ETV Bharat / crime

ଅଶୁଭ ଜୁଲାଇ ! ପ୍ରେମରେ ପଡିଥିଲା ରକ୍ତଛିଟା - ଅଶୁଭ ଜୁଲାଇ ମାସ

ପ୍ରେମ-ପ୍ରତିଶୃତି-ପ୍ରତାରଣା-ସନ୍ଦେହ-ହତ୍ୟା । ବର୍ତ୍ତମାନ ସମୟରେ ଏହି ଶବ୍ଦଗୁଡିକ ସହିତ ଆପଣ ନିଶ୍ଚିତ ଓତପ୍ରୋତଃ ଭାବରେ ଜଡିତ ଥିବେ । କାରଣ ଏହି ପ୍ରେମ ପାଇଁ ହିଁ ଚଳିତ ମାସ ଜୁଲାଇରେ ଘଟିଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ଘଟଣା । ଯାହାକି ପ୍ରେମ ଶବ୍ଦକୁ କରିଛି କଳଙ୍କିତ । କିଛି ପାଗଳପ୍ରେମୀଙ୍କ ପାଇଁ ଲାଲ ରଙ୍ଗର ପ୍ରତୀକ ପ୍ରେମ ଶବ୍ଦଟି ହେଉଛି ରକ୍ତ ଜୁଡୁବୁଡୁ । ମୋଟାମୋଟି ଭାବେ କହିବାକୁ ଗଲେ ଚଳିତ ବର୍ଷର ଜୁଲାଇ ମାସ ପ୍ରେମ ପାଇଁ ସାଜିଥିଲା ଅଶୁଭ । ପ୍ରେମ ପାଇଁ ପାଗଳାମୀ କରିବାକୁ ପଛାଇନଥିଲେ ଆଜିର କିଛି ଯୁବପିଢୀର ପ୍ରେମିକ ଓ ପ୍ରେମିକା । ତେବେ ଜୁଲାଇ ମାସରେ ପ୍ରେମକୁ ନେଇ ଘଟିଥିବା କିଛି ଚାଞ୍ଚଲ୍ୟକର ଘଟଣା ସମ୍ପର୍କରେ ପଢନ୍ତୁ...

