ETV Bharat / elections

ଘର ଓଡିଶାରେ, ଭୋଟ ଆନ୍ଧ୍ରରେ

ଆନ୍ଧ୍ରରେ ଭୋଟ୍‌ ଦେଇଛନ୍ତି ବିବାଦୀୟ କୋଟିଆବାସୀ। ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରସ୍ତୁତି ଆଗରେ ଓଡିଶା ସରକାରଙ୍କ ପ୍ରସ୍ତୁତି ଫିକା ପଡିବାରୁ ବାଧ୍ୟ ହୋଇ ଆନ୍ଧ୍ରରେ ଭୋଟ ଦେଇଛନ୍ତି କୋଟିଆ ଅଞ୍ଚଳର ଲୋକେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Apr 12, 2019, 10:37 AM IST

କୋରାପୁଟ: ଓଡିଶାରେ ଘର କିନ୍ତୁ ଆନ୍ଧ୍ର ସରକାରଙ୍କୁ ଭୋଟ୍ ଦେଇଛନ୍ତି ବିବାଦୀୟ କୋଟିଆବାସୀ। ସବୁଥର ଭଳି ଏଥର ମଧ୍ୟ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ନିଜ ମୂଲ୍ୟବାନ ଭୋଟ୍ ଆନ୍ଧ୍ର ସରକାରଙ୍କୁ ଦେଇଛନ୍ତି ଓଡିଶା ସୀମାନ୍ତ କୋଟିଆ ପଞ୍ଚାୟତ ବାସୀ। ଉଭୟ ସରକାରଙ୍କ ପକ୍ଷରୁ ମତଦାନ କେନ୍ଦ୍ର ଖୋଲା ଯାଇଥିଲା। ହେଲେ ଓଡିଶାରେ ମତଦାନ କେନ୍ଦ୍ର ବହୁ ଦୂରରେ ହେଉଥିବାରୁ ଆନ୍ଧ୍ରକୁ ଯାଇ ଭୋଟ୍ ଦେଇଥିଲେ ଲୋକେ।

କୋଟିଆ ପଞ୍ଚାୟତ ଅଧିନରେ ଥିବା 21 ଗାଁକୁ ନେଇ ଓଡିଶା-ଆନ୍ଧ୍ର ମଧ୍ୟରେ ଟଣାଓଟରା ଲାଗି ରହିଛି। କୋଟିଆ ଓଡିଶାରେ ଥିଲେ ବି କୋଟିଆକୁ ଆନ୍ଧ୍ରରେ ମିଶାଇବାକୁ ଆନ୍ଧ୍ର ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି। ଏପରିକି ଯେତେବେଳେ ବି ରାଜ୍ୟ ସରକାର କୋଟିଆବାସୀ ପ୍ରତି ଉଦାଶୀନତା ଦେଖାଇଛନ୍ତି ତାହାର ଭରପୂର ଫାଇଦା ଉଠାଇଛି ପଡୋଶୀ ଆନ୍ଧ୍ର। କୋଟିଆବାସୀ ଓଡିଶାର ହୋଇଥିଲେ ବି ତାଙ୍କ ପାଖରେ ଦୁଇ ଦୁଇଟି ଭୋଟର କାର୍ଡ, ଆଧାର କାର୍ଡ ରହିଛି । ପୂର୍ବରୁ ଏମାନେ 2ଟି ରାଜ୍ୟରେ ଭୋଟ୍ ଦେଉଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଚଳିତଥର ଗୋଟାଏ ଦିନରେ ଉଭୟ ରାଜ୍ୟର ନିର୍ବାଚନ ହେଉଥିବା ଯୋଗୁଁ ଆନ୍ଧ୍ର ସରକାରଙ୍କ ପ୍ରସ୍ତୁତି ଆଗରେ ଫିକା ପଡିଥିଲା ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ନେରେଡିବାଲାସା ଠାରେ ଆନ୍ଧ୍ର ସରକାରଙ୍କ ତରଫରୁ ନେରେଡିବାଲାସା ଓ ତା ନିକଟବର୍ତ୍ତୀ ତାଡିବାଲାସା , ଝଙ୍କରଗୁଡା , କୁମ୍ଭୀମାଡାର ଭୋଟରଙ୍କ ସମେତ ୨୦ ରୁ ୨୫ କିଲୋମିଟର ଦୂରରେ ଥିବା ତଳଗଞ୍ଜେଇପଦର , ଉପର ଗଞ୍ଜେଇପଦର , କୁରୁଡିପଦର , ତଳସେମ୍ବୀ , ଉପରସେମ୍ବି , କୋଟାଯାନୀଗୁଡା , ଡୋଲିପଦର , ସୀମାଗଡା ପ୍ରଭୃତି ଗ୍ରାମର ଭୋଟରଙ୍କ ପାଇଁ ମଧ୍ୟ ଦୁଇଟି ବୁଥ ଖୋଲାଯାଇଥିଲା। ଅପରପକ୍ଷେ ଓଡିଶା ସରକାରଙ୍କ ତରଫରୁ କୋଟିଆ ନିକଟବର୍ତ୍ତୀ ଗ୍ରାମ ଗୁଡିକ ସମେତ ନାରେଡିବାଲାସା ଓ ତାର ନିକଟବର୍ତ୍ତୀ ଗ୍ରାମର ଭୋଟରଙ୍କ ପାଇଁ କୋଟିଆ , ଗଞ୍ଜେଇପଦର ଓ ରଣସିଙ୍ଗ ଠାରେ ଭୋଟକେନ୍ଦ୍ର ଖୋଲାଯାଇଥିଲା।

ଏହି ବୁଥ୍‌ଟି ନେରେଡିବାଲାସାବାସୀଙ୍କ ପାଇଁ ବହୁ ଦୂର ହୋଇଥିବାରୁ ବାଧ୍ୟ ହୋଇ ସେମାନେ ଆନ୍ଧ୍ର ସରକାରଙ୍କ ତରଫରୁ ଖୋଲାଯାଇଥିବା ବୁଥ୍‌ରେ ଯାଇ ଭୋଟ୍ ଦେଇଛନ୍ତି । ଏଥର ମଧ୍ୟ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଓଡିଶାର ଭୋଟ ଚାଲିଯାଇଛି ଆନ୍ଧ୍ର ହାତକୁ ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

Intro:Body:

xsbvfbgd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.