ETV Bharat / elections

‘ବିଜେପି ସରକାରକୁ ଆସିଲେ କେନ୍ଦୁଝରର ଉନ୍ନତି ହେବ’

ଦୀର୍ଘ 19 ବର୍ଷ ଧରି ଶାସନରେ ବିଜେଡି ସରକାର କେନ୍ଦୁଝର ପାଇଁ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରିନାହାନ୍ତି । ବିଜେପି ଶାସନରେ ଆସିଲେ ଜିଲ୍ଲାରେ ଯଥାସମ୍ଭବ ପ୍ରୟାସ କରାଯିବ ।

author img

By

Published : Apr 6, 2019, 12:08 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଆଗକୁ ନିର୍ବାଚନ ଥିବା ବେଳେ ଭୋଟ ହାତେଇବା ପାଇଁ ସବୁ ଦଳ ବ୍ୟସ୍ତ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ବିଫଳତା ବଖାଣି ଭୋଟରଙ୍କ ମନ ଜିତିବାକୁ ବ୍ୟସ୍ତ ଥିବା ବେଳେ ଏପଟେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇ ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦୁଝରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଦୀର୍ଘ 19 ବର୍ଷ ଧରି ଶାସନ କରି ବିଜେଡି ସରକାର ଓଡିଶାକୁ ଲୁଣ୍ଠନ କରିଛନ୍ତି । ସରକାରୀ ସରକାରୀ କାର୍ଯ୍ୟାଳୟରୁ ବେସରକାରୀ ଅନୁଷ୍ଠାନ ସବୁଠି ବିଜେଡି କର୍ମୀ ଗୁଣ୍ଡାରାଜ୍‌ ଚଳାଇଛନ୍ତି । ମହିଳାଙ୍କ ଠାରୁ ବୃଦ୍ଧ କେହି ମଧ୍ୟ ରାଜ୍ୟରେ ସୁରକ୍ଷିତ ମଣୁନାହାନ୍ତି । ଏହାର ନିଚ୍ଛକ ଉଦାହରଣ ହୋଇଛି କେନ୍ଦୁଝର ଜିଲ୍ଲା । ଜିଲ୍ଲାରେ ଶାସକ ବିଜେଡି ତାର ଅରାଜକତା ବଢେଇ ଚାଲିଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି ।

ଖଣି ଖାଦାନରେ ଭରପୂର ଥିବା କେନ୍ଦୁଝର ଜିଲ୍ଲା ପାଇଁ ରାଜ୍ୟ ସରକାର କିଛି ମଧ୍ୟ କରି ନାହିଁ ବୋଲି ଦଳ ଅଭିଯୋଗ କରିଛି । ଚାକିରି ଖଣ୍ଡେ ନ ପାଇ ବେକାର ହୋଇ ବୁଲୁଛନ୍ତି ଏଠାକାର ଯୁବକ ଓ ଯୁବତୀ । ରୋଜଗାର ପାଇଁ ଲୋକେ ବାହାରକୁ ଯାଉଛନ୍ତି । ଖାଲି ନିଯୁକ୍ତି ନୁହେଁ ସ୍ବାସ୍ଥ୍ୟସେବା ମଧ୍ୟ ଜିଲ୍ଲାରେ ବିଗିଡି ଯାଇଛି ବୋଲି ଦଳ ଅଭିଯୋଗ ଆଣିଛି । ଡ଼ିଏମଏଫ ଫଣ୍ଡର ଦୁରୂପଯୋଗ ହେଉଛି । ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର କିଛିବି କରିପାରିନାହାନ୍ତି । ବିଜେପି ସରକାରକୁ ଆସିଲେ ଜିଲ୍ଲାର ବିକାଶ ପାଇଁ ଯଥା ସମ୍ଭବ ପ୍ରୟାସ କରାଯିବ ବୋଲି ବିଜେପି ନେତା କହିଥିଲେ ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସାଂସଦ ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ ଜିଲ୍ଲାର ଆନନ୍ଦପୁର, ଘଷିପୁରା, ତେଲକୋଇ, ସଦର, ଚମ୍ପୁଆ ଓ ପାଟଣା ବିଧାନସଭା ନିର୍ବାଚନ କ୍ଷେତ୍ରର ସମସ୍ତ ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.