ETV Bharat / elections

ମଡେଲ ବୁଥ୍କୁ ନେଇ ଭୋଟର ଖୁସ

ପିଙ୍କ ବୁଥରେ କେବଳ ମହିଳା ଅଧିକାରୀ ନିର୍ବାଚନ ପରିଚାଳନା କରିଥାନ୍ତି , ଆଜି ବ୍ରହ୍ମପୁର ଲୋକସଭା ଆସନ ଅଧିନସ୍ଥ ଆସ୍କାଠାରେ ଏକ ଆଦର୍ଶ ତଥା ପିଙ୍କ ବୁଥ କରାଯାଇଛି। ଯେଉଁଠି ଆଜି ଛ" ଜଣ ମହିଳାଙ୍କ ଦ୍ବାରା ପରିଚାଳନା ହେଉଛି ଆଜିର ନିର୍ବାଚନ।

author img

By

Published : Apr 11, 2019, 1:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ସାରା ରାଜ୍ୟରେ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ମଡେଲ ବୁଥ୍ ବା ଆଦର୍ଶ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଆଦର୍ଶ ଭୋ଼ଟ ଗ୍ରହଣ କେନ୍ଦ୍ରରେ ସମସ୍ତ ସୁବିଧା ସୁଯୋଗ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ଲୋକସଭା ସହ ପାଞ୍ଚ ଗୋଟି ବିଧାନସଭା ଆସନ ପାଇଁ ଆଜି ମତଦାନ ଚାଲିଥିବାବେଳେ ପ୍ରତି ନିର୍ବାଚନ ମଣ୍ଡଳୀରେ 10ଟି ଲେଖାଏଁ ଆଦର୍ଶ ବୁଥ କରାଯାଇଛି। ଏହାସହ ବ୍ରହ୍ମପୁର ଲୋକସଭା ଅଧିନ ଆସ୍କା ରୋଡ୍ ନିକଟରେ ଏକ ‘ପିଙ୍କ’ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି। ଏହି ପିଙ୍କ ବୁଥରେ କେବଳ ମହିଳା କର୍ମଚାରୀ ମାନେ ନିର୍ବାଚନ ପରିଚାଳନା କରୁଛନ୍ତି, ଯାହା ରାଜ୍ୟ ନିର୍ବାଚନ ଇତିହାସରେ ପ୍ରଥମ ଥର କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

aslkjalks

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.