ ନଦେଇ ପିସିସି ସଭାପତି ଏକ ମସ୍ତବଡ ଭୁଲ କରିଛନ୍ତି, ମହିଳାଙ୍କ ଲୁହରେ ଭାସିଯିବେ ନିରଞ୍ଜନ ପଟ୍ଟନାୟକ। ଏହା ସହ ମନଇଚ୍ଛା ବର୍ଷି କହିଛନ୍ତି ଯେ ମୁଁ କଂଗ୍ରେସର ରହି କଂଗ୍ରେସ ପାଇଁ କାମ କରିବି। ସେପଟେ ସୁମିତ୍ରାଙ୍କ ଜବାବର ଉତ୍ତର ରଖିଛନ୍ତି ଓଡିଶା ମହିଳା ମୋର୍ଚ୍ଚା ପ୍ରଭାରୀର ସନ୍ଧ୍ୟା ସାହୁଲେଖା ।
ରାଜ୍ୟରେ ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଚାଲୁ ନାହିଁ ଏଠି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅଙ୍କ କଂଗ୍ରେସର ଚାଲିଛି। କାରଣ ରାହୁଲଙ୍କ ଦ୍ବାରା ପରିଚାଳିତ କଂଗ୍ରେସରେ ମହିଳାଙ୍କୁ ସମ୍ମାନ ଦିଆଯାଏ। ଏଠି ମହିଳାଙ୍କୁ ଅସମ୍ମାନ କରାଯାଉଛି। ଦଳରେ ସେ ଓ ତାଙ୍କ ପୁଅ ଶକୁନି ଭୂମିକା ନିଭାଉଥିବା ବେଳେ ପୁରୁଣା କ୍ଷତକୁ ଭୁଲିନଥିବା ନିରଞ୍ଜନ ଏବେ ବଦଲା ନେଉଛନ୍ତି ବୋଲି ସୁମିତ୍ରା ସାଂଘାତିକ ଅଭିଯୋଗ କରିଛନ୍ତି ।
ଏଥିସହ ସେ ଆହୁରି ମଧ୍ୟ କହିଥିଲେ ପିସିସି ସଭାପତି ଓ ତାଙ୍କ ପୁଅ ବ୍ୟବସାୟିକ ଡିଲ କରିଛନ୍ତି। ମଦ ଦୋକାନୀ, ଖଣି ବ୍ୟବସାୟୀଙ୍କୁ ଖୋଦ ଟିକେଟ ଦେଇଛନ୍ତି । ଆମେ ଯୋଗ୍ୟ ମହିଳା ଦେଇଥିଲୁ, ସେମାନଙ୍କୁ ଟିକଟ ଦେଇନାହାନ୍ତି ପିସିସି ମୁଖିଆ। ମୁଁ କଂଗ୍ରେସ ସପକ୍ଷରେ କହୁଛି। କଂଗ୍ରେସ ଏକ ରାଷ୍ଟ୍ରୀୟ ଦଳ। ମୁଁ ପ୍ରକୃତ କଥା କହୁଛି ବର୍ତ୍ତମାନ ପଇସା ଓ ତାକତ ଲଢେଇ ଚାଲୁଛି ବୋଲି କହିଛନ୍ତି ସୁମିତ୍ରା । ଦଳ ଭିତରେ ରହି ଜବାବ ଦେବୁ ।
ତେବେ ଏନେଇ ସେ ପ୍ରଭାରୀଙ୍କ ଆଲୋଚନା କରିଥିବା ବେଳେ କୈଫତ ମାଗୁଛନ୍ତି ସୁମିତ୍ରା । ସେପଟେ ସୁମିତ୍ରାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ସନ୍ଧ୍ୟା । ତାଙ୍କୁ ନ୍ୟାୟ ଦେବେ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