ETV Bharat / elections

ବରଗଡ଼ ରାଜନୀତି: ପ୍ରଚାର ମୈଦାନରେ ଭୋଟ ମାଗୁଛନ୍ତି ଧର୍ମେନ୍ଦ୍ର-ନବୀନ

ବରଗଡରେ ଜୋରଦାର ଚାଲିଛି ପ୍ରଚାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡକୁ ଦଖଲ କରିବା ଓ ଭୋଟରଙ୍କୁ କଣ୍ଟ୍ରୋଲ କରିବା ପାଇଁ କସରତ କରିଛନ୍ତି। ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡରେ ଏବେ ହେଭିୱେଟଙ୍କ ଗହଳି।

author img

By

Published : Apr 16, 2019, 9:21 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: କିଏ ଜିତିବ ଗଡ। ବରଗଡରେ କିଏ ମାରିବ ବାଜି। ସେନେଇ ଚର୍ଚ୍ଚାରେ ବରଗଡ ରାଜନୀତି। ଏନେଇ ବରଗଡରେ ଜୋରଦାର ଚାଲିଛି ପ୍ରଚାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡକୁ ଦଖଲ କରିବା ଓ ଭୋଟରଙ୍କୁ କଣ୍ଟ୍ରୋଲ କରିବା ପାଇଁ କସରତ କରିଛନ୍ତି । ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡରେ ଏବେ ହେଭିୱେଟଙ୍କ ଗହଳି।

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦୁଇ ଦିନ ବାକି । ଏପରିସ୍ଥଳେ ଅତାବିରା ନିର୍ବାଚନ ମଣ୍ଡଳୀରେ ହେଭି ୱେଟ ନେତାଙ୍କ କୃଷି ଓ କୃଷକଙ୍କୁ ନେଇ ରାଜନୀତି ଦେଖିବାକୁ ମିଳିଥିଲା | ଗୋଟେ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଡେନ ବ୍ଲକର ବାନୀପାଳି ଠାରେ ଐତିହାସିକ କାଳିଆ ଯୋଜନାକୁ ବିଜେପି ବନ୍ଦ କରିଦେଇଥିବା କଥା କହିଛନ୍ତି । ଫଳସ୍ବରୁପ ଚାଷୀ କଳିଆ ଯୋଜନାର ଲାଭ ଉଠାଇପାରିନଥିବା କହି ବିଜେପିକୁ ଘେରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଏହାସହ ଅତାବିରା ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନର ଏମ୍ଏସ୍ ପି ବୃଦ୍ଧି ନ ହେବାକୁ ନେଇ କେନ୍ଦ୍ର ସରକାରକୁ ଦୋଷାରୋପ କରିଛନ୍ତି । ନବୀନ ଚାଷୀ ଓ ଜନସାଧାରଣଙ୍କୁ ବିଧାନସଭା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଏବଂ ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଛନ୍ତି |

ଅନ୍ୟପଟେ ଏହି ବିଧାନସଭାର ଲଚିଦା ପଡିଆଠାରେ ବିଜେପି ଦଳର କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ ଚାଷୀଙ୍କ ପାଇଁ ମୋଦି ସରକାର ପ୍ରଧାନ ମନ୍ତ୍ରୀ ଫସଲ ଯୋଜନା ପାଇଁ ଚାଷୀଙ୍କ ତାଲିକା ମାଗିଥିଲେ ହେଲେ ନବୀନ ବାବୁ ତାହା ପଠାଇଲେ ନାହି ଫଳରେ ଏଠାକାର ଚାଷୀ ଠିକ ସମୟରେ ଫସଲ ବୀମା ପାଇପାରିଲେ ନାହିଁ ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ,

ଏହାସହ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନୀ ସଭାରେ ଲୋକଙ୍କୁ କହିଥିଲେ ଯେ ବିଜେପି ସରକାରକୁ ଆସିଲେ ନାରୀମାନଙ୍କୁ କରାଯାଉଥିବା ଅତ୍ୟାଚାରୀ ମାନଙ୍କୁ ଫାଶୀ ଦଣ୍ଡ ବିଧାନ ନିୟମ ଆଣିବ, + 2 ପାସ କରିଥିବା ଝିଅ ମାନଙ୍କୁ ସ୍କୁଟି ଦିଆଯିବ , ଗ୍ରେଜୁଏସନ କରିଥିବା ଝିଅ ମାନଙ୍କୁ 50,000 ଟଙ୍କାର ବ୍ୟବସ୍ଥା ଓଡିଶାରେ ମଧ୍ୟ କରିବ କଥା କହିଛନ୍ତି । ତତ୍‌ସହିତ ବିନା ସୁଧରେ ସମସ୍ତ ଚାଷୀଙ୍କୁ ଋଣ , ଏସଏଚଜି ମହିଳାଙ୍କ ଋଣ ଛାଡ , ବରଗଡରେ ମେଡିକାଲ କଲେଜ ଓ କ୍ୟାନ୍ସର ହସ୍ପିଟାଲ କରାଯିବା ଭଳି ପ୍ରତିଶ୍ରୁତିର ପାହାଡ ଛିଡା କରିଛନ୍ତି । ଓଡିଶାରେ ବିକାଶର ଗାଡିକୁ ଆଗକୁ ନେବାକୁ ହେଲେ ଡବଲ ଇଞ୍ଜିନ ଦରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହାସହ ଅତାବିରା ବିଧାନସଭାରେ ବିଜେପି ପ୍ରାର୍ଥୀ ମିଲନ୍ ସେଠ ଓ ଲୋକସଭା ପ୍ରାର୍ଥୀ ସୁରେଶ ପୁଝାରୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ଅନ୍ୟପଟେ ବିଜେଡିକୁ ଅଞ୍ଚଳବାସୀ ଉଚିତ୍‌ ଶିକ୍ଷା ଦେବେ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

do it

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.