ETV Bharat / elections

ଭୋଟ୍ ଦେଲେ ହେଭିୱେଟ୍ - ହେଭିୱେଟ୍

ଦେଶର ବହୁ ପ୍ରମୁଖ ନେତା ଓ ଷ୍ଟାର ଦେଶର ବିଭିନ୍ନ ସ୍ଥାନରୁ ଭୋଟ୍ ଦେଇଛନ୍ତି।

ଡିଜାଇନ ଫଟୋ
author img

By

Published : Apr 18, 2019, 12:00 PM IST

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଦେଶର 95ଟି ଲୋକସଭା ଆସନ ପାଇଁ ନେତା ବାଛୁଛନ୍ତି ଭୋଟର୍‌। ସକାଳୁ ସକାଳୁ ଦେଶର 12ଟି ରାଜ୍ୟରେ ମତଦାନ ଆରମ୍ଭ ହୋଇଥିବା ବେଳେ ବହୁ ହେଭିୱେଟ୍ ନିଜ ମତଦାନର ଅଧିକାର ସାବ୍ୟସ୍ତ କରିଛନ୍ତି। ଦେଶର 2 ପ୍ରମୁଖ ଦଳ ବ୍ୟତୀତ ଅନ୍ୟାନ୍ୟ ଦଳର ନେତା ଓ ଷ୍ଟାରମାନେ ଭୋଟ୍ ଦେଇଛନ୍ତି। ରକ୍ଷା ମନ୍ତ୍ରୀ ନିର୍ମଳା ସିତାରମଣ ବାଙ୍ଗାଲୁରୁର ଜୟନଗରର ବୁଥ୍ ନଂ 54ରୁ ଭୋଟ୍ ଦେଇଛନ୍ତି।

ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ୍ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ବର୍ତ୍ତମାନ କୋଲାଥୁରର ବିଧାୟକ ଅଛନ୍ତି। ଚଳିତ ନିର୍ବାଚନରେ ଜୟଲଳିତାଙ୍କ ଅନୁପସ୍ଥିତିରେ ଏଆଇଏଡିଏମକେବିରୋଧରେ ଡିଏମକେ ବିଜୟ ହେବାର ଆଶା ରଖିଛନ୍ତି ଷ୍ଟାଲିନ୍।

ସେହିପରି ଡିଏମକେର ସାଧାରଣ ସଂପାଦକ ତଥା ତାମିଲନାଡୁର ପୂର୍ବତନ ଅର୍ଥମନ୍ତ୍ରୀ କେ. ଅନବାଜଗାନ ଭୋଟ୍ ଦେଇଛନ୍ତି। ଚେନ୍ନାଇର ଦକ୍ଷିଣ ଲୋକସଭା ନିର୍ବାଚନ ମଣ୍ଡଳୀରୁ ମତଦାନ ଦେଇଥିଲେ। ତାଲିମନାଡୁର ଆଉ ଜଣେ ଚର୍ଚ୍ଚିତ ନେତା ଏଚ. ରାଜା ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏଥର ସେ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ବିପକ୍ଷରୁ ଶିବଗଙ୍ଗା ଆସନରୁ ଲଢୁଛନ୍ତି।

ତାମିଲନାଡୁର ଥୋଥୁକୁଡି ଲୋକସଭା ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ଝିଅ କାନିମୋଝି ଭୋଟ୍ ଦେଇଛନ୍ତି । ଗତ ମଙ୍ଗଳବାର ତାଙ୍କ ବାସଭବନ ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ ହେବା ପରେ ସେ ଚର୍ଚ୍ଚାର ପରିସରକୁ ଚାଲିଆସିଥିଲେ।

ଅନ୍ୟପଟେ ଅଭିନେତାରୁ ନେତା ପାଲଟିଥିବା କଂଗ୍ରେସ ନେତା ରାଜ୍ ବବର୍ ଭୋଟ୍ ଦେଇଛନ୍ତି । ସେ ଚଳିତ ଥର ଫତେପୁରସିକ୍ରୀ ଲୋକସଭା ଆସନ ପାଇଁ ନିର୍ବାଚନ ଲଢୁଛନ୍ତି । ସେହିପରି ବିଜେପିର ଷ୍ଟାର ପ୍ରାର୍ଥୀ ତଥା ବଲିଉଡ୍ ଅଭିନେତ୍ରୀ ହେମା ମାଳିନି ମଥୁରାରେ ଭୋଟ୍ ଦେଇଛନ୍ତି । ଆଉ ଜଣେ ଟଲିଉଡ୍ ଷ୍ଟାର ପ୍ରକାଶ ରାଜ୍ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.