ETV Bharat / elections

ପାଲଲହଡାରୁ ନାମାଙ୍କନ ଭରିଲେ ବିଜେଡି ବିଧାୟକ ପ୍ରାର୍ଥୀ ମୁକେଶ ପାଲ

ଅନୁଗୋଳ ଜିଲ୍ଲା ପାଲଲହଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ମୁକେଶ ପାଲ । ନାମାଙ୍କନ ଦାଖଲ ବେଳେ ମୁକେଶ ପାଲଲହଡ଼ା ଶିବ ମନ୍ଦିର ଠାରୁ ବାହାରି ତାଙ୍କର ହଜାର ହଜାର ସମର୍ଥକଙ୍କ ଗହଣରେ ସହର ପରିକ୍ରମା କରିଥିଲେ।

author img

By

Published : Apr 5, 2019, 2:58 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ତୃତୀୟ ପର୍ଯ୍ୟାୟ ନାମାଙ୍କନର ଗୁରୁବାର ଥିଲା ଶେଷ ଦିନ । ଏହି ପର୍ଯ୍ୟାୟରେ ଅନୁଗୋଳ ଜିଲ୍ଲା ପାଲଲହଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ମୁକେଶ ପାଲ । ନାମାଙ୍କନ ଦାଖଲ ବେଳେ ମୁକେଶ ପାଲଲହଡ଼ା ଶିବ ମନ୍ଦିର ଠାରୁ ବାହାରି ତାଙ୍କର ହଜାର ହଜାର ସମର୍ଥକଙ୍କ ଗହଣରେ ସହର ପରିକ୍ରମା କରିଥିଲେ। ଅପରାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ତେବେ ବର୍ତ୍ତମାନ ମୁକେଶ ପାଲଲହଡା ବ୍ଲକ ଅଧ୍ୟକ୍ଷ ପଦରେ ଅଛନ୍ତି । ସେ ବିଜେପିର ଜଣେ ସକ୍ରିୟ ସଦସ୍ୟ ଥିଲେ । 4 ଦିନ ପୂର୍ବେ ସେ ବିଜେଡିରେ ସାମିଲ ହୋଇଥିଲେ । ନବୀନ ସରକାର ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳୀୟ ଟିକେଟ ଦେଇଥିବାରୁ ସେ ବେଶ ଖୁସି ଅଛନ୍ତି । ତେବେ ପାଲଲହଡା ଲୋକଙ୍କୁ ଏଥର ନବୀନ ପଟ୍ଟନାୟକ ଟିକେଟ ଦେଇଥିବାରୁ ଲୋକେ ନବୀନଙ୍କ ପଛରେ ଛିଡା ହେବେ ବୋଲି ମୁକେଶ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.