ପ୍ରେମ ପାଇଁ ଅଶୁଭ ଜୁଲାଇ !
ପ୍ରେମ ପାଇଁ ଅଶୁଭ ଜୁଲାଇ !
author img

By

Published : Aug 1, 2021, 4:33 PM IST

ହାଇଦ୍ରାବାଦ: ପ୍ରେମ-ପ୍ରତିଶୃତି-ପ୍ରତାରଣା-ସନ୍ଦେହ-ହତ୍ୟା । ବର୍ତ୍ତମାନ ସମୟରେ ଏହି ଶବ୍ଦଗୁଡିକ ସହିତ ଆପଣ ନିଶ୍ଚିତ ଓତପ୍ରୋତଃ ଭାବରେ ଜଡିତ ଥିବେ । କାରଣ ଏହି ପ୍ରେମ ପାଇଁ ହିଁ ସୃଷ୍ଟି ହେଉଛି ଗୋଟିଏ ପରେ ଗୋଟିଏ ନିର୍ମମ ହତ୍ୟାକାଣ୍ଡ । ସବୁରି ମୂଳରେ ରହିଛି ପ୍ରେମ । ତେବେ ଆମେ ପ୍ରେମକୁ ଖରାପ କହୁ ନାହୁଁ । ପ୍ରେମକୁ ନେଇକି ହିଁ ବଞ୍ଚିଛି ଏହି ସମାଜ । କିନ୍ତୁ କିଛି ପାଗଳପ୍ରେମୀଙ୍କ ପାଇଁ ଲାଲ ରଙ୍ଗର ପ୍ରତୀକ ପ୍ରେମ ଶବ୍ଦଟି ହେଉଛି ରକ୍ତ ଜୁଡୁବୁଡୁ । ପ୍ରେମରେ ପାଗଳ ହୋଇକି ହେଉ ବା ପ୍ରତିଶୋଧ ପରାୟଣ ହୋଇ, ଶେଷରେ ଛାତିଥରା କାଣ୍ଡ ଭିଆଇବାକୁ ପଛାଉନାହାନ୍ତି ଆଜିର ପ୍ରେମିକ ବା ପ୍ରେମିକା । ପ୍ରେମର ଅର୍ଥ ଯେ କେବଳ ନୁହେଁ ହାସଲ କରିବା ବରଂ ତ୍ୟାଗ, ଏହାକୁ ବୁଝିବାକୁ ନାରାଜ ଆଜିର ଯୁବପିଢୀ । ସେଥିପାଇଁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଘଟୁଛି କିଛି ଐତିହାସିକ ହତ୍ୟାକାଣ୍ଡ । ଯାହାକି ରାଜ୍ୟବାସୀଙ୍କୁ ମନରୁ ସହଜରେ ଲିଭିପାରୁନି । ତେବେ ଏହାର ପ୍ରମାଣ ଦେଇଛି ଚଳିତ ବର୍ଷର ଜୁଲାଇ ମାସ । ପ୍ରେମ ପାଇଁ ପୁରା ମାସଟି ରହିଥିଲା ଅଶୁଭ । ଏହି ମାସରେ ପ୍ରେମ ପାଇଁ ବଳି ପଡିଛନ୍ତି ପ୍ରେମିକ ଓ ପ୍ରେମିକା । ଭୀମଟାଙ୍ଗି ପ୍ରିୟଙ୍କା ମର୍ଡର ମିଷ୍ଟ୍ରିଠୁ ଆରମ୍ଭ କରି ACF ସୌମ୍ୟ ମୃତ୍ୟୁ ଘଟଣା, ପୁରୁଷୋତ୍ତମପୁର ଯୁବତୀ ପୋଡ଼ି ଘଟଣା ଓ ପ୍ରେମିକାଙ୍କ ଅଙ୍ଗରେ ଟାଟୁ ଘଟଣା ଆଦି ରହିଛି ଏହାର ଜ୍ବଳନ୍ତ ପ୍ରମାଣ ।

ତେବେ ଜୁଲାଇ ମାସରେ ଘଟିଥିବା ପ୍ରେମ କାହାଣୀରୁ ସୃଷ୍ଟି ହୋଇଥିବା ଏହି ଚର୍ଚ୍ଚିତ କାଣ୍ଡ ନଜର ପକାନ୍ତୁ...

