ETV Bharat / crime

ରାଜଧାନୀରେ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି: ହଣାହଣି ହେଲେ, ପୋଲିସକୁ ଆକ୍ରମଣ କଲେ

author img

By

Published : Aug 7, 2021, 1:00 PM IST

Updated : Aug 7, 2021, 1:18 PM IST

ଜନତା ଆକ୍ରୋଶର ଶିକାର ହେଉଛି ପୋଲିସ। ପୋଲସର ଭୟକୁ ବେଖାତିର କରି ଏବେ ପୋଲିସ ଉପରକୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଲୋକେ । ଅଧିକ ପଢନ୍ତୁ...

ରାଜଧାନୀରେ ବିଗୁଡିଛି କିଆଇନଶୃଙ୍ଖଳା ପରିସ୍ଥିତି ? ହଣାହଣି ହେଲେ, ପୋଲିସକୁ ଆକ୍ରମଣ କଲେ

ଭୁବନେଶ୍ବର: ରାଜଧାନୀର ପାଲଟିଲା କି ଗୁଣ୍ଡାଗର୍ଦ୍ଦିର ପେଣ୍ଠସ୍ଥଳୀ ? ଫେଲ ମାରୁଛି କି ଆଇନ ଶୃଙ୍ଖଳା ବ୍ୟବସ୍ଥା ? କାରଣ ଦିନ ହେଉ ଅବା ରାତି ଗୋଟେ ପରେ ଗୋଟେ ଛାତିଥରା ଘଟଣା ଭିଆଇ ଚାଲିଛି ମଣିଷ । ବିଚ ରାସ୍ତାରେ କେଉଁଠି ମୁଣ୍ଡ ଗଡୁଛି ତ ପୁଣି କେଉଁଠି ଚୋରି ଅପହରଣ । ଏଥିରେ ସାଧାରଣ ଜନତା ଅତିଷ୍ଠ ହୋଇଥିବା ବେଳେ ପୋଲିସ ମଧ୍ୟ ବାଦ ପଡିନି ।

ରାଜଧାନୀରେ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି: ହଣାହଣି ହେଲେ, ପୋଲିସକୁ ଆକ୍ରମଣ କଲେ

ପୋଲିସର ଭୟକୁ ବେଖାତିର କରି ଏବେ ପୋଲିସ ଉପରକୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଲୋକେ । ଗତକାଲି (ଶୁକ୍ରବାର) ରାତିରେ ଦୁଇଟି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଉତେଜନାମୂଳକ ସ୍ଥିତି । ବରମୁଣ୍ଡା ବସଷ୍ଟାଣ୍ଡରେ କିନ୍ନରଙ୍କ ଦୌରାତ୍ମ୍ୟ ଯୋଗୁଁ ଅପଦସ୍ଥ ହୋଇଛି ପୋଲିସ । ଫାଣ୍ଡି ପୋଲିସ ଉପରେ କିନ୍ନର ମାନେ ସଂଘବଦ୍ଧ ଆକ୍ରମଣ କରିବାରୁ ଫାଣ୍ଡିର ହାବିଲଦାର ଦିନେଶ ବିଶ୍ୱାଳ ଆହତ ହେବା ସହ କିନ୍ନରଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଏନେଇ 3 ଜଣ କିନ୍ନରଙ୍କୁ ଅଟକ ରଖିଛି ଭରତପୁର ଥାନା ପୋଲିସ । ତେବେ ଏହି ଘଟଣାରେ ପୋଲିସ କିନ୍ନରଙ୍କୁ କୋର୍ଟ ଚାଲାଣ କରିପାରେ ବୋଲି ସୂଚନା ମିଳିଛି ।

ସେହିପରି ମଞ୍ଚେଶ୍ୱର ମୁଣ୍ଡାସାହିରେ ବିଳମ୍ବିତ ରାତିରେ କ୍ୟାରମ ଖେଳକୁ ନେଇ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଯାହା ନେଇଥିଲା ଉଗ୍ରରୂପ । କ୍ୟାରମ ଖେଳରୁ ନେଇ ଗଣ୍ଡଗୋଳ ହେଇଥିବା ବେଳେ ଏହା ଦୁଇଗୋଷ୍ଠୀଙ୍କ ଭିତରେ ଗୋଷ୍ଠୀ ସଂଘର୍ଷ ପରିସ୍ଥିତି ଉପୁଜିଥିଲା । ତେବେ ଦୁଇଗୋଷ୍ଠୀର ୬ଜଣ ଖଣ୍ଡା ଆଦି ମାରଣାସ୍ତ୍ରରେ ହଣାହଣି ହୋଇ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେ ନୟାପଲ୍ଲୀରେ ଗାଡି ଭିତରୁ ଯୁବକଙ୍କୁ ଟାଣି ହତ୍ୟା ହେଉ ଅବା ମାଷ୍ଟର କ୍ୟାଣ୍ଟିନରେ ଦିନ ଦ୍ବିପହରେ ହଣାହଣୀ ଘଟଣା । ଦିନ ପ୍ରତିଦିନ ରାଜଧାନୀର ଛାତି ଉପରେ ଏମିତିକାଣ୍ଡ ଘଟୁଥିବା ବେଳେ ଆଇନଶୃଙ୍ଖଳା ବ୍ୟାସ୍ଥାକୁ ନେଇ ଏବେ ଉଠିଛି ପ୍ରଶ୍ନ । ରାଜଧାନୀରେ କେବେ ଦୂର ହେବ ଆତଙ୍କ ରାଜ ଓ କେବେ ଶାନ୍ତିରେ ନିଶ୍ବାସ ମାରିବେ ରାଜଧାନୀବାସୀ ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 7, 2021, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.