ETV Bharat / elections

ଆରମ୍ଭ ହେଲା ନେତାଙ୍କ ଅନ୍ଧାରୀ ବିଜେ

ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ସ୍ବ-ପ୍ରଚାର,  ବିରୋଧୀଙ୍କୁ ନିନ୍ଦା ବର୍ଷଣ, ଦିନରାତିରେ ଝାଳବୁହା ପରିଶ୍ରମ ପରେ ଏବ ଚାଲିଛି ରାତିରେ କଠିନ କାରବାର । ପ୍ରମୁଖ ରାଜନୈତିକ ଦଳର ଛାମୁଆ ନେତା, କର୍ମୀ ଅନ୍ଧାରୀ ବିଜେ ଆରମ୍ଭ କରିଛନ୍ତି।

author img

By

Published : Apr 10, 2019, 9:28 PM IST

Updated : Apr 10, 2019, 9:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ସ୍ବ-ପ୍ରଚାର, ବିରୋଧୀଙ୍କୁ ନିନ୍ଦା ବର୍ଷଣ, ଦିନରାତିରେ ଝାଳବୁହା ପରିଶ୍ରମ ପରେ ଏବ ଚାଲିଛି ରାତିରେ କଠିନ କାରବାର । ପ୍ରମୁଖ ରାଜନୈତିକ ଦଳର ଛାମୁଆ ନେତା, କର୍ମୀ ଅନ୍ଧାରୀ ବିଜେ ଆରମ୍ଭ କରିଛନ୍ତି । ଭୋଟରଙ୍କ ହାତ ଟିପରେ ଥିବା ଭାଗ୍ୟକୁ ନିଜ ଆଡକୁ ଟାଣିବା ପାଇଁ ହାତ ଗୁଞ୍ଜା ଦିଆଯାଏ ଏହି ରାତିରେ । ଭୋଟ ପୂର୍ବ ରାତିରୁ ଭୋର୍‌ ଯାଏଁ ଚାଲିବ ନେତାଙ୍କ ଝାଳବୁହା କସରତ । ନାଇଟିରେ 'ନ' (ନିଶା, ନୋଟ୍‌) କାରବାର ବି ଚାଲେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସୂଚନା ଯେ 11ଏପ୍ରିଲ(ଗୁରୁବାର) ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । 28ଟି ବିଧାନସଭା ଓ 4ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 217 ଜଣ ପ୍ରାର୍ଥୀଙ୍କ ଆଗାମୀ ପାଞ୍ଚ ବର୍ଷ ପାଇଁ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏଥିପାଇଁ ପାଇଁ କାଉଣ୍ଟଡ଼ାଉନ ଆରମ୍ଭ ହୋଇଯାଇଛି । ଏବେ ନେତାଙ୍କ ଦେଖା ମିଳୁ ନାହିଁ ସହର ବଜାର ଗଳି କନ୍ଦିରେ । ପୁରା ମାହୋଲ ଖାଁ ଖାଁ ଥିବାବେଳେ ସନ୍ଧ୍ୟା ନଇଁଲେ ଗାଁ ଗହଳିରେ ନେତାଏଁ ଅନ୍ଧାରୀ ବିଜେ କରି ଭୋଟରଙ୍କ ମନ କିଣିବାରେ ଲାଗିଛନ୍ତି ।

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଏଭଳି ପ୍ରଥା ବହୁ ପୂର୍ବରୁ ଚାଲି ଅସୁଛି । ପ୍ରାର୍ଥୀଙ୍କ ଜିତାପଟ୍‌ ଭୋଟ ଗ୍ରହଣ ପୂର୍ବ ଦୁଇ ରାତ୍ରୀର ନେତାଙ୍କ ପରିଶ୍ରମରୁ ମିଳିଥାଏ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦିଅନ୍ତି । ଗୋଟିଏ ପଟେ ନିର୍ବାଚନ ଆଚରଣ ବିଧିକୁ ବେଖାତିର କରନ୍ତି ନେତାଏଁ । ଅନ୍ୟପଟେ ପାଞ୍ଚବର୍ଷ ପାଇଁ ଅନ୍ଧାରୀ ବିଜେ ନେତାଙ୍କ ଅମୋଘ ଅସ୍ତ୍ର ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

sample description
Last Updated : Apr 10, 2019, 9:44 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.