ପ୍ରେମିକାର ଜୀବନ ନେଲା ପ୍ରେମିକ ଜଗନ୍ନାଥ
ପ୍ରେମିକାର ଜୀବନ ନେଲା ପ୍ରେମିକ ଜଗନ୍ନାଥ

୧. ପ୍ରେମିକାର ଜୀବନ ନେଲା ପ୍ରେମିକ ଜଗନ୍ନାଥ:-

ଜୁଲାଇ ମାସ ଆରମ୍ଭରୁ ହିଁ ଚର୍ଚ୍ଚାର ବିଷୟ ସାଜିଥିଲା ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟାକାଣ୍ଡ । ବିବାହ ପୂର୍ବର ପ୍ରେମ ପାଇଁ ବାହାଘର ପରେ ବଳିପଡିଥିଲେ ପ୍ରିୟଙ୍କା । ପ୍ରେମ ପାଇଁ ସୀମା ଟପିଥିଲେ ପ୍ରେମିକ ଜଗନ୍ନାଥ । ଦିନ ଦ୍ବିପ୍ରହରରେ ଭଡା ଘରେ ପଶି ପ୍ରେମିକା ପ୍ରିୟଙ୍କାକୁ ହତ୍ୟା କରିଥିଲା ପ୍ରେମିକ । ଏୟାରଫିଲଡ଼ ଥାନା ଭୀମଟାଙ୍ଗି ଫେଜ ୧ ପ୍ଲଟ ନମ୍ବର ଏ/ଏଲ ୧ ରେ ଘଟିଥିଲା ଏହି କାଣ୍ଡ । ଜୁଲାଇ ୫ ତାରିଖ । ଦିନ ୧୧ଟା ବେଳେ ପ୍ରିୟଙ୍କାଙ୍କ ସ୍ବାମୀଙ୍କ ନିକଟକୁ ଆସିଥିଲା ହ୍ବାଟସପ କଲ । ଫୋନ ଉଠାଇବାରେ ଡେରି ହେବାରୁ ହଠାତ ଆସିଲା ଏକ ମେସେଜ। ଯେଉଁଥିରେ ଥିଲା ପ୍ରିୟଦର୍ଶିନୀଙ୍କ ରକ୍ତାକ୍ତ ମୁଣ୍ଡ । ସ୍ବାମୀ ରାକେଶ ଘର ମାଲିକଙ୍କୁ ଯୋଗାଯୋଗ କରିଥିଲେ । ଘର ମାଲିକ କବାଟ ଖୋଲିବା ପରେ ଦେଖି ଚମକି ପଡିଥିଲେ । ତାଙ୍କ ଆଖି ଆଗରେ ପ୍ରିୟଦର୍ଶିନୀଙ୍କ ବେକକଟା ମୃତଦେହ ପଡିଥିବା ବେଳେ ହାତକାଟି ବିଷ ପିଇ ଛଟପଟ ହେଉଥିଲା ପ୍ରେମିକ । ପୋଲିସ ପହଞ୍ଚି ପ୍ରେମିକକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଉତ୍ତମ ଚିକିତ୍ସା ପରେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲା ପ୍ରେମିକ ।

ଏହାପରେ ପୋଲିସର ତନାଘନା ସାଙ୍ଗକୁ ଖୋଲିଥିଲା ଗୋଟିଏ ପରେ ଗୋଟିଏ ଗୁମର । ପ୍ରିୟଙ୍କା ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ । ବିବାହ ପରେ ଦୁହିଁଙ୍କ ମଧ୍ୟରେ କୌଣସି ସମ୍ପର୍କ ରହି ନଥିଲା। ତେବେ ଗତବର୍ଷ ଲକଡାଉନ ସମୟରେ ପୁଣି ଉଭୟଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ସମ୍ପର୍କରେ ତିକ୍ତତା ଆସିଥିଲା ବୋଲି କହିଥିଲେ ଜଗନ୍ନାଥଙ୍କ ମାଆ । ସେପଟେ ଏହାକୁ ଖଣ୍ଡନ କରିଆସୁଥିଲେ ପ୍ରିୟଙ୍କାଙ୍କ ପରିବାର । ପ୍ରିୟଙ୍କାଙ୍କୁ ହତ୍ୟା କରିବା ପୂର୍ବରୁ ପ୍ରେମିକର ହ୍ବାଟ୍ସଆପ ମେସେଜ ମଧ୍ୟ ଖୁବ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ପରିବାର ବର୍ଗଙ୍କୁ ଶେଷ ମେସେଜ ଦେଇଥିଲେ । ଏହାସହିତ ତାଙ୍କ ମୃତ୍ୟୁ ପାଇଁ ପ୍ରେମିକା ପ୍ରିୟଙ୍କା ଦାୟୀ । ତାଙ୍କୁ ହତ୍ୟା କରିବା ପରେ ସେ ଆତ୍ମହତ୍ୟା କରିବେ ବୋଲି ଲେଖିଥିଲେ । ତେବେ ଏବେ ସୁଦ୍ଧା ତଦନ୍ତରୁ ଜଣାପଡିଛି ଯେ, ପ୍ରେମିକ ଜଗନ୍ନାଥ ଚାହୁଁଥିଲେ ପ୍ରିୟଙ୍କାଙ୍କୁ ବିବାହ କରିବା ପାଇଁ, ହେଲେ ଏଥିରେ ରାଜି ନହେବାରୁ ହତ୍ୟାର ଯୋଜନା କରିଥିଲା ଜଗନ୍ନାଥ ।

