ସୁନ୍ଦରଗଡ଼: ଏଠାରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ସାମାନ୍ୟ ଝଗଡ଼ାରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ବାମୀ । ଜିଲ୍ଲା ତଳସରା ଥାନା ଭଣ୍ଡାରୀ ଶଙ୍କରାରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି । ଏଭଳି ଏକ ଅଭିଯୋଗରେ ନନ୍ଦୁ କରାଲୀ ନାମକ ଯୁବକଙ୍କୁ ପୋଲିସ ଗିରଫ କରିଛି ।
ଗତକାଲି(ମଙ୍ଗଳବାର) ରାତିରେ ନନ୍ଦୁ ଓ ତାଙ୍କ ପତ୍ନୀ ପୁଷ୍ପା ବାଘଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ କଥା କଟାକଟି ହୋଇଥିଲା । ଏହାପରେ ଆପୋଷ ବୁଝାମଣା ଉଭୟ ଶୋଇ ପଡ଼ିଥିଲେ । ତେବେ ବୁଧବାର ଭୋରରୁ ପତ୍ନୀ ଶୋଇଥିବାବେଳେ ନନ୍ଦୁ ପୁଷ୍ପାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ।
ଘଟଣା ପ୍ରଘଟ ହେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ପତ୍ନୀକୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଅଭିଯୁକ୍ତ ବୟାନ ରେକର୍ଡ କରିବା ପରେ ପୋଲିସ ତଦନ୍ତ ଆଗକୁ ବଢ଼ିଛି । ହତ୍ୟାାକାଣ୍ଡର ପ୍ରତ୍ୟେକ ଦିଗକୁ ଅନୁଧ୍ୟାନ କରିବା ପାଇଁ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି । ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।
ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