ମୟୂରଭଞ୍ଜ: ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ରାଜ୍ୟରେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଜୋରଦାର ପ୍ରଚାର । ସବୁ ରାଜନୈତିକ ଦଳ ପ୍ରଚାର ଅଭିଯାନକୁ ବ୍ୟାପକ କରିଥିବାବେଳେ ବିଜେଡିର ପ୍ରଚାର ମଙ୍ଗ ଧରିଛନ୍ତି ଖୋଦ୍ ନବୀନ ।
ନବୀନ ଗତକାଲିଠାରୁ ମୟୂରଭଞ୍ଜ ଗସ୍ତରେ ଯାଇ ମାରାଥନ ପ୍ରଚାର କରୁଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଓ ବାରିପଦା ନିର୍ବାଚନ ମଣ୍ଡଳୀରେ ରୋଡ଼ସୋ କରିଥିବାବେଳେ ଆଜି ଦ୍ବିତୀୟ ଦିନରେ ସକାଳ ୯ ଟା ୪୦ ମିନିଟରେ ବାରିପଦା ଶ୍ରୀ ହରିବଳଦେବଜୀଉଙ୍କୁ ଦର୍ଶନ କରିଛନ୍ତି ।
ଜଗନ୍ନାଥଙ୍କ ଦର୍ଶନ ସାରି ନବୀନ ଉଦଳା, ମୋରଡା, ବାଙ୍ଗିରିପୋଷୀ, ସାରସକଣା, ରାଇରଙ୍ଗପୁର, ଯଶିପୁରରେ ନିର୍ବାଚନୀ ସଭାରେ ଯୋଗ ଦେବା ସହ ରାଇରଙ୍ଗପୁରରେ ରୋଡ଼ ସୋ କରିବେ ନବୀନ । ସମସ୍ତ ନିର୍ବାଚନୀ ସଭାରେ ନବୀନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