ETV Bharat / elections

ସିଂହାସନ ମିଳିଲେ ନୋଟ ନୁହେଁ ନିଯୁକ୍ତି ଦେବେ ମାୟା - congress

କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଏସପି ନେତା ମାୟାବତୀ । ବିଏସପି କ୍ଷମତାକୁ ଆସିଲେ ନୋଟ ନୁହେଁ ନିଯୁକ୍ତି ଦେବ ।

ଫାଇଲ ଫଟୋ
author img

By

Published : Apr 9, 2019, 4:48 PM IST

ନୂଆଦିଲ୍ଲୀ: କଂଗ୍ରେସ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ବିଏସପି(ବହୁଜନ ସମାଜବାଦୀ ପାର୍ଟି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ । ସଠିକ ସରକାର ଚୟନ କରିବାର ସମୟ ଆସିଯାଇଛି । ଏଣିକି କଂଗ୍ରେସକୁ ଆପଣାଇବା ଆଉ ଦରକାର ନାହିଁ ବରଂ କେନ୍ଦ୍ରରେ ବିଏସପି ସରକାର କ୍ଷମତାକୁ ଆସେ ତେବେ ଲୋକଙ୍କୁ ଟଙ୍କା ନୁହେଁ ଚାକିରି ଦିଆଯିବ ।

ମାୟାବତୀ ପୁଣି କହିଛନ୍ତି, କଂଗ୍ରେସ ପ୍ରତିମାସକୁ 5 ହଜାର ଟଙ୍କ ଦେବ । କିନ୍ତୁ ବିଏସପି କ୍ଷମତାକୁ ଆସିଲେ ସମସ୍ତ ପ୍ରକାର ସୁବିଧା ଦେବ । ବିଏସପି ଇସ୍ତିହାର ଜାରି କରିବା ପରେ କେବେବି ମିଛ ପ୍ରତିଶୃତି ଦିଏନାହିଁ । ବରଂ କାମ କରି ଦେଖାଏ । ମେରଠ ହାପୁଡ଼ ରୋଡସ୍ଥିତ ମେଣ୍ଟ ରାଲିରେ ସମର୍ଥକଙ୍କ ଭିଡକୁ ଦେଖି ବିଏସପି ସୁପ୍ରିମୋ କହିଛନ୍ତି ଯେ, ଚଳିତଥର ମୋଦିଙ୍କୁ ନୁହେଁ ମେଣ୍ଟ ସରକାରଙ୍କୁ ଭୋଟର ମାନେ ଚୟନ କରିବେ ।

କଂଗ୍ରେସ ଏହି ମେଣ୍ଟକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଛି । ସେପଟେ ଏହି ରାଲି ଦ୍ବାରା ବିଜେପିର ନିଦ ଉଡିଯାଇଛି । ପୁଲୱାମା ଆକ୍ରମଣ ବେଳେ ମଧ୍ୟ ସେ ରାଲି କରୁଥିଲେ । ଅନ୍ୟାୟ ଏବଂ ଦୁର୍ନୀତି କରି କଂଗ୍ରେସ ଯେଉଁ ଦଣ୍ଡ ପାଉଛି ଏବେ ବିଜେପି ମଧ୍ୟ ସେହି ଦଣ୍ଡ ପାଇବ ବୋଲି କହିଛନ୍ତି ମାୟା ।

Intro:Body:

askjlas

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.