କେବେ ଖୋଲିବ ACF ସୌମ୍ୟରଞ୍ଜନ ମୃତ୍ୟୁ ଗୁମର
କେବେ ଖୋଲିବ ACF ସୌମ୍ୟରଞ୍ଜନ ମୃତ୍ୟୁ ଗୁମର

2. କେବେ ଖୋଲିବ ACF ସୌମ୍ୟରଞ୍ଜନ ମୃତ୍ୟୁ ଗୁମର :-

ଜୁଲାଇ ୧୨ ତାରିଖରେ ଘଟିଥିଲା ଏହି ଘଟଣା । ଯେଉଁଥିରେ ACF ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା । ସରକାରୀ ବାସଭବନରେ ଉଭୟ ପତିପତ୍ନୀ ରହୁଥିବା ବେଳେ ସୌମ୍ୟ ନିଆଁରେ ପୋଡ଼ି ହୋଇଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ବ୍ରହ୍ମପୁର ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା । ସମୟକ୍ରମେ ଏହି ହତ୍ୟା ମାମଲା ବୁଢୀଆଣୀ ବସା ପରି ରହସ୍ୟରେ ଗୁଡେଇ ହୋଇଛି । ସୌମ୍ୟଙ୍କ ହତ୍ୟାକାଣ୍ଡରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଦାୟୀ କରାଯାଇଛି । ପତ୍ନୀ ବିଦ୍ୟାଭାରତୀ ଏବଂ ଡିଏଫଓଙ୍କ ମଧ୍ୟରେ ରହିଥିବା ଅନୈତିକ ସଂପର୍କ ସୌମ୍ୟଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ଅଭିଯୋଗ କରୁଛନ୍ତି ସୌମ୍ୟଙ୍କ ପରିବାର । ସେପଟେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା ବୋଲି କହୁଛନ୍ତି ପତ୍ନୀ ବିଦ୍ୟାଭାରତୀ । କିନ୍ତୁ ପୋଲିସ ହାତରେ ଲାଗିଥିବା ଦୁହିଁଙ୍କ ହାତଲେଖା ଚିଠିରୁ ଚିତ୍ର କିଛି ଭିନ୍ନ ଲାଗୁଛି । ଯେଉଁଥିରେ ସୌମ୍ୟ ବିଦ୍ୟାଭାରତୀଙ୍କଠାରୁ ଜଣେ ଭଲ ପତ୍ନୀ ହେବାର ଆଶା ରଖିଥିବା ବେଳେ ପତ୍ନୀ ବିଦ୍ୟାଭାରତୀ ତାଙ୍କଠାରୁ ଅଲଗା ହେବା ପାଇଁ ଚାହୁଁଥିବା ଲେଖିଛନ୍ତି । ସେପଟେ ଡିଏଫଓ ଏବଂ ବିଦ୍ୟାଭାରତୀଙ୍କ ମଧ୍ୟରେ ସମ୍ପର୍କ ଥିଲା କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ କେବେ ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁର ଗୁମର ଖୋଲୁଛି ତାହାକୁ ଅପେକ୍ଷା କରିଛନ୍ତି ସୌମ୍ୟଙ୍କ ପରିବାର ସମେତ ରାଜ୍ୟବାସୀ ।

