ETV Bharat / crime

ବଲାଙ୍ଗୀରରେ ଚାଞ୍ଚଲ୍ୟ, ବିଚ୍ ରାସ୍ତାରେ ଯୁବକକୁ ଗୋଡାଇ ଗୋଡାଇ ହତ୍ୟା

author img

By

Published : Sep 11, 2022, 9:37 AM IST

ବଲାଙ୍ଗୀରରେ ବୀଭତ୍ସ ହତ୍ୟାକାଣ୍ଡ, ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ଯୁବକଙ୍କୁ ହତ୍ୟା । ଅଧିକ ପଢନ୍ତୁ

ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ, କାରଣ ଅସ୍ପଷ୍ଟ

ବଲାଙ୍ଗୀର: ଜିଲ୍ଲାରେ ଚାଞ୍ଚଲ୍ୟ, ପରିବା ବିକଳୀଙ୍କ ପୁଅକୁ ନିର୍ମମ ହତ୍ୟା । ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହତ୍ୟା କଲେ ତିନି ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗାର ଜିଲ୍ଲାର ଘାଟ କାଇନ୍ତରା ଗ୍ରାମରେ । ମୃତ ଯୁବକ ହେଉଛନ୍ତି କାହ୍ନା ପ୍ରଧାନ ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ରକ୍ତ ଚୋରି ରାକେଟ, ଖୋଲୁଛି ବଡ ବଡ ହସ୍ପିଟାଲର ଲିଙ୍କ୍

ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବଲାଙ୍ଗୀର ସୋନପୁର ସୀମାବର୍ତ୍ତୀ ଖାର ତରଭା ଗ୍ରାମର ମହିଳା କ୍ଷେତ୍ର ପ୍ରଧାନ କାଇନ୍ତରା ଗ୍ରାମରେ ପରିବା ବିକ୍ରି କରୁଥିଲେ। ସନ୍ଧ୍ୟା ସମୟରେପୁଅ କାହ୍ନା ତାଙ୍କ ନିକଟକୁ ଛତୁ ଧରିଆସିଥିଲେ । ଏହା ପରେ ସେ ଘରକୁ ଫେରିବା ସମୟରେ ବାଟରେ ତିନି ଜଣ ଯୁବକ ତାଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ କାହ୍ନା ଗୁରୁତର ଆହତ ହୋଇଥିବା ବେଳେ କ୍ଷେତ୍ର ପ୍ରଧାନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା।

ତେବେ ବୁର୍ଲା ଡାକ୍ତରଖାନା ନେବା ବାଟରେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଥିଲା। କାହ୍ନା ପ୍ରଧାନଙ୍କୁ ସେହି ଗ୍ରାମର ଅଙ୍ଗଦ, ହରି ନାରାୟଣ ଓ ତାର ପୁଅ ମିଳିତ ଭାବରେ ଆକ୍ରମଣ କରି ତାଙ୍କ ପୁଅକୁ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି କ୍ଷେତ୍ର ପ୍ରଧାନ। ତେବେ କେଉଁ କାରଣକୁ କେନ୍ଦ୍ର କରି କାହ୍ନାକୁ ହତ୍ୟା କରାଯାଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏନେଇ ମହିଳା ଜଣଙ୍କ କ୍ୟାମେକା ସମ୍ମୁଖରେ ଅଭିଯୋଗ କରିଥିବା ବେଳେ ଥାନାରେ ଏତେଲା ଦେଇଛନ୍ତି ନା ନାହିଁ ତା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସେହିପରି ରାଜଧାନୀ ଭୁବନେଶ୍ବରରେ ନିଶା କାରବାରକୁ ନେଇ ଶୁକ୍ରବାର ଗୋଷ୍ଠି ସଂଘର୍ଷ ଘଟିଥିଲା । ଫଳରେ ଜଣେ ଯୁବକଙ୍କୁ ଗୋଡେ ଗୋଡେଇ ଅନ୍ୟ ଗୋଷ୍ଠୀର ବ୍ୟକ୍ତି ହତ୍ୟା କରିଥିଲେ । ଏହି ଘଟଣାରେ ଜଣେ ଆହତ ମଧ୍ୟ ହୋଇଥିଲେ । ଭୁବନେଶ୍ବର ୟୁନିଟ ୮ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି । ଦିନକୁ ଦିନରେ ରାଜ୍ୟରେ ହତ୍ୟାକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଏହାକୁ ନେଇ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିଶାକାରବାର, ଗୋଷ୍ଠି ବିବାଦ, ପାରିବାରିକ କଳହ ଓ ପୂର୍ବଶତ୍ରୁତାକୁ ନେଇ ରାଜ୍ୟରେ ପ୍ରତ୍ୟେକ ଦିନ ହତ୍ୟା ଜନିତ ମାମଲା ବୃଦ୍ଧି ହେବାରେ ଲାଗିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.