ପ୍ରାଇଭେଟ ପାର୍ଟରେ ଟାଟୁ ଦେଖି ଟର୍ଚ୍ଚର କଲା ସ୍ବାମୀ

3. ପ୍ରାଇଭେଟ ପାର୍ଟରେ ଟାଟୁ ଦେଖି ଟର୍ଚ୍ଚର କଲା ସ୍ବାମୀ:-

ପତ୍ନୀଙ୍କ ପ୍ରାଇଭେଟ ପାର୍ଟରେ ଟାଟୁ ଥିବା ଘଟଣା ମଧ୍ୟ ଚର୍ଚ୍ଚାର ବିଷୟ ସାଜିଥିଲା । ଏହି ଘଟଣା ଘଟିଥିଲା ମର୍କତ ନଗର ଥାନା ଅଞ୍ଚଳ ସିଡିଏ ୭ ନମ୍ବରରେ । ଅଗ୍ନିକୁ ସାକ୍ଷୀ ରଖି ପଡିଥିଲା ହାତଗଣ୍ଠି । ସାତ ଜନ୍ମର ସାଥି ହେବା ନେଇ ପରସ୍ପରକୁ ଦେଇଥିଲେ ପ୍ରତିଶ୍ରୁତି । ବେଦି ଉପରେ ସିନ୍ଦୁର ପିନ୍ଧି ଯେଉଁ ସ୍ବାମୀକୁ ଦେବତା ମଣିଥିଲେ, ଶେଷରେ ସେହି ଦେବତାକୁ ପରକୀୟା ପ୍ରୀତି ପାଇଁ କରିଥିଲେ ପଶୁ ଭଳି ବ୍ୟବହାର । ଆଉ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ଦେଉଥିଲେ ନିର୍ଯାତନା । ପତ୍ନୀ ସୋନାଲି ଦାସଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ ସ୍ବାମୀ ମୋହିତ ଶର୍ମା । ଗତବର୍ଷ ନଭେମ୍ବର ମାସରେ ବାହା ହେବା ପରେ ସୋନାଲି ତାଙ୍କ ପରିବାର ଉପରେ ଅତ୍ୟାଚାର ଆରମ୍ଭ କରିବା ସହିତ ଧମକ ଚମକ ଦେଉଥିଲେ ବୋଲି କହିଥିଲେ ମୋହିତ । ସେପଟେ କିନ୍ତୁ ସୋନାଲି ଆଣିଥିଲେ ପାଲଟା ଅଭିଯୋଗ । ବିବାହ ପୂର୍ବରୁ ଟାଟୁ ସମ୍ପର୍କରେ ସ୍ବାମୀ ଅବଗତ ଥିଲେ । ସେ ସୋନାଲି ଓ ତାଙ୍କ ପରିବାରକୁ ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ତାଙ୍କୁ ଧମକ ଦେଇ ଟାଟୁ କଥା ସ୍ବାମୀ ଉଠାଇଛନ୍ତି ବୋଲି କହିଥିଲେ ସୋନାଲି । ଏହି ଘଟଣାରେ ପୋଲିସ ଉଭୟ ପକ୍ଷକୁ ଜେରା କରୁଛି ।

ବିବାହ ପ୍ରତିଶ୍ରୁତିରୁ ଏସିଡ ମାଡ, କିଏ କହୁଛି ସତ

4. ବିବାହ ପ୍ରତିଶ୍ରୁତିରୁ ଏସିଡ ମାଡ, କିଏ କହୁଛି ସତ:-

ଏହି ଘଟଣାରେ କିଏ ସତ କିଏ ମିଛ କହୁଛି ତାହା ବୁଝିବା କଷ୍ଟକର । ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କ ବୟାନ ଥିଲା ସମ୍ପୂର୍ଣ୍ଣ ପ୍ରେମିକଙ୍କ ବିପକ୍ଷରେ । ପ୍ରେମିକ ଏସିଡ ପକାଇ ଜାଳିଦେଇଥିବା ପ୍ରେମିକା କହିଥିବା ବେଳେ ଏପଟେ ପ୍ରେମିକାର ମୁଣ୍ଡ ଦୋଷ ଥିଲା ବୋଲି କହିଛି ପ୍ରେମିକ । ଏହି ଘଟଣା ହେଉଛି ଗଞ୍ଜାମ ଜିଲ୍ଲାର । ଯେଉଁଠି ପ୍ରେମିକ କୃଷ୍ଣଚନ୍ଦ୍ର ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକା ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ଡାକିଥିଲା ଓ ତାଙ୍କ ଉପରେ ସ୍ପିରିଟ ପକାଇ ଜୀବନ୍ତ ଅବସ୍ଥାରେ ଜାଳିଦେଇଥିଲା ବୋଲି ଅଭିଯୋଗ କରିଥିଲା ପ୍ରେମିକା । ଗତ କିଛିବର୍ଷ ଧରି କୃଷ୍ଣଚନ୍ଦ୍ରଙ୍କୁ ଭଲ ପାଇ ଆସୁଥିଲେ ଶୁଭସ୍ମିତା । ହେଲେ ଯୁବତୀ ଜଣଙ୍କ ବ୍ରାହ୍ମଣ ପରିବାରର ହୋଇଥିବା ବେଳେ ଯୁବକଙ୍କ ବେକାରୀ ସମସ୍ୟା ଓ ଅନ୍ୟ ଜାତି ବିବାହରେ ବାଧକ ସାଜିଥିଲା। ଏହାକୁ ନେଇ ଯୁବତୀଙ୍କ ସହିତ ଯୁବକଙ୍କ ବିଭିନ୍ନ ସମୟରେ ମତାନ୍ତର ଲାଗି ରହୁଥିଲା । ଶେଷରେ ଏଥିରେ କ୍ରୋଧନ୍ବିତ ହୋଇ ଯୁବକଯୁବତୀଙ୍କ ଉପରେ ସ୍ପିରିଟ ଢାଳି ନିଆଁ ଲଗାଇଥିଲେ ବୋଲି ମୃତ୍ୟୁ ପୂର୍ବରୁ କହିଥିଲେ ଶୁଭସ୍ମିତା । ସେପଟେ ଏ ସମ୍ପର୍କରେ ଜଣେ ଅଟୋ ଡ୍ରାଇଭରଙ୍କଠାରୁ କୃଷ୍ଣଚନ୍ଦ୍ର ଖବର ପାଇଥିବା କହିବା ସହିତ ଅଭିଯୋଗକୁ ଖଣ୍ଡନ କରିଛି । ଏଠି ପ୍ରଶ୍ନ ଉଠୁଛି କିଏ ସତ କିଏ ମିଛ କହୁଛି । ପୋଲିସ ଘଟଣା ସମ୍ପର୍କରେ ଜାରି ରଖିଛି ତଦନ୍ତ ।

ଚଳିତ ବର୍ଷ ଜୁଲାଇ ମାସରେ ପ୍ରେମ ପାଇଁ ଘଟିଛି ଏଭଳି କିଛି ମୃତ୍ୟୁ । ପ୍ରେମ ପରେ ସନ୍ଦେହ କିମ୍ବା ହତାଶ ହେବା ପରେ ଘଟିଥିଲା ଏମିତି କିଛି ଘଟଣା, ଯାହାକି ବର୍ତ୍ତମାନ ମଧ୍ୟ ରହିଛି ସନ୍ଦେହ ଘେରରେ । ଏଥିରୁ ଉଠିପାରିନି ପରଦା । ଜୁଲାଇ ମାସରେ ପ୍ରେମକୁ ନେଇ ଘଟିଥିବା ଏହି ଘଟଣାଗୁଡିକ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାଗୁଡିକର ତଦନ୍ତ ଜାରି ରଖିଛି ପୋଲିସ । କେବେ ଏହି ଘଟଣାଗୁଡିକ ଉପରୁ ପରଦା ଉଠୁଛି ତାହା ଦେଖିବା ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